-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Mar-2026
ବରପାଲି (ସୁଦାମ ଦୀପ )
ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଏଡ୍ୟୁକେସନ୍ ଅଫିସ୍ର ଜୁନିୟର କ୍ଲାର୍କ-କମ୍-ଆକାଉଣ୍ଟାଣ୍ଟ ରଜନୀ କାନ୍ତ କରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ବକେୟା ବେତନ ବିଲ୍ ପ୍ରସ୍ତୁତ କରିବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଅଭିଯୋଗକାରୀ କର୍ମଚାରୀ ବହୁବାର ଅନୁରୋଧ କରିଥିଲେ ମଧ୍ୟ ଆକାଉଣ୍ଟାଣ୍ଟ ରଜନୀ କାନ୍ତ କର ବକେୟା ବେତନ ଉତ୍ତୋଳନ ପାଇଁ ବିଲ୍ ପ୍ରସ୍ତୁତ କରୁନଥିଲେ। ବିଲ୍ କରିଦେବା ପାଇଁ ସେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଆଜି ଟ୍ରାପ୍ ଅପରେସନ୍ କରାଯାଇ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରାଯାଇଥିଲା। ତାଙ୍କଠାରୁ ୬ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ସହ ସଂପୃକ୍ତ ଦୁଇଟି ସ୍ଥାନରେ ସମ୍ପତ୍ତି ତଦନ୍ତ ଚାଲିଛି।