-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||     

HOME   ଦେଶ ବିଦେଶ

ଭାରତରେ ପ୍ରଥମ: ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

04-Feb-2021



ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ): ସାବଧାନ! ଅପରାହ୍ନ ୩ଟାରୁ ସାଢ଼େ ୩ଟା ଭିତରେ ବାଲେଶ୍ୱରର ଅମକ ୱାର୍ଡ, ମୟୂରଭଞ୍ଜ ରାଇରଙ୍ଗପୁରର ଅମକ ପଞ୍ଚାୟତର ସମକ ଗାଁରେ ବଜ୍ରପାତ ହେବା ଆଶଙ୍କା ଅଛି । ସନ୍ଧ୍ୟା ୬ଟା ୪୫ରୁ ୭ଟା ମଧ୍ୟରେ ଭଦ୍ରକ ଭଣ୍ଡାରିପୋଖରୀ ଓ କେନ୍ଦୁଝର ଆନନ୍ଦପୁରର ଉକ୍ତ ଗାଁରେ କାଳବୈଶାଖୀ ପ୍ରକୋପରେ ଝଡ଼ ତୋଫାନ ହୋଇପାରେ । ଆଗାମୀ ଦିନରେ ଉତ୍ତର ଓଡ଼ିଶାରେ ବେଶ୍‌ ଆଗୁଆ ମିଳିିଯିବ ବଜ୍ରପାତ ଓ କାଳବୈଶାଖୀ ସମ୍ପର୍କିତ ପାଣିପାଗ ସତର୍କ ସୂଚନା । ନିର୍ଦ୍ଦିଷ୍ଟ ଗାଁ ଏବଂ ୱାର୍ଡକୁ ଚିହ୍ନଟ କରି ସତର୍କ ସୂଚନା ଜାରି କରାଯିବ । ଏଭଳି ସତର୍କ ସୂଚନା ମାଧ୍ୟମରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ରୋକାଯାଇପାରିବ । ଏହି ଉଦ୍ଦେଶ୍ୟ ନେଇ ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର (ଥଣ୍ଡରଷ୍ଟ୍ରମ ରିସର୍ଚ୍ଚ ଟେଷ୍ଟ ବେଡ୍‌) । ଦେଶରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ପାଣିପାଗ ଗବେଷଣା କେନ୍ଦ୍ର ଓଡ଼ିଶାର ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି । ଖୁବଶୀଘ୍ର ଏ ଦିଗରେ କାମ ଆରମ୍ଭ କରିବ ଭୂ-ବିଜ୍ଞାନ ମନ୍ତ୍ରାଳୟ ।

ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ଦେଉଛି । ଉତ୍ତର ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳ ହୋଇଥିବାରୁ ବାଲେଶ୍ୱରରୁ ଏହି ନୂଆ ଜ୍ଞାନକୌଶଳର ଉପଯୋଗ ଆରମ୍ଭ ହେବ । ଆଇଏମ୍‌ଡି ପ୍ରସ୍ତାବ ଦେଇଛି, ବାଲେଶ୍ୱରରେ ବଜ୍ରପାତ ଗବେଷଣା କେନ୍ଦ୍ର ହେବ । ଆଇଏମ୍‌ଡି, ଇସ୍ରୋ, ଭୂ ବିଜ୍ଞାନ ମନ୍ତ୍ରାଳୟ ଏବଂ ଡିଆରଡିଓ ମିଳିତ ଭାବେ ଏଥିପାଇଁ କାମ କରିବେ । ବାଲେଶ୍ୱରରେ ଅତ୍ୟାଧୁନିକ ପାଣିପାଗ ମାପକ ଯନ୍ତ୍ର ଲଗାଯିବ । ଏଭଳି ଅତ୍ୟାଧୁନିକ ଯନ୍ତ୍ରପାତି ରହିବ, ଯେମିତି କାଳବୈଶାଖୀ କିମ୍ବା ବଜ୍ରପାତ ନେଇ ଢେର ଆଗୁଆ ଏବଂ ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ପୂର୍ବାନୁମାନ ଜାରି କରାଯାଇପାରିବ ।

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଭାରତରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏହି ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରିବାକୁ ପ୍ରାୟ ୫ ବର୍ଷ ସମୟ ଲାଗିବ । ଉତ୍ତର ଓଡ଼ିଶାରେ ବଜ୍ରପାତଜନିତ ଧନଜୀବନ ହାନି ରୋକିବାରେ ଏହା ବଡ଼ ଭୂମିକା ନେବ । ବୈଜ୍ଞାନିକଙ୍କ ମିଳିତ ଟିମ୍‌ ଏ କ୍ଷେତ୍ରରେ କାମ କରିବେ । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସବୁବେଳେ ସାମ୍ନା କରି ଆସୁଛି ଓଡ଼ିଶା । ଆଗୁଆ ପାଣିପାଗ ସୂଚନା ଯୋଗୁ ରାଜ୍ୟ ସରକାର ଏବଂ ଓଡ଼ିଶାବାସୀ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରିପାରୁଛନ୍ତି । ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ସାରା ବିଶ୍ୱ ପାଇଁ ମଡେଲ୍‌ ପାଲଟିଛି ।

ଏଥିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆଗୁଆ ସତର୍କତା ଯୋଗୁ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟିକୁ ମନ୍ତ୍ର କରିପାରିଛି ଓଡ଼ିଶା । ମାତ୍ର ପ୍ରତିବର୍ଷ ବଜ୍ରପାତ ଓ କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ସଂଖ୍ୟାରେ ଜୀବନ ଯାଉଛି ।

ଗତ ଡିସେମ୍ବରରେ ଜାରି ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ବଜ୍ରପାତ କାରଣରୁ ୧୭୭୧ ଜୀବନ ଯାଇଛି । ଏଥିରେ ଉତ୍ତରପ୍ରଦେଶରେ ୨୯୩, ମଧ୍ୟପ୍ରଦେଶରେ ୨୪୮, ବିହାରରେ ୨୨୧ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାରେ ବଜ୍ରପାତ ଯୋଗୁ ୨୦୦ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାରେ ହୋଇଥିବା ବଜ୍ରପାତଜନିତ ମୃତ୍ୟୁରେ ଅଧିକାଂଶ ଥିଲେ ଉତ୍ତର ଓଡ଼ିଶାର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026

You Might Also Like