-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)କିଛି ମାସ ତଳେ ବିନିକା ସବ ପୋଷ୍ଟ ଅଫିସର ତାଲା ଭାଙ୍ଗି ଦୃର୍ବୁତ୍ତ ମାନେ ଚୋରୀ କରିବାକୁ ଉଦ୍ୟମ କରିଥିଲେ ହେଲେ ଚୋରୀ କରି ନପାରି ଫେରାର ମାରିଥିଲେ।ପୁଣି ଗତକାଲି ବିଳମ୍ବିତ ରାତ୍ରୀରେ କେତେକ ଦୃର୍ବୁତ୍ତ ଝରକା ଭାଙ୍ଗି ପୋଷ୍ଟ ଅଫିସ ଭିତରକୁ ପଶିଥିଲେ।ବୋଧେ ସେମାନେ ଟଙ୍କା,ପଇସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପାଇବାରେ ବିଳମ୍ବ ହେବା ଓ କାଗଜପତ୍ର ଏନେ ତେଣେ ପକାଇ କୁଆଡେ ଫେରାର ମାରିଥିବା ଜଣାପଡିଛି ।ଆଜି ସକାଳେ କର୍ମଚାରୀ ଆସି ପୋଷ୍ଟ ଅଫିସ ଖୋଲିବା ପରେ ଚୋରୀ ଉଦ୍ୟମ ହୋଇଥିବା ଜାଣିବା ପରେ ଥାନାକୁ ଯାଇ ଅଭିଯୋଗ କରିଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିବା ବେଳେ ଖବର ପାଇ ଏସଡିପିଓ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ସି ସି ଟିଭି ମଧ୍ୟ ଯାଞ୍ଚ କରାଯାଇଛି।ସାଇଣ୍ଟିକଫିକ ଟିମ ଓ ଅନୁସନ୍ଧାନୀ କୁକୁର ଆସିଲେ ଚୋରୀ ପାଇଁ ଆସିଥିବା ଦୃର୍ବୁତ୍ତ ମାନଙ୍କ ଗତିପଥ ଓ ଚୋରୀ ଉଦ୍ୟମର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।ତେବେ ଏଠାରେ ପ୍ରଶ୍ନ ଉଠୁଛି ସହର ମୁଖ୍ୟ ରାସ୍ତା ଓ ବିନିକା ଥାନା ସମ୍ଭୁଖରେ ପୋଷ୍ଟ ଅଫିସ ରହିଥିବା ବେଳେ ଦୃର୍ବୁତ୍ତ ମାନେ ବିନା ଭୟରେ ଏକ ପ୍ରକାର ପୋଲିସକୁ ଚ୍ୟାଲେଞ୍ଜ କରି ଏହି କାମ ନିଭାଇଛନ୍ତି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।