-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ରାଜ୍ୟ

କେନ୍ଦ୍ରରେ ଏନଡିଏ ସରକାର ଆସିଲା ପରେ ଆୟୁର୍ବେଦର ମର୍ଯ୍ୟାଦା ବଢିଛି- ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

14-Feb-2026



ବଲାଙ୍ଗିର(ପ୍ରେରଣା ଖବର)-ରାଜ୍ୟରେ ଥିବା ଆୟୁଷଡାକ୍ତରଙ୍କ ଦରମାବୃଦ୍ଧିକୁ ନେଇ ଅନେକଦିନର ଦାବି ରହିଥିଲା। ରାଜ୍ୟ ସରକାର ଏବେ ସେହି ଦାବିକୁ ପୂରଣ କରି ଆୟୁଷ ଡାକ୍ତରଙ୍କୁ ଏକ ମର୍ଯ୍ୟାଦାଜନକ ଦରମାପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେଥିପାଇଁ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର,ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟାବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ବଲାଙ୍ଗୀର ଜିଲ୍ଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ମନ୍ତ୍ରୀଙ୍କୁ ଏକ ପଟ୍ଟଚିତ୍ର ଓ 

ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ଏକ ହୋଟେଲରେ ଆୟୁଷଡାକ୍ତର ସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଡ.ମନୋରଂଜନ ପଧାନଙ୍କ ସଭାପତିତ୍ୱ ଓ ଡା.ସବିତା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ କହିଛନ୍ତି ଯେ,ଭାରତୀୟ ସଂସ୍କୃତିରେ  ପାରମ୍ପରିକ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ରହିଆସିଛି । ୨୦୧୪ ମସିହାରେ କେନ୍ଦ୍ରରେ ଏନଡିଏ ସରକାର ଆସିଲା ପରେ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟଆୟୁଷମିଶନ ଗଠନ ସହ ଆୟୁଷର ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲିଥିଲେ । ଆଜି ଗାଁ ଗାଁରେ ଆୟୁଷ ଡାକ୍ତର ନିଯୁକ୍ତ ହୋଇ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଆୟୁଷ ଡାକ୍ତରଙ୍କ ଅନେକ ଦିନର ଦାବିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସହୃଦୟତାର ସହିତ ବିଚାରକରି ଦରମାବୃଦ୍ଧି ସହ ଆୟୁଷଡାକ୍ତରଙ୍କ ମାନବୃଦ୍ଧି କରିଛନ୍ତି। ବର୍ତ୍ତମାନ ଆୟୁଷ ଚିକିତ୍ସାଳୟ ମାନଙ୍କରେ ନିର୍ମଳସେବା, ନିଦାନସେବା ଆରମ୍ଭ ହୋଇ ସାରିଥିବା ବେଳେ ଆଗାମୀ ଦିନରେ  ଆୟୁଷ ମହାବିଦ୍ୟାଳୟ ତଥା ଆୟୁଷ ବିଶ୍ୱବିଦ୍ୟାଳୟ ସ୍ଥାପନର ପ୍ରସ୍ତାବ ରହିଥିବା ମନ୍ତ୍ରୀ ଡ.ମହାଲିଙ୍ଗ କହିଥିଲେ। ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ତଥା ଗୋପବନ୍ଧୁ ଜନଅଅରୋଗ୍ୟ ଯୋଜନା ଯଥାଶୀଘ୍ର  ଆୟୁଷସେବା ଅନ୍ତର୍ଭୁକ୍ତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଡ.ମହାଲିଙ୍ଗ କହିଥିଲେ। ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟରେ ଜାତୀୟସ୍ୱାସ୍ଥ୍ୟମିଶନ ଅଧିନରେ ଆୟୁଷ ଡାକ୍ତର ମାନେ ଚିକିସାସେବା ଯୋଗାଇ ଆସୁଛନ୍ତି । ସ୍ୱଲ୍ପଦରମାରେ ସେମାନେ ଦୀର୍ଘବର୍ଷ ହେଲା ଚାକିରି କରୁଛନ୍ତି । ଆୟୁର୍ବେଦ ଡାକ୍ତରୀପାଠ ପଢିଥିଲେ ହେଁ ସେମାନଙ୍କୁ ଏକ ମର୍ଯ୍ୟାଦାଜନକ ସମ୍ମାନ ମିଳୁନଥିଲା। ବିଭିନ୍ନ ସମୟରେ ଆୟୁଷ ଡାକ୍ତରସଂଘ ପକ୍ଷରୁ ରାଜ୍ୟସରକାରଙ୍କ ସହିତ ଆଲୋଚନା ହେଉଥିଲା ତଥା ଆନ୍ଦୋଳନ ମଧ୍ୟ ହେଉଥିଲା। କିନ୍ତୁ ଶେଷରେ 

ରାଜ୍ୟସରକାର ଏମାନଙ୍କର ଦାବିକୁ ମାନିଲେ। ଏବେ ଆୟୁଷ ଡାକ୍ତରମାନେ ସର୍ବନିମ୍ନ ୫୬ ହଜାର ଟଙ୍କା ଓ ଚାକିରି ସମୟ ଅବଧି ଦେଖି ସର୍ବାଧିକ ୯୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ । ସଭାରେ ବଲାଙ୍ଗୀର ସଂଘର ସଂପାଦକ ଡାକ୍ତର ଲଳିତକୁମାର ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ସଂଘର ପଦକ୍ଷେପ ବିଷୟରେ କହିଥିଲେ। ଶେଷରେ ଡା.ସୁଦାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ. ସୁମିତ୍ରା ଦାସ, ଡଃ ଅର୍ଚ୍ଚନା ଚାନ୍ଦ ଙ୍କ ସହ ବଲାଙ୍ଗୀର ଜିଲ୍ଲାର ସିଏଚସି ଓ ପିଏଚସିରେ କାମ କରୁଥିବା ସମସ୍ତ ଆୟୁଷ ଡାକ୍ତରମାନେ ଉପସ୍ଥିତ ରହି ସହଯୋଗ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like