-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
10-May-2026
(ତ୍ରିନାଥ ବେଶ୍ରା )
ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ବର୍ତ୍ତମାନ
କ୍ରିକେଟ ଖେଳ ବେସ୍ ଉତ୍ସାହ ଆଣିବା ସହ କ୍ରିକେଟ ଖେଳ ପ୍ରତି ତାଙ୍କର ଇଚ୍ଛାଶକ୍ତି କୁ ଦ୍ଵିଗୁଣିତ
କରୁଥିବା ଦେଖିବାକୁ ମିଳୁଛି । ଅଞ୍ଚଳର ବିଭିନ୍ନ ଗାଁ ମାନଙ୍କରେ
ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ସେହିପରି
ରବିବାର ଦିନ ବରଗୁଡା ଗ୍ରାମ ଠାରେ ମଧ୍ୟ୍ୟ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମ ଦିନ ରେ କଳାହାଣ୍ଡି ଜିଲ୍ଲାର ରାତୁଲ ଗାଁ କ୍ରିକେଟ ଟିମ ସହ ରାୟଗଡା ଜିଲ୍ଲା ର ଇଛା ପୁର ଗ୍ରାମପଞ୍ଚାୟତ ଡାଙ୍ଗୁବାଡି କ୍ରିକେଟ ଟିମ
ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।
।ଉକ୍ତ ଉଦଘାଟଣୀ କ୍ରିକେଟ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବରେ ବିଜେପି ସାଧାରଣ ସମ୍ପାଦକ , ଭିକାରି ନାହକ,ମୁଖ୍ୟବକ୍ତା ଭାବେ ସୁଶ୍ରୀ ରାଜେ ଶ୍ୱରୀ ମାଝୀ,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଛାପୁର ସରପଞ୍ଚ ନାରେଙ୍ଗା ମାଝୀ, ସାନୁଜ୍ୟ ବାଗ, ବୃନ୍ଦାବନ ମହାନ୍ତି,ଗଜେନ୍ଦ୍ର ଗଉଡ଼, ସୁରେନ୍ଦ୍ର ଗୋତି ପ୍ରମୁଖ ଯୋଗ ଦେଇ
ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶାନ୍ତି ଶୃଙ୍ଖଳା ଭାବରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।
ପରୀକ୍ଷିତ ଟଙ୍ଗl ଏବଂ କୁନା ଦୋରା ଖେଲଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ
ମାଠାକୁରାଣୀହାଇଭୋଲ୍ଟେଜ କ୍ରିକେଟ ଟୁର୍ନାମେଣ୍ଟ ର ସମସ୍ତ ସଦସ୍ୟ ଏବଂ ବର ଗୁଡା ଗ୍ରାମବାସୀ ଉପସ୍ଥିତ ରହି ସାହାଯ୍ୟ ସହ ଯୋଗ କରିଥିବା ଦେଖିବାକୁ ମିଳିଥିଲା l