-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଜିଲ୍ଲା

ଚୋରି ଡକାୟତି ଘଟଣା ବିରୋଧରେ ଥାନାରେ ଘେରିଲେ ପଞ୍ଚାୟତ ବାସୀ - ଗଞ୍ଜେଇ ଧରିବାରେ ପାସ , ଲୋକ ଙ୍କ ଧନ ଜୀବନ ସୁରକ୍ଷା ଦେବା ରେ ପୋଲିସ ଫେଲ*

12-Sep-2025



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ଭଳି ଅନେକ ଘଟଣା I ଏହି କ୍ରମରେ ତରଭା ବ୍ଲକ ସରଗଜ ଗ୍ରାମପଞ୍ଚାୟତ ମଧ୍ୟ ବାଦ ପଡ଼ିନାହିଁ I ସରଗଜ ପଞ୍ଚାୟତରେ ପୂର୍ବରୁ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ, ସରଗଜ ସ୍ମାର୍ଟ ସ୍କୁଲ ଆଗରେ ଦିନ ଦ୍ୱିପହରରେ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ପୁଣି କିଛି ଦିନ ହେବ ବାଇକ୍ ଚୋରୀ, ଘର ଆଗରୁ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ଭଳି ଅନେକ ଘଟଣା ଘଟିଥିବା ନେଇ ଅଞ୍ଚଳବାସୀ ଭୟଭୀତ ଅଛନ୍ତି I ଏହାକୁ ନେଇ ସରଗଜ ପଞ୍ଚାୟତର ଯୁବ ଗୋଷ୍ଠୀ ଏକଜୁଟ ହୋଇ ତରଭା ଥାନାକୁ ଆସି ଆଇଆଇସି ଅନିତା କିଟୋ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି I ପଞ୍ଚାୟତବାସୀଙ୍କ କହିବା ଅନୁସାରେ ତରଭା ପୋଲିସ ଅପରେସନ ପ୍ରହାର ଚଳାଇ କେବଳ ଗଞ୍ଜେଇ ଧରିବାରେ ଦିନରାତି ବ୍ୟସ୍ତ ରହୁଛି I କିନ୍ତୁ ଲୋକଙ୍କ ଧନଜୀବନ ରକ୍ଷା ଯାହାକି ପୋଲିସ୍ ର ଏହି ମୁଖ୍ୟ କର୍ତ୍ତବ୍ୟ ଭୁଲି ଯାଇଛି I ତରଭା ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ I  ଆଗାମୀ ଦିନରେ ଯଦି ପୋଲିସ ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ରୋକିବାରେ ବିଫଳ ହୁଏ ତାହେଲେ ତୀବ୍ର ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓଲ୍ଲହାଇବାକୁ ଯୁବକ ମାନେ ଚେତାବନୀ ଦେଇଛନ୍ତି I ପ୍ରକାଶ ଥାଉ କି ପୂର୍ବରୁ ତରଭା ପୋଲିସ ତାର କାର୍ଯ୍ୟଦକ୍ଷତାକୁ ନେଇ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ବଜାୟ ରଖି ପୁରସ୍କୃତ ହୋଇଥିଲା I ପୋଲିସ ର ନାଁ ଶୁଣିଲେ ଦୁର୍ବୃତ୍ତ ମାନେ ଛାନିଆ ହୋଇ ପଡୁଥିଲେ I କିନ୍ତୁ ବର୍ତମାନର ପରିସ୍ଥିତି ଦେଖି ଜନସାଧାରଣ ମଧ୍ୟରେ ପୋଲିସର କାର୍ଯ୍ୟ କଳାପ ଉପରେ ସନ୍ଦେହ ଉପୁଜୁଛି ଓ ଭରଷା ତୁଟି ଯାଇଛି I ତରଭା ଅଞ୍ଚଳରେ ପୁନର୍ବାର ପୂର୍ବଭଳି ଶାନ୍ତି ଫେରାଇବା ନେଇ ଦକ୍ଷ ପୋଲିସ ଅଫିସର ଡିଆଇଜି ହିମାଂଶୁ ଲାଲ ଓ ରାଜ୍ୟର ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଅନ୍ୟ ପକ୍ଷରେ ଦୀର୍ଘ ବର୍ଷ ରୁ ଜିଲ୍ଲାରେ ସହର ଓ ବ୍ଲକ ଅଞ୍ଚଳରେ ଭୋଟବ୍ୟାଙ୍କ ସୃଷ୍ଟି କରିବାକୁ ବଙ୍ଗାଳୀ ବିହାରୀ ବିଭିନ୍ନ ସମ୍ପ୍ରଦାୟର ବାହାର ରାଜ୍ୟ ର ଲୋକଙ୍କୁ ଜାଗା ଦେବା ପ୍ରଶ୍ରୟ ଦେବା, ତାଙ୍କୁ ପୋଲିସ ଚିହ୍ନଟ ନ କରିବା ଯୋଗୁଁ ଆଜି ଚୋରୀ ଡକାୟତି ଲୁଟତରାଜ ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଥିବା ଦେଖା ଦେଇଛି l ଯାହାର ଏକ ଜ୍ୱଳନ୍ତ ଉଦାହରଣ  ୫ଦିନ ପୂର୍ବରୁ ତିନି ଜଣ ବିହାରୀ ଯୁବକଙ୍କ ଦ୍ବାରା ସୋନପୁର ସହରରୁ ନାବାଳକ ଅପହରଣ l ଏ ସବୁ ଘଟଣା ପାଇଁ  ତଳସ୍ତରରୁ ଜିଲ୍ଲାସ୍ତର ଯାଏ ଜନପ୍ରତିନିଧି ଓ ଜିଲ୍ଲା ପୋଲିସ ହିଁ ଦାୟୀ ବୋଲି ଜିଲ୍ଲା ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like