-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
14-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁରର ସର୍ବ ପୂରାତନ ସୋନପୁର କଲେଜ ରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି । ସୋନପୁର କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୮ ଗୋଟି ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଙ୍କ ଠାରେ ଆବେଦନ କରଯାଇଥିବା ବେଳେ ଆଜି ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମୁରଲୀଧର ମାଝୀ ଏବଂ ସୋନପୁର ଏଡିଏମ୍ ରାଜେନ୍ଦ୍ର ମାଝୀ ସୋନପୁର ମହାବିଦ୍ୟାଳୟ ର କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ସୋନପୁର ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବରେ ଇଂରାଜୀ, ଓଡ଼ିଆ, ସଂସ୍କୃତ, ଇତିହାସ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ମାନ୍ୟବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ବଲପୁରଙ୍କ ଠାରେ କଲେଜ ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡିଛି । ଏହି ଗସ୍ତ ସମୟରେ କଲେଜ ଅଧ୍ୟକ୍ଷ ରାଧାକାନ୍ତ ନାଏକ ଙ୍କ ସମେତ ସମସ୍ତ ଅଧ୍ୟାପକ, ଆଲୁମିନୀ ସଂଘର ଉପ ସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶଙ୍କ ସହିତ କଲେଜ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖବର ଜଣାପଡିବା ପରେ ଛାତ୍ରଛାତ୍ରୀ ମହଲ ରେ ଖୁସିର ଲହରୀ ଖେଳିଯାଇଛି ।