-+91-9937148622 |
prerana_bgr@rediffmail.com |
Monday 20th July 2026 |
R.N.I. Regd No. ODIODI/2010/46693
Breaking News
12-Nov-2025
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଥାନା ଅଧିନ କେରଣ୍ଡୀ ଗ୍ରାମରେ କଣସି କାରଣରୁ 3ଟି ଧାନ ଗୋଦାରେ ନିଆଁ ଲାଗିଯାଇଥିଲା। ଧାନ ଗୋଦା ଗୁଡିକ କେରଣ୍ଡି ଗ୍ରାମର ସନସାୟ ବିନ୍ଧାଣି ଏବଂ ମାନସିଂ ବିନ୍ଧାଣିର ବୋଲି ସୂଚନା ମିଳିଛି। ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ ଗ୍ରାମବାସୀ ମାନେ। ଏବଂ ଦମକଳ ଗାଡି ପହଂଚିବା ପରେ ନିଆଁକୁ ଆୟତ କଲେ ଗ୍ରାମବାସୀଙ୍କ ସହ ମିସି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ। ଏହି ଦୁଇ ଚାଷୀଙ୍କ ପ୍ରାୟତ ସମସ୍ତ ଫସଲ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ହେବ ନଷ୍ଟ ହୋଇ ଯାଇଛି ନିଆଁ ଲାଗି। ବର୍ତ୍ତମାନ ଏହି ଚାଷି ଭାଇମାନଙ୍କ ସରକାରୀ ସାହାଯ୍ୟ ଏକମାତ୍ର ସହାଭାରସା। ବର୍ତ୍ତମାନ ଧାନ ଅମଳ ସମୟ ତେଣୁ ଚାଷୀଭାଇ ମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।