-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||     

HOME   ଜିଲ୍ଲା

୭୬ ବର୍ଷରେ ଜରାସିଂହା ନେତ୍ରଭାନୁ ହାଇସ୍କୁଲ... ଶିକ୍ଷାର ବିକାଶ ସହିତ ଅଞ୍ଚଳର ସାମାଜିକ,ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତିର ପ୍ରମୁଖକ୍ଷେତ୍ର

05-Feb-2026



ବଲାଙ୍ଗିର-ସ୍ୱାଧିନୋତ୍ତର ଭାରତରେ ଶିକ୍ଷାର ବିକାଶ ପାଇଁ ଅନେକ ଗାଁରେ ସ୍କୁଲର ଆବଶ୍ୟକତା ଥିଲା । ସେଥିପାଇଁ ବଲାଙ୍ଗୀର ଜିଲ୍ଲାର ଐତିହାସିକ ଗ୍ରାମ ଜରାସିଂହାଠାରେ ଏକ ହାଇସ୍କୁଲ ଖୋଲିବାର ଉଦ୍ୟମ ଆରମ୍ଭ ହୋଇଥିଲା । ବଲାଙ୍ଗୀର ଚୌହାନରାଜବଂଶର ଜଣେ ଦାୟାଦ ଜରାସିଂହା ଜମିଦାର ବ୍ରଜେନ୍ଦ୍ରନାରାୟଣ ସିଂଦେଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ ୧୯୪୮ ମସିହାରେ ପ୍ରଥମକରି ଗ୍ରାମାଞ୍ଚଳରେ ଏକ ହାଇସ୍କୁଲ ଖୋଲିବାକୁ ପ୍ରସ୍ତୁତି ବୈଠକ କରିଥିଲେ । କିନ୍ତୁ ହାଇସ୍କୁଲ ଖୋଲିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା ଓ ପରେ ତାଙ୍କର ଉତ୍ତରାଧିକାରୀ ଜମିଦାର ଲାଲ ଜଗନ୍ନାଥପ୍ରସାଦ ସିଂଦେଓଙ୍କ ଉଦ୍ୟମରେ ୧୯୫୦ ମସିହା ଜୁଲାଇ ୧୭ ତାରିଖରୁ ଆରମ୍ଭ ହୁଏ ହାଇସ୍କୁଲ । ହାଇସ୍କୁଲ ଖୋଲି ଏହାର ନାମକରଣ କରାଗଲା ଜମିଦାରଙ୍କ ପିତାମାତା ନେତ୍ରମଣୀଦେବୀ ଓ ଭାନୁପ୍ରତାପ ସିଂଙ୍କ ନାମରେ । ସେହିଦିନରୁ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଗ୍ରାମାଞ୍ଚଳ ହାଇସ୍କୁଲ ଭାବରେ ଜରାସିଂହାର ଏହି ନେତ୍ରଭାନୁ ହାଇସ୍କୁଲ ଅଞ୍ଚଳର ଶିକ୍ଷାର ବିକାଶରେ ଆଗେଇ ଚାଲିଛି । ସ୍କୁଲପାଇଁ ଗାଁର ଲଲିତମୋହନ ଦେଓ ଜମିଦାନ କରିଥିବା ବେଳେ ଗୋପିନାଥ ମେହେର ପ୍ରଥମ ପ୍ରଧାନଶିକ୍ଷକ ଦାୟିତ୍ୱ ପାଇଥିଲେ । ନିଷ୍ଠାପର ଶିକ୍ଷକଙ୍କ ପାଇଁ ସ୍କୁଲରେ ଶିକ୍ଷାର ବାତାବରଣ ବଢିଥିଲା ଓ ସ୍କୁଲକୁ ଗୌରବ ପ୍ରଦାନ କରିଥିଲା । ୧୯୫୬ ମସିହାରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଗାନ୍ଧିବାଦୀନେତା ନବକୃଷ୍ଣ ଚୌଧୁରୀ ଏହି ହାଇସ୍କୁଲର ନୂତନବିଲଡିଂର ଶୀଳାନ୍ୟାସ କରିଥିଲେ ।  ଶ୍ରୀ ଚୌଧୁରୀ ଜରାସିଂହାରେ ଦୁଇଦିନ ପର୍ଯ୍ୟନ୍ତ ଜରାସିଂହାରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଯାହାକି ଏହି ହାଇସ୍କୁଲ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ଥିଲା । ଜରାସିଂହାକୁ ବିଭିନ୍ନ ସମୟରେ ହରେକୃଷ୍ଣ ମହତାଭ,ବିଜୁ ପଟ୍ଟନାୟକ,ଜାନକିବଲ୍ଲଭ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀଗଣ ଆସି ଏହି ହାଇସ୍କୁଲକୁ ଉଚ୍ଚପ୍ରଶଂସା କରିଛନ୍ତି । ୧୯୭୪ ମସିହାରେ ରାଜ୍ୟସରକାର ଏହି ହାଇସ୍କୁଲର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଥିଲେ । ଗତ ୧୯୭୭ ମସିହାରେ ଏହାର ରଜତଜୟନ୍ତି ଉତ୍ସବ ମଧ୍ୟ ପାଳିତ ହୋଇଥିଲା । ଯେତେବେଳେ ଏହି ହାଇସ୍କୁଲ ଖୋଲିଲା ସେତେବେଳେ ଗ୍ରାମାଞ୍ଚଳରେ କୌଣସିଠାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ବ୍ୟବସ୍ଥା ନଥିଲା । ସେଥିପାଇଁ ଏହି ହାଇସ୍କୁଲରେ ପାଠପଢିବା ପାଇଁ ଶହଶହ ସଂଖ୍ୟାରେ ଛାତ୍ରମାନେ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ । ଆଜି ଜରାସିଂହାର ନେତ୍ରଭାନୁ ହାଇସ୍କୁଲକୁ ୭୫ ବର୍ଷ ପୁରି ୭୬ ବର୍ଷରେ ପଦାର୍ପଣ କରିସାରିଛି । ସୁଖର କଥା ପୁରାତନଛାତ୍ରମାନଙ୍କ ପକ୍ଷରୁ ୭୫ବର୍ଷ ପୂର୍ତ୍ତିରେ ପ୍ଲାଟିନମ ଜୁବୁଲି ପାଳନ କରାଯାଉଛି । ଫେବୃୟାରୀ ୫ ତାରିଖରୁ ଆରମ୍ଭ କରି ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ଦିନ ଧରି ଜରାସିଂହା ଉତ୍ସବମୁଖର ହେବ । ହଜାର ହଜାର ସଂଖ୍ୟାରେ ପଢିଥିବା ପୁରାତନ ଛାତ୍ରଛାତ୍ରୀ ଆସି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଅନୁଭୁତି ବାଣ୍ଟିବେ । ପ୍ରାୟ ତିନିମାସ ହେଲା ପ୍ଲାଟିନମ ଜୁବୁଲି କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବ୍ରଜେନ୍ଦ୍ରନାରାୟଣ ସିଂଦେଓଙ୍କ ନାମିତ ହୋଇଥିବା ବିଏନସିଂଦେଓ ଷ୍ଟାଡିୟମରେ ପ୍ଲାଟିନମ ଜୁବୁଲି ମହୋତ୍ସବ ପାଳିତ ହେଉଛି । ନେତ୍ରଭାନୁ ହାଇସ୍କୁଲ କେବଳ ଶିକ୍ଷାର ବିକାଶ କରିନାହିଁ ବରଂ ଏ ଅଞ୍ଚଳକୁ ଜନଜୀବନକୁ ପ୍ରଭାବିତ କରିଛି । ହଜାର ହଜାର ବର୍ଷର ଐତିହ୍ୟଗ୍ରାମ ଜରାସିଂହାକୁ ନୂତନ ମାନ୍ୟତା ଦେଇଛି । ଏଠାରେ ଶିକ୍ଷାର ବିକାଶ ସହିତ କ୍ରୀଡାର ବିକାଶ ହୋଇଛି । ଲୋକଙ୍କ ମଧ୍ୟରେ

ସାମାଜିକ,ସାଂସ୍କୁତିକ ଭାବଧାରା ବଢିଛି । ପୂର୍ବରୁ ଜରାସିଂହାକୁ ଐତିହାସିକ ଦେବୀ ପାଟଖଣ୍ଡାଙ୍କ ପାଇଁ କେବଳ ଜାଣୁଥିବା ବେଳେ ପରେ ପାଟଖଣ୍ଡାଙ୍କ ସହ ନେତ୍ରଭାନୁ ହାଇସ୍କୁଲକୁ ନେଇ ମଧ୍ୟ ଜରାସିଂହା ପରିଚିତି ପାଇଛି । ଏଠିକାର ଛାତ୍ରଛାତ୍ରୀ ପାଠପଢି ବହୁତ ବଡବଡ ପଦପଦବୀରେ ରହି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ଏବେ ପ୍ଲାଟିନମ ଜୁବୁଲି ପାଇଁ ପୁରାତନଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ ହେବ । ମହୋତ୍ସବରେ ଓଡିଶା ବିଭିନ୍ନ ରାଜନେତା,ମନ୍ତ୍ରୀଗଣ ତଥା ପ୍ରଶାସନିକ ଅଧିକାରୀଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହୋତ୍ସବ କମିଟିରେ ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ ମୁଖ୍ୟ ଉପଦେଷ୍ଟା ରହିଥିବା ବେଳେ ଲକ୍ଷ୍ମଣ କୁମାର ମେହେର କମିଟିର ଅଧ୍ୟକ୍ଷ ରହିଛନ୍ତି । ଅର୍ଥକମିଟିରେ କର୍ତ୍ତାରସିଂ କୁମ୍ଭାର ରହିଥିବା ବେଳେ ଗାଁର ଅନେକ ବିଶିଷ୍ଟବ୍ୟକ୍ତି ବିଶେଷ ମହୋତ୍ସବ ଆୟୋଜନରେ ସହାୟତା କରୁଛନ୍ତି । ଜୀବିତ ଥିବା ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ । ଶିକ୍ଷାର ଆଲୋକବର୍ତ୍ତିକା ସାଜିଥିବା ଏହି ୭୬ ବର୍ଷର ଶିକ୍ଷାର ମନ୍ଦିର ଆଗକୁ ଆହୁରି ଯୁଗଯୁଗ ଧରି ଏହି ଅଞ୍ଚଳର ଶିକ୍ଷା,ସାମାଜିକ,ଅର୍ଥନୈତିକ ବିକାଶରେ ସହାୟ ହେବ ବୋଲି ଲୋକଙ୍କର ଆଶା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026

You Might Also Like