-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

ପ୍ରିୟ ଶିକ୍ଷକଙ୍କ ସେବା ନିବୃତ୍ତି,ଅଶ୍ରୁଳ ନୟନରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

03-Mar-2026



ବରଗଡ(ଆକାଶ ମିଶ୍ର): ଜଣେ ଶିକ୍ଷକ ଗଢ଼ନ୍ତି ଶହ ଶହ ଭବିଷ୍ୟତ, କିନ୍ତୁ ଜଣେ ପ୍ରତିଷ୍ଠାତା ଶିକ୍ଷକ ଗଢ଼ନ୍ତି ଏକ ଅନୁଷ୍ଠାନ। ସ୍ଥାନୀୟ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର  ଶିକ୍ଷକ ଶ୍ରୀଯୁକ୍ତ ବାଳମୁକୁନ୍ଦ ସାହୁଙ୍କ ସେବା ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ଅଭୂତପୂର୍ବ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସେବା ଓ ନିଷ୍ଠା ପରେ ତାଙ୍କର ଅବସର ଗ୍ରହଣ ସମୟରେ ସମଗ୍ର ଅଞ୍ଚଳରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭକ୍ତ ମଲ୍ଲିକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ ଶିକ୍ଷାଦାନ ଶୈଳୀ ଏବଂ ବିଦ୍ୟାଳୟ ପ୍ରତି ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟର ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ମେହେର, ସଭାପତି କୁଶ ସାହୁ,ଓଷ୍ଟା ରାଜ୍ୟ ସହ ସମ୍ପାଦକ ଆଶୁତୋଷ ରଥ, ଓଷ୍ଟା ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବି ପ୍ରଧାନ , ରବୀନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା ସମୟର ସଂଘର୍ଷ ଏବଂ ଶ୍ରୀଯୁକ୍ତ ସାହୁଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବରାଜ ବେହେରା ସଭା ପରିଚାଳନା କରିଥିଲେ ।
ବିଦ୍ୟାଳୟର ପ୍ରତିଷ୍ଠା କାଳରୁ ସେ ଯେଉଁ ସଂଘର୍ଷ ଓ ତ୍ୟାଗ କରିଛନ୍ତି, ତାହାକୁ ମନେ ପକାଇ ଉପସ୍ଥିତ ଅତିଥି ଓ ଶିକ୍ଷକବୃନ୍ଦ ଭାବବିହ୍ୱଳ ହୋଇପଡ଼ିଥିଲେ। ବିଦ୍ୟାଳୟ ର ପ୍ରଥମ ବର୍ଷର ଛାତ୍ର ତଥା ଆଲୁମିନା କମିଟିର ସମ୍ପାଦକ ଗୋବିନ୍ଦ ମେହେର ଭାବ ବିହ୍ୱଳ ହୋଇ କହିଥିଲେ"ବାଳମୁକୁନ୍ଦ ସାର୍ କେବଳ ଏହି ସ୍କୁଲର ପ୍ରଧାନ ଶିକ୍ଷକ ନଥିଲେ, ସେ ଥିଲେ ଏହି ଅନୁଷ୍ଠାନର ସ୍ଥପତି। ତାଙ୍କ ଅବସର ପରେ ସ୍କୁଲ୍ ପରିସରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ପୁରାତନ ଛାତ୍ର ତଥା ଆଲୁମିନି କମିଟି ର ସଦସ୍ୟ ସଦସ୍ୟା, ଗ୍ରାମବାସୀ ସମସ୍ତେ ଶ୍ରୀଯୁକ୍ତ ସାହୁଙ୍କ ମାର୍ଗଦର୍ଶନରେ ଅନେକ ଛାତ୍ର ଆଜି ସମାଜରେ ପ୍ରତିଷ୍ଠିତ। ତାଙ୍କର ଶୃଙ୍ଖଳିତ ଜୀବନ ଓ ଶିକ୍ଷାଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ।ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମାରୋହରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅବସରପ୍ରାପ୍ତ ଶିକ୍ଷକ, ଆଖପାଖ ୧୯ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ପ୍ରତିନିଧି ମାନେ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ ବ୍ଲକ ରୁ ରାଜ୍ୟ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ସାହୁ ନେଇଥିବା ନେତୃତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଶତାଧିକ ଅଭିଭାବକ ଉପସ୍ଥିତ ରହି ତାଙ୍କର ସୁସ୍ଥ

ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ।
ସମାରୋହର ମୁଖ୍ୟ ଆକର୍ଷଣ ଥିଲା ଭବ୍ୟ ପଟୁଆର ରେ ଶ୍ରୀଯୁକ୍ତ ସାହୁଙ୍କୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ପ୍ରତି ଘରେ ତାଙ୍କର ପାଦ ଧୌତ , ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଲୁମିନା କମିଟି ର ସଭାପତି ମାଲେଶୁ ରାଓ, ମେକା ସତେଶୁ, ସୁବାସ ଗଡତିଆ, ଜିତ ଭାତପାହାର,ନାରାୟଣ ମେହେର, ପିଣ୍ଟୁ ମେହେର, ଗଣେଶ ବେହେରା ବୃନ୍ଦାବନ ମେହେର, , ପ୍ରମିସ୍ ବାରିକ୍, ମୁନା ମେହେର, ପରିଚାଳନା କମିଟିର ଓକିଲ ଭାତପାହାର୍, ସୁରଥ ଛତ୍ରିଆ, ପ୍ରମୁଖ ଗୁରୁ ଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ଲାଭ କରି କୃତ୍ୟ କୃତ୍ୟ ମଣି ଥିଲେ । ଅବସର ନେଉଥିବା ଶିକ୍ଷକ ଶ୍ରୀଯୁକ୍ତ ସାହୁ ଶିକ୍ଷକ ଓ ଅନୁଷ୍ଠାନ କୁ ଅଭିନ୍ନ ବୋଲି କହିବା ସହିତ ଆଜୀବନ ବିଦ୍ୟାଳୟ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିବେ ବୋଲି ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like