-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
16-Sep-2025
ବଲାଙ୍ଗୀର(ଚିତ୍ରସେନ ବେହେରା )ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ମୋହନ ସରକାର ଦାୟିତ୍ଵ ସମ୍ଭାଳିବା ଦିନ ଠାରୁ ରାଜ୍ୟର ପ୍ରଗତି ଓ ସମାଜର ସବୁ ବର୍ଗର ଲୋକଙ୍କ ମନରେ ଭାରତୀୟ ଜନତା ପାର୍ଟି ପ୍ରତି ବିଶ୍ୱସନୀୟତା ବଢିବାରେ ଲାଗିଛି l ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ କର୍ମକର୍ତ୍ତା ତଥା ବୁଦ୍ଧିଜୀବୀ ମାନେ ବିଜେପି ସ୍ୱତଃପ୍ରବୃତ୍ତ ଭାବେ ବିଜେପି ପ୍ରତି ନିଜର
ସମର୍ଥନ ଜଣାଉଛନ୍ତି l ଏହି କ୍ରମରେ ଆଜି ବଲାଙ୍ଗୀର ସଦର ବ୍ଲକ ବିଡିଘାଟ ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି l ବଲାଙ୍ଗୀର ସଂସାଦ ସଙ୍ଗୀତା କୁମାରୀ ସିଂହଦେଓ ଓ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ନିଜ ନିଜର ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି l ପାଟଣାଗଡ଼ ସ୍ଥିତ ସାଂସଦ ଙ୍କ ବାସଭବନ ଠାରେ ଏମାନଙ୍କୁ ବିଜେପି ପକ୍ଷରୁ ଫୁଳମାଳ
ଦେଇ ସ୍ଵାଗତ କରଯାଇଛି l କିଷାନ କଂଗ୍ରେସ ର ବିଶ୍ଵଜିତ ନାଥ,ଯୁବ ବିଜେଡ଼ି ସଙ୍ଗଠନ ର ବାବୁଲି ନାଏକ, ଦାଶରଥୀ ନେତି, କଂଗ୍ରେସର ଆଦିକନ୍ଦ ଭୋଇ, ଆଶିଷ ବେହେରା,ସମ୍ଭୁ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି l ଏମାନଙ୍କ ବିଜେପିରେ ଯୋଗଦାନ ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି l