-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
17-May-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ବରିଷ୍ଠ ନାଗରିକ ପରିଚୟ ପତ୍ର ବଣ୍ଟନ" ସ୍ଥାନୀୟ ବିନିକା ଥାନାରେ ଅନୁଷ୍ଟିତ ହୋଇଯାଇଛି ହୋଇଯାଇଛି । କାର୍ଯ୍ୟକ୍ରମରେ ବିନିକା ଥାନା ଅଧିକାରୀ ଅନିତା କିଡୋ ଉପସ୍ଥିତ ରହି ଅଞ୍ଚଳର ବରିଷ୍ଠ ନାଗରିକ ହୃଷୀକେଶ ଦଣ୍ଡସେନା,ଶିବ ପ୍ରସାଦ ମିଶ୍ର,ସତ୍ୟ ନାରାୟଣ ପଣ୍ଡା,ପ୍ରଦୀପ କୁମାର ମେହେର,ଶିବ ନାରାୟଣ ହୋତା,ଆର୍ତ୍ତତ୍ରାଣ ହୋତା,ଆଲରାଜା ରାଓ,ଅର୍ଲେରେ ଅମାଇ ପ୍ରମୁଖଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।ଏହି ଅବସରରେ ବହୁ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଏହି ପରିଚୟ ପତ୍ର ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ସହାୟତା ପାଇବାରେ ସହାୟକ ହେବ ବୋଲି ଥାନାଧିକାରୀ ଶ୍ରୀମତୀ କିଡୋ ସୂଚନା ଦେଇଥିଲେ । ପୋଲିସର ଏହି ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।