-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-

24-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଶ୍ରୀ ଗୋପାଳ ଜୀ ମନ୍ଦିର ଠାରେ ମନ୍ଦିର କମିଟି ର ମୁଖ୍ୟ ତଥା ପୁରୀ ମହନ୍ତ ଶ୍ରୀ ବଂଶୀ ଧର ଦାସ ମହାରାଜ ଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ଏଥିରେ ସୋନପୁର ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ ଓ କମିଟି ସଦସ୍ୟ ଦୀପକ ମହାପାତ୍ର ମଞ୍ଚା ସିନ ଥିଲେ l ଏହା ଏକ ଦୀର୍ଘ ବର୍ଷ ର ତପସ୍ୟା ଥିଲା l ଜିଲ୍ଲା ପ୍ରଶାସନ ର ପ୍ରଶାସକ ଓ ବିଚାରପତି ମାନଙ୍କ ର ହ୍ରୁଦୟ ରେ ବସିଲେ ଶ୍ରୀ ଗୋପାଳ ଜୀ ତେଣୁ ଏ ତପସ୍ୟା ର ଆଜି ସୁଫଳ ମିଳିଛି l ପ୍ରଭୁ ହେଉଛନ୍ତି ସୋନପୁର ର ଜୀବନ ପ୍ରାଣ l ଆସନ୍ତା କାଲି ୨୫ ତାରିଖ ଅପରାହ୍ନ ୧ ଟା ୪୦ ରେ ଶ୍ରୀ ଗୋପାଳ ଜୀ ମହାପ୍ରଭୁ ଜିଲ୍ଲା କୋଷlଗର ରୁ ଭକ୍ତ ଶ୍ରଦ୍ଧାଳୁ ଙ୍କ ଗହଣରେ ଏକ ଭବ୍ୟ ବିଶାଳ ଶୋଭଯାତ୍ରାରେ ଏହି ଐତିହାସିକ ପୀଠ କୁ ପହଞ୍ଚିବେ ବୋଲି ସାମ୍ୱାଦିକ ଙ୍କୁ ସୂଚନା ଦେଇଛନ୍ତି ମହନ୍ତ ମହାରାଜ l ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଉପ ଜିଲ୍ଲାପାଳ ଡ଼ ରଥ ପ୍ରକାଶ କରିଥିଲେ l ଦୀର୍ଘ ୪୨ ବର୍ଷ ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ହେବେ ଓ ଭବ୍ୟ ସମାରୋହ ରେ ପୁନଃ ପ୍ରତିଷ୍ଠା ଉତ୍ସବ ଲାଗି ମନ୍ଦିର ରେ ବିଜେ ହେବେ ଶ୍ରୀଶ୍ରୀ ବଡ ଗୋପାଳଜୀ ମହାପ୍ରଭୁ  l 
ସୋନପୁର ରାଜ ବାଟୀ ଆଗରେ ଥିବା ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୁ ଙ୍କ ଏହି ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସୁବର୍ଣ୍ଣପୁର ସହର ଆଜିଠୁ ଚଳ ଚଞ୍ଚଳ ହୋଇ ଉଠିଛି l  ମନ୍ଦିର ଝଲକି ଉଠୁଛି l ଭୁବନେଶ୍ୱର ସି.ବି.ଆଇ ମାଲଖାନା ରୁ ସୋନପୁର କୋଷାଗାର କୁ ଅଣାଯିବା ପରେ ଦୀର୍ଘ ଏକ ମାସ ପୁର୍ବରୁ ଶ୍ରୀ  ଗୋପାଳ ଜି ମହାପ୍ରଭୁଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଲାଗି ଓ ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ଦେବୋତ୍ତର ବିଭାଗ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ, ଏହି ମନ୍ଦିରରେ ଡେରା ପକାଇ ଛନ୍ତି l

ଜିଲ୍ଲାପାଳ, ଡ଼ ନୃପ ରାଜ ସାହୁ ମଧ୍ଯ ଅନେକ ଥର ମନ୍ଦିର ପରିଦର୍ଶନ ରେ ଯାଇ ପୁରୀ ମହନ୍ତ ଶ୍ରୀ ବଂଶୀଧର ଦାସ ମହାରାଜଙ୍କ ଠାରୁ ବିଭିନ୍ନ ପରାମର୍ଶ ନେଇଛନ୍ତି l ଏହି ଭବ୍ୟ ଉତ୍ସବ ଓ  ଭକ୍ତଙ୍କ ପ୍ରବଳ ଭିଡ଼ ଆଶଙ୍କା କୁ ନେଇ ଦେବୋତ୍ତର ବିଭାଗ, ଜିଲ୍ଲା ପୋଲିସ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା କାଲି ୨୫ ତାରିଖରୁ ଆଠ ଦିନ ଯାଏ ମହାପ୍ରଭୁ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଚାଲିବ । ପ୍ରକାଶ ଯେ ଏହି ୧୨  ଅଷ୍ଟ ଧାତୁ ନିର୍ମିତ ପ୍ରାଚୀନ ମୂର୍ତ୍ତି ସବୁ କୁ ଫେରାଇ ଆଣିବା ଦିଗରେ କେବେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦୌ ତତ୍ପରତା ପ୍ରକାଶ ପାଇ ନ ଥିଲା । କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ  ଡ. ନୃପରାଜ ସାହୁଙ୍କ ଦୃଢ଼ ଇଚ୍ଛା ଓ ଉଦ୍ୟମ କ୍ରମେ  ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ ସିବିଆଇ ଅଦାଲତ କୁ ଯାଇ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଗୋପାଳଜୀ ଙ୍କ ବିଗ୍ରହ ମୂର୍ତ୍ତିଙ୍କୁ ମାଲଖାନାରୁ ଗତ ଡିସେମ୍ବର ମାସରେ ଫେରାଇ ଆଣିଥିଲେ। ଆସନ୍ତା କାଲି ର ଶୋଭାଯାତ୍ରା ପ୍ରଭୁ ଙ୍କ ଆଗମନ ର ଏ ଦୃଶ୍ୟ ଓ ପ୍ରଭୁଙ୍କ ଦର୍ଶନ ପାଇଁ ସହରବାସୀ ଉତ୍କଣ୍ଠା ର ସହ ଅନେଇ ବସି ଛନ୍ତି l  ଆସନ୍ତା କାଲି ୨୫ତାରିଖରେ ହେବ କଳସ ଯାତ୍ରା, ଜଳଯାତ୍ରା ଓ ଠାକୁରଙ୍କ ଆଗମନ । ୨୬ରେ ଯଜ୍ଞ ମଣ୍ଡପରେ ଥିବା ଦେବାଦେବୀଙ୍କର ପୂଜାର୍ଚ୍ଚନା, ୨୭ରେ ଯଜ୍ଞାରମ୍ଭ ସହ ଗୋପାଳ ସହସ୍ର ନାମଯଜ୍ଞ, ୨୮ରେ ରାଧା ସହସ୍ର ନାମଯଜ୍ଞ, ୨୯ରେ ବିଷ୍ଣୁ ସହସ୍ର ନାମଯଜ୍ଞ, ୩୦ରେ ଶିବ ସହସ୍ର ନାମ ଯଜ୍ଞ ଓ ୩୧ରେ ଗୀତାଯଜ୍ଞ ସମାପନ ପରେ ଫେବୃୟାରୀ ୧ରେ ପୂର୍ଣାହୁତି ସହ ଠାକୁରଙ୍କ ଗମ୍ଭୀରା ବିଜେ ଅନୁଷ୍ଠିତ ହେବ ବୋଲି ପୁରୀ ମହନ୍ତ ଙ୍କ ଦ୍ବାରା କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଭବ୍ୟ ଉତ୍ସବରେ ସହର ଓ ଜିଲ୍ଲାବାସୀ ସମସ୍ତେ ସାମିଲ ହୋଇ ଠାକୁରଙ୍କ ଦର୍ଶନ କରିବା ସହ ବିଭୁ କୃପା ଲାଭ କରିବାକୁ ଦେବୋତ୍ତାର ବିଭାଗ,ଶ୍ରୀ ବଡ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ମୁଖ୍ୟ ମହନ୍ତ ବଂଶୀଧର ଦାସ ମହାରାଜ ଓ କମିଟିର କର୍ମ କର୍ତ୍ତା ଅନୁରୋଧ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like