-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
କଣ୍ଟାମାଳ: କଣ୍ଟାମାଳ ବ୍ଲକ ମନମୁଣ୍ଡା ଖେଳ ପଡିଆ ଠାରେ ଶୁକ୍ରବାର ଅପରାନ୍ହ୍ ୩ଘଣ୍ଟା ସମୟରେ ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇ ଯାଇଛି l ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ପ୍ରଧାନଶିକ୍ଷୟିତ୍ରୀ ନମିତା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ, ମନମୁଣ୍ଡା ସିଆରସିସି ପ୍ରଜିଣା ପାଢୀ, ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ଗୋବର୍ଦ୍ଧନ ସାହୁ ଯୋଗ ଦେଇଥିଲେ | ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜିତେନ୍ଦ୍ରୀୟ ହୋତାଙ୍କ ତତ୍ବାବଧାନରେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗୀତା ପରିଚାଳିତ ହୋଇଥିଲା | ବାଳକ ବର୍ଗରେ ରୁଦ୍ର ପ୍ରସାଦ ମହାପାତ୍ର ଓ ବାଳିକା ବର୍ଗରେ କମଳିନୀ ପାତ୍ର ଚାମ୍ପିୟନ ହୋଇଥିଲେ | ଉଦଯାପନି ସଭାରେ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା l ଶେଷରେ ଶିକ୍ଷୟିତ୍ରୀ ମମତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |