-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
24-Jan-2026
ଡାବୁଗାଁ, (ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମ ନିକଟରେ କୁକୁଡାଗାଲି ଖେଳ ଉପରେ ଶୁକ୍ରବାର ସନ୍ଧ୍ୟାରେ ଚଢାଉ ୫ ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମ ନିକଟରେ ଥିବା ବାଉଁଶବାଡି ଠାରେ କୁକୁଡାଗାଲି ଖେଳ ଚାଲିଥିବା ଡାବୁଗାଁ ପୋଲିସ ଖବରପାଇ ଚଢାଉ କରିଥିଲା | ଚାହାଉ ସମୟରେ କିଛି ଲୋକ ଦୌଡି ଚାଲି ଯାଇଥିଲେ ଏବଂ ୫ ଜଣ ପୋଲିସ ହାତରେ ଧରା ପଡିଥିଲେ | ସେମାନଙ୍କ ପକ୍ଷରୁ କୁକୁଡା ଗାଲି ଖେଳରେ ବ୍ୟବହୃତ ସାମଗ୍ରୀ ୨ ଟି ଛୁରୀ, ୧ ଟି ମୃତ କୁକୁଡା ଓ ୫୨୦୦ ଟଙ୍କା ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ୫ ଜଣ ଅଭଯୁକ୍ତ ମାନେ ହେଲେ :- ଜଟାବାଲ ଗ୍ରାମର ଆଦିବାସୀଗୁଡାର ବିଦ୍ୟା ହରିଜନ (୬୦), କମୁଳୁ ହରିଜନ (୪୮), ସୁରେନ୍ଦ୍ର ହରିଜନ (୫୦), ଗାବ୍ରିଏଲ ହରିଜନ (୩୭) ଓ ଜଗଦୀଶ ହରିଜନ (୪୫) | ସମସ୍ତ ଅଭିଯୁକ୍ତ ଙ୍କୁ ଥାନାରେ ନୋଟିସ ଦେଇ ଛାଡି ଦିଆଯାଇଛି | ଉକ୍ତ ଚଢାଉରେ ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ, ପ୍ରବେଶନ ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ, ଏଏସଆଇ ଚନ୍ଦ୍ରଶେଖର ହଜାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ଏନେଇ ଥାନା କେସ ନଂ ୨୩/୨୬ ରେ ଏକ ମାମଲା ରୁଜୁ କରାଯାଇଛି |