-+91-9937148622 |
prerana_bgr@rediffmail.com |
Sunday 8th November 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ରିପୋର୍ଟ: ପବିତ୍ର ସାହୁ
ବଲାଙ୍ଗୀର ଜିଲ୍ଲା ଟିକରାପଡ଼ା ପାଖ ଲାନ୍ଥ୍ ନଦୀରେ ବାଲି ମାଫିଆ ଙ୍କ ବାଲି ଚୋରି । ଏଠାରେ ବେନିୟମ ଭାବରେ ବିଭିନ୍ନ ଜାଗାରୁ ବାଲି ଉଠାଇ ରାସ୍ତା କଡରେ ଗଚ୍ଛିତ ରଖୁଛି ଏବଂ ବାହାରକୁ ବିକ୍ରି କରୁଛି। ଏଠାରେ ସରକାର ଙ୍କ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ବେନିୟମ ଭାବରେ ନଦୀରୁ ବାଲି ଉଠାଇ ବାଲିଚାଲଣ କରୁଥିବା ଗ୍ରାମବାସୀ ଙ୍କ ଅଭିଯୋଗ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ସରକାର ଚାଷୀ ଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଉଦ୍ଦିଷ୍ଟ ହେଉଥିବା ବିଜୁ କୃଷକ ବିକାଶ ଯୋଜନା ପ୍ରକଳ୍ପ ପାଖରେ ହିଁ ଯେସିବି ମାଧ୍ୟମରେ ଟ୍ରିପ ଟ୍ରିପ ବାଲି ଉଠାଉଛି। ଫଳରେ ଚାଷୀ ପାଣି ନ ପାଇ ଚାଷ କାମ ଛାଡି ଦୁଃଖରେ ବସୁଛି । ସରକାର ଚାଷୀ ଙ୍କ ପାଇଁ ସୁବିଧା କରିଥିବା ନଦୀ ଆଡିବନ୍ଧର ମାଟିକୁ ମଧ୍ୟ କାଟି ଦେଇ ରାସ୍ତା କରି ବାଲି ନେଉଥିବା ଦେଖିବାକୁ ମିଳିଛି l ଏହିଠାରେ ପ୍ରଶ୍ନ ଉଠିଛି ଏହା କାହା ଇଙ୍ଗିତ ରେ ବାଲି ମାଫିଆ ବେନିୟମ ଭାବରେ ବିଭିନ୍ନ ଜାଗାରୁ ବାଲି ନେଉଛି। ତେଣୁ ଜିଲ୍ଲା ର ଖଣି ବିଭାଗ ଅଧିକାରୀ ଏହି ବାଲି ମାଫିଆ ଙ୍କୁ ପ୍ରଶ୍ରୟ ଦେଉଥିବା ରୁ ହିଁ ବାଲି ଚୋରି ହୋଇଥିବା ସ୍ଥାନୀୟ ଗ୍ରାମବାସୀ ସନ୍ଦେହ ସୃଷ୍ଟି କରୁଛନ୍ତି l ତେଣୁ ସ୍ଥାନୀୟ ପ୍ରଶାସନ ଏହା ଉପରେ ଉଚିତ୍ ତଦନ୍ତ କରି ତାହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି l