-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା

11-May-2026



ବଲାଙ୍ଗୀର (ପ୍ରେରଣା ଖବର): ଯୁବୋଦୟ ଲିଡ୍ ସ୍କୁଲର ୨୦୨୬ ବର୍ଷର “ଯହାଁ କେ ହମ୍ ସିକନ୍ଦର” ନାମକ  ଗ୍ରୀଷ୍ମକାଳୀନ କର୍ମଶାଳା ସଫଳ ଭାବେ ସମାପ୍ତ ହୋଇଛି। ଏହି ଗ୍ରୀଷ୍ମକାଳୀନ କର୍ମଶାଳା ୫ ମେ ରୁ ୯ ମେ ପର୍ଯ୍ୟନ୍ତ ଚାଲିଥିଲା। ପାଞ୍ଚ ଦିନିଆ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ଛାତ୍ରଛାତ୍ରୀ ମାନେ ନୂତନ ଶିକ୍ଷା ଓ ଅନୁଭବ ପାଇବାର ସୁଯୋଗ ପାଇଥିଲେ। କ୍ୟାମ୍ପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ୧୦ ମେ ତାରିଖରେ ସମର କ୍ୟାମ୍ପର ଉଦଯାପନୀ କାର୍ଯ୍ୟକ୍ରମ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ଅମ୍ବରୀଶ ଦାଶ। ଏହି ଅବସରରେ ସମ୍ପାଦିକା ଶ୍ରୀମତୀ ମିତ୍ରବିନ୍ଦା ଦାଶ ଓ ସ୍କୁଲର ଉପଅଧ୍ୟକ୍ଷା ବିଶ୍ୱବରା ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ। ଉଦଯାପନୀ ଅବସରରେ ମାଟି କଳା, ଚିତ୍ରକଳା, ବିଜ୍ଞାନ ଓ ଛାତ୍ରଛାତ୍ରୀଙ୍କୁ ଜୁନିୟର ବିଭାଗରେ ଓ ଷଷ୍ଠ ଶ୍ରେଣୀରୁ 

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସିନିୟର ବିଭାଗରେ ରଖାଯାଇଥିଲା।
ଜୁନିୟର ବିଭାଗରେ ଛୋଟ ପିଲାମାନଙ୍କ ବୟସ ଓ ନୂତନ ଶିକ୍ଷାନୀତିକୁ ଧ୍ୟାନରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ପିଲାମାନଙ୍କୁ ବିଭିନ୍ନ ନୃତ୍ୟ ଶିଖାଇଥିଲେ ପ୍ରସିଦ୍ଧ କୋରିଓଗ୍ରାଫର ମିନକେତନ ଥାପା। ଚିତ୍ରକଳା ଶିକ୍ଷା ଦେଇ ଥିଲେ ବିକାଶ ମାଝୀ। ଏହା ସହ ପିଲାମାନଙ୍କ ପାଇଁ ମାଟି କଳା କାର୍ଯ୍ୟଶାଳା ମଧ୍ୟ ହୋଇଥିଲା। ଏଥିରେ ପିଲାମାନେ ମାଟିରେ ବିଭିନ୍ନ ପ୍ରକାରର ହାଣ୍ଡି ଓ କଳାକୃତି ତିଆରି କରିଥିଲେ। ଏହି କାର୍ଯ୍ୟଶାଳାକୁ ପରିଚାଳନା କରିଥିଲେ ସଦାନନ୍ଦ ରଣା। ଜୁନିୟର ବିଭାଗରେ ବଲାଙ୍ଗୀର ର ବିଭିନ୍ନ ସ୍କୁଲରୁ ୪୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ସିନିୟର ବିଭାଗରେ ଏହି ବର୍ଷର ବିଷୟ ଥିଲା ଷ୍ଟେମ (ଏସ୍‌ଟିଇଏମ୍‌) ଅର୍ଥାତ୍ ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ। ଏଥିରେ ବିଭିନ୍ନ ସ୍କୁଲର ୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୌତିକ ବିଜ୍ଞାନ ଶିକ୍ଷା ଦେଇଥିଲେ ସୁରେଶ ସାହୁ, ରସାୟନ ବିଜ୍ଞାନ ପାଠ ଦେଇଥିଲେ ଅବିନାଶ କର, ଜୀବବିଜ୍ଞାନ ଶିକ୍ଷା ଦେଇଥିଲେ ପ୍ରଜ୍ଞା ପରିମିତା ମିଶ୍ର, ଗଣିତ ପାଠ ଶିକ୍ଷା ଦେଇଥିଲେ ସାସ୍ୱତୀ ମିଶ୍ର ଓ ଇଞ୍ଜିନିୟରିଂ ଏବଂ ରୋବୋଟିକ୍ସ ବିଷୟରେ ଶିକ୍ଷା ଦେଇଥିଲେ ଡଃ ଜଗମୋହନ ପାଢ଼ୀ। ପ୍ରଥମ ଥର ପାଇଁ ବଲାଙ୍ଗୀର ରେ ବିଗଲ୍‌ ବୋର୍ଡ, ଆର୍ଡୁଇନୋ ୟୁନୋ ଓ ରାସ୍‌ପବେରି ପାଇ ଆଧାରିତ ରୋବୋଟିକ୍ସ କାର୍ଯ୍ୟଶାଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟଶାଳାରେ ପିଲାମାନେ ବିଭିନ୍ନ ରୋବୋଟିକ୍ସ ପରିଯୋଜନା ତିଆରି କରିବା  ସାଙ୍ଗେ ତାର ପ୍ରୟୋଗ ଶିଖିଥିଲେ। ବିଦ୍ୟାଳୟ ପରିଚାଳନା ପ୍ରମୁଖ ନାଗ୍ନଜୀତା ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମର   ଆୟୋଜନ ଓ ସମ୍ପାଦନ କରିଥିଲେ।

ରୋବୋଟିକ୍ସର ପ୍ରୋଜେକ୍ଟ ମାନଙ୍କ ପ୍ରଦର୍ଶନୀ ହୋଇଥିଲା।

ପିଲା ମାନେ ସମର୍ କେମ୍ପ ରେ ଶିଖିଥିବା ବିଭିନ୍ନ ନୃତ୍ୟ ମଧ୍ୟ ପ୍ରଦର୍ଶନ କରିଥିଲେ ।କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଯାଦୁକର ଶ୍ୟାମଙ୍କ ଯାଦୁ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥିଲା।
ପ୍ରତିବର୍ଷ ସ୍କୁଲ ପକ୍ଷରୁ ନୂତନ ଓ ନବୀନ ଚିନ୍ତାଧାରା ସହ  ଗ୍ରୀଷ୍ମକାଳୀନ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି  ଗ୍ରୀଷ୍ମକାଳୀନ କର୍ମଶାଳା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ  ବହୁତ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଆଗାମୀ ଦିନରେ ସ୍କୁଲରେ ଏସ୍‌ଟିଇଏମ୍‌ ଲେବେରେଟରୀ ଓ ସ୍ୱତନ୍ତ୍ର ରୋବୋଟିକ୍ସ ଲେବେରେଟରୀ ସ୍ଥାପନ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାଶ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like