-+91-9937148622 |

prerana_bgr@rediffmail.com |

  Sunday 8th November 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    (08-Nov-2026)       ||      ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   (08-Nov-2026)       ||      ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   (08-Nov-2026)       ||      ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   (07-Nov-2026)       ||      ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   (07-Nov-2026)       ||      ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   (07-Nov-2026)       ||      ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   (07-Nov-2026)       ||      ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   (07-Nov-2026)       ||      ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   (07-Nov-2026)       ||      ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   (07-Nov-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   (07-Nov-2026)       ||      *ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   (07-Nov-2026)       ||      ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ    (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   (07-Nov-2026)       ||      ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ  ବିଦ୍ୟାଲୟ ର ଭିତ୍ତି ପ୍ରସ୍ତର ସ୍ଥାପନ                                                            (07-Nov-2026)       ||      ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ   (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||     

HOME   ଜିଲ୍ଲା

ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା

20-Apr-2026



ନୋଏଡା(ପ୍ରେରଣା ଖବର): ସୁଦିପ୍ତା ମହାନ୍ତିଙ୍କର ଅକାଳ ବିୟୋଗ ଯୋଗୁଁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଗଭୀର ଶୋକ ଓ ଅଭୂତପୂର୍ବ ସମବେଦନା ପ୍ରକାଶ ପାଇଥିବା ଦେଖାଯାଇଛି। ଚଉବନ ବର୍ଷୀୟା ଶ୍ରୀମତୀ ମହାନ୍ତିଙ୍କର ଗତ ୧୮ ତାରିଖ ଶନିବାର ଦିନ ସକାଳ ୮ ଟା ୧୫ ମିନିଟରେ ନୋଏଡାର ଏକ ଘରୋଇ ଡ଼ାକ୍ତରଖାନାରେ ନିମୁନିଆ ଯୋଗୁଁ ନିଧନ ଘଟିଥିଲା । ନୋଏଡାଠାରେ ସେହିଦିନ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ବର୍ଗତଃ ମହାନ୍ତିଙ୍କର ସ୍ୱାମୀ ସ୍ୱନାମଧନ୍ୟ ଚାଟାର୍ଡ ଏକାଉଣ୍ଟାଣ୍ଟ ,ଏଟିଡି ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ, ସାମୁଦାୟିକ ବିକାଶ ସମିତିର ସଭାପତି, ୱାର୍ଲଡ ଓଡ଼ିଶା ସୋସାଇଟି ଉତ୍ତର ପ୍ରଦେଶ ଶାଖାର ମୁଖ୍ୟ ପୃଷ୍ଠପୋଷକ ଏବଂ ନୋଏଡା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଡ଼ଃ ମନୋରଞ୍ଜନ ମହାନ୍ତି ଅଟନ୍ତି। ଶ୍ରୀମତୀ ମହାନ୍ତି ତାଙ୍କର ଏକମାତ୍ର କନ୍ୟା ଆର୍ଣ୍ଣି ମହାନ୍ତିଙ୍କୁ ଛାଡ଼ି ଯାଇଛନ୍ତି । 
                                                   ସ୍ବର୍ଗତଃ ମହାନ୍ତିଙ୍କର ନିଧନରେ ତାଙ୍କର ଶତାଧିକ ପ୍ରଶଂସକ, ବନ୍ଧୁବାନ୍ଧବ, ପରିବାରବର୍ଗ, ଶୁଭେଛୁ ଏବଂ ବିଭିନ୍ନ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଶୋକପ୍ରକାଶ କରିବା ସାଙ୍ଗକୁ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀମତୀ ସୁଦିପ୍ତା ମହାନ୍ତିଙ୍କର ଭାଇ ମଣିପାଲ ହସ୍ପିଟାଲର ସିପିଓ ପାର୍ଥ ଦାସ, ଭାଉଜ ଜସ୍ମିନ ଦାସ, ଭଉଣୀ ସ୍ୱାଗତା ପଟ୍ଟନାୟକ, ତାଙ୍କ ସ୍ୱାମୀ ଅନୁପମ ପଟ୍ଟନାୟକ, ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ୱାର୍ଲଡ  ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଶା ପଜିଟିଭ୍‌ର ପ୍ରତିଷ୍ଠାତା ଆଡଭୋକେଟ ସଞ୍ଜୀବ କୁମାର ମହାନ୍ତି, ବିଜୟନୀ ଫାଉଣ୍ଡେସନ ର ଅଧ୍ୟକ୍ଷା ରୀତା ପାତ୍ରଏବଂ ବିଜେପିର ନୋଏଡା ଜିଲ୍ଲା ଉପାଧ୍ୟକ୍ଷ ପ୍ରମୋଦ ଭଲ ପ୍ରମୁଖ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।  
 
ସ୍ବର୍ଗତଃ ମହାନ୍ତି ଜଣେ ଉତ୍ତମ ପତ୍ନୀ ଏବଂ ଯତ୍ନଶୀଳ ମା' ଥିଲେ । ସେ ତାଙ୍କର ବହୁବିଧ ସୁଗୁଣ ଯଥା:- ଆଦର ମନୋବୃତ୍ତି, ଭଦ୍ର ବ୍ୟବହାର, କୋମଳ ହୃଦୟ ଏବଂ ଦରଦୀ ପ୍ରକୃତି ପାଇଁ ସଦା ସ୍ମରଣୀୟ ହୋଇ ରହିବେ । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ଥିତ ସୁନହଟଠାରେ ସେ ୧୯୭୨ ମସିହା ଜାନୁୟାରୀ ୨୫ ତାରିଖରେ  ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମାତା ସବିତା ଦାସ ଏବଂ ପିତା ସୁବ୍ରତ ଦାସ ଅଟନ୍ତି । ଜଣେ ମେଧାବୀ ଛାତ୍ରୀ ଭାବରେ ସେ ଫକୀର ମୋହନ କଲେଜରୁ ସ୍ନାତକ ଶିକ୍ଷା ଲାଭ କରି ସାରିବା ପରେ , ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାରରୁ ଦର୍ଶନ ଶାସ୍ତ୍ରରେ  ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଥିଲେ । ୧୯୯୬ ମସିହା ଡ଼ିସେମ୍ବର ୬ ତାରିଖରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରର ବାଖରପୁର ନିବାସୀ ସ୍ବର୍ଗତଃ ପ୍ରମିଳାବାଳା ମହାନ୍ତି ଏବଂ ସ୍ବର୍ଗତଃ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କର ସୁପୁତ୍ର ମନୋରଞ୍ଜନ ମହାନ୍ତିଙ୍କୁ ସେ ବିବାହ କରିଥିଲେ । 

ସୁଦିପ୍ତାଙ୍କର ଆକସ୍ମିକ ବିୟୋଗ, ଶୋକାକୁଳ ପରିବାର ବର୍ଗ ଓ ବନ୍ଧୁବାନ୍ଧବମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ୱାମୀ ଡ଼ଃ ମନୋରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ତାଙ୍କର ଅଭୁଲା ସ୍ମୃତି ଚୀରଦିନ ପାଇଁ ସେମାନଙ୍କ ନିକଟରେ ଅମର ହୋଇ ରହିବ ବୋଲି ସେ ସୂଚାଇଛନ୍ତି।  ଏହି ଦୁର୍ଦ୍ଦିନ ସମୟରେ ବ୍ୟକ୍ତିଗତ ଭାବରେ,ବାର୍ତ୍ତା ମାଧ୍ୟମରେ ଏବଂ ପ୍ରାର୍ଥନା ଦ୍ୱାରା ଶୋକ ଓ ସମବେଦନା  ବ୍ୟକ୍ତ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି ଡ଼ଃ ମହାନ୍ତି କୃତଜ୍ଞତା ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    08-Nov-2026
  ଜିଲ୍ଲା  
ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   08-Nov-2026
  ଜିଲ୍ଲା  
ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   08-Nov-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   07-Nov-2026
  ଜିଲ୍ଲା  
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   07-Nov-2026
  ଜିଲ୍ଲା  
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   07-Nov-2026
  ଜିଲ୍ଲା  
ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   07-Nov-2026
  ଜିଲ୍ଲା  
ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   07-Nov-2026
  ଜିଲ୍ଲା  
ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   07-Nov-2026
  ଜିଲ୍ଲା  
ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   07-Nov-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   07-Nov-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   07-Nov-2026

You Might Also Like