-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ୱା ସି ଡି ଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ ଅନୁଷ୍ଠିତ

26-Dec-2025



ବଲାଙ୍ଗିର(ପ୍ରେରଣା ଖବର): ଅଭିଭାବକ ବିହୀନ ଓ ସଂବେଦନଶୀଳ ଶିଶୁମାନଙ୍କ ଜୀବନରେ ସ୍ନେହ, ସୁରକ୍ଷା ଓ ଭରସାର ଆଧାର ସାଜିଥିବା ଯତ୍ନଦାତା ମାନଙ୍କସର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ  ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଏଜେନ୍ସୀ ପକ୍ଷରୁ "ଯତ୍ନଦାତାମାନଙ୍କର ଉତ୍ସବ  ବଲାଙ୍ଗିର ସ୍ଥିତ ହୋଟେଲ ଫ୍ୟୁଜନ ଠାରେ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଅଛି । ଏହି ଉତ୍ସବରେ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ ପ୍ରାୟ ୧୫୦ ଜଣ ଯତ୍ନଦାତା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହିତ କିନ୍‌ଶିପ କେୟାର, ଫୋଷ୍ଟର କେୟାର, ସ୍ପନସରଶିପ, ଓ ଅନ୍ୟାନ୍ୟ ପରିବାର ଆଧାରିତ ଯତ୍ନ ବ୍ୟବସ୍ଥାରେ ଥିବା ଶିଶୁମାନେ ମଧ୍ୟ ଏହି ଉତ୍ସବରେ ସକ୍ରିୟ ଭାଗ ନେଇଥିଲେ I ଯତ୍ନ ଦାତା ଓ ଶିଶୁମାନଙ୍କୁ ଏକ ସାଧାରଣ ମଞ୍ଚରେ ଆଣିବା ମାଧ୍ଯମରେ, ପରିବାର ଆଧାରିତ ଯତ୍ନର ଗୁରୁତ୍ବକୁ ଉଜାଗର କରାଯାଇଅଛି ।
ଯତ୍ନଦାତାମାନଙ୍କୁ ସମ୍ମାନ ଓ ସ୍ବୀକୃତି ଦେବା ସହିତ ସେମାନଙ୍କୁ ଭଲ ଅଭିଭାବକତ୍ଵ, ଶିଶୁ ସୁରକ୍ଷା, ଓ ବିକଳ୍ପ ଯତ୍ନ ବ୍ୟବସ୍ଥା ସମ୍ପର୍କରେ ଅଧ‌ିକ ସଚେତନ କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି ଉଦ୍ଦେଶ୍ୟକୁ ଆଖ୍ ଆଗରେ ରଖ୍, କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଥୁମ୍ ଭିଭିକ କୋଣ ଓ ଶିକ୍ଷାମୂଳକ କାର୍ଯ୍ୟକଳାପ ଆୟୋଜିତ ହୋଇଥିଲା । ଲଣ୍ଠି ସର୍କଲ ମାଧ୍ୟମରେ ଶିଶୁମାନେ ଜୀବନ କୌଶଳ ଦକ୍ଷତା, ଆତ୍ମବିଶ୍ବାସ ବୃଦ୍ଧି, ନିଜ ଭାବନା ପ୍ରକାଶ, ନେତୃତ୍ଵ ଦକ୍ଷତା ଓ ଭବିଷ୍ୟତର କ୍ୟାରିୟର ଗଠନ ସମ୍ପର୍କରେ ନୂତନ ଧାରଣା ଶିଖୁଥିଲେ I ଏହି ସେସନଗୁଡ଼ିକ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ଆନନ୍ଦମୟ ଓ ଉପାହଜନକ ଅନୁଭବ ଥିଲା ।
ଏହାସହିତ ଫୋଷ୍ଟର କେୟାର ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠାରେ ଫୋଷ୍ଟର ଅଭିଭାବକମାନେ ଭଲ ଅଭିଭାବକତ୍ଵ ଦକ୍ଷତା, ଶିଶୁଙ୍କ ମନୋସାମାଜିକ ଆବଶ୍ୟକ‌ତା, ବିଭିନ୍ନ ବିକଳ୍ପ ଯତ୍ନ ବ୍ୟବସ୍ଥା ଓ ନିଜ ଦାୟିତ୍ଵ ସମ୍ପର୍କରେ ଅବଗତ ହୋଇଥିଲେ | ଅନ୍ୟ ଏକ କୋଣରେ କିନ୍‌ଶିପ କେୟାର ଓ ଅନ୍ୟାନ୍ୟ ପରିବାର ଆଧାରିତ ଯତ୍ନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା, ଯେଉଁଠାରେ ଅଭିଭାବକମାନେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ପ୍ରଶାସନ ଓ ସମୁଦାୟର କର୍ତବ୍ୟ ଓ ଭୂମିକା ସମ୍ପର୍କରେ ଜାଣିଥିଲେ।
ପ୍ରଖ୍ୟାତ ସାହିତ୍ୟିକ, ପ୍ରଫେସର ଏବଂ ସମାଜସେବୀ ତଥା ଓଡ଼ିଆ ସାହିତ୍ୟରେ ବଳିଷ୍ଠ ଅବଦାନ ପାଇଁ ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର "ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର" ପ୍ରାପ୍ତ ଅବସରପ୍ରାପ୍ତ ଇଂରାଜୀ  ପ୍ରଫେସର ମଧୁସୂଦନ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ସମାଜ ସେବୀ ସରସ୍ଵତୀ ନନ୍ଦ , ସିଡି ର ନିର୍ଦ୍ଦେଶକ ଅଭିରାମ ପାଣିଗ୍ରାହୀ ଯୋଗଦାନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ୱା ସି ଡି ଏ ର ସଚିବ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେରଙ୍କ ନେତୃତ୍ୱରେ ସଫଳତାର ସହିତ ପରିଚାଳିତ ହୋଇଥିଲା ୱା ସି  ଡି ଏ ର ପ୍ରୋଗ୍ରାମ ଡାଇରେକ୍ଟର ଅରୁଣ ପ୍ରଧାନ, ସିନିଅର ପ୍ରୋଗ୍ରାମ ମ୍ୟାନେଜର ଶୁକ୍ରତା ଜେନା, ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ, ଗଣେଶ କୁମାର ସାହୁ ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା ।ପରିଶେଷରେ ୱା ସି ଡି ଏ ର ସୁଭ୍ରତା ଜେନା ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବଡ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like