-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତ ପ୍ରତିଶତ ନିର୍ଭୁଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ: ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା

11-Sep-2025



ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

ଭୁବନେଶ୍ୱର(ପ୍ରେରଣା ଖବର): ରାଜ୍ୟରେ ଚାଲୁ ରହିଥିବା ଡିଜିଟାଲ କୃଷି ସର୍ବେକ୍ଷଣ-୨୦୨୫  କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଥିଲେ ।  ଲୋକସେବା ଭବନରେ   ଅନୁ​ଷ୍ଠିତ ଏହି ବୈଠକରେ କୃଷି  ଓ କୃଷକ ସଶକ୍ତିକରଣ  ବିଭାଗ ପ୍ରମୁଖ  ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, କୃଷି  ବିଭାଗର ଅନ୍ୟ ପଦାଧିକାରୀ ଏବଂ ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ       ଥିଲେ । ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ଚଳିତ ମାସ ସେପ୍ଟେମ୍ବର ୧୦  ତାରିଖ ସୁଦ୍ଧା ଡିଜିଟାଲ କ୍ରପ୍‌ ସର୍ଭେ କାର୍ଯ୍ୟ  ଅଗ୍ରଗତି ତଥ୍ୟରୁ   ଜଣାଯାଇଛି ଯେ, ରାଜ୍ୟର ୩୦ ଟି  ଜିଲ୍ଲାର  ମୋଟ ଚିହ୍ନଟ ୨ କୋଟି ୯୪ ଲକ୍ଷ ୭୨ ହଜାର ୩୭୪ ସଂଖ୍ୟକ ପ୍ଲଟ  ମଧ୍ୟରୁ ମୋଟ ୨ କୋଟି ୪୯ ଲକ୍ଷ ୮୪ ହଜାର ୫୪ ଟି ପ୍ଲଟ ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାକି ମୋଟ ପ୍ଲଟ ସଂଖ୍ୟାର ୮୫ ପ୍ରତିଶତ । ଏଥିପାଇଁ ୨୮ ହଜାର ୮୬୭ ଜଣ ସର୍ଭେୟରଙ୍କୁ ନିୟୋଜିତ କରାଯାଇ                      ଅଦ୍ୟାବଧି ୧ କୋଟି ୫୪ ଲକ୍ଷ ୮୦ ହଜାର ୬୭୫ ଟି ପ୍ଲଟ ସର୍ବେକ୍ଷଣ କରିସାରିଛନ୍ତି । ଯାହାକି ୫୨.୫୩ % ଏବଂ ସେଥିରୁ ୪୯.୩୦ % ସର୍ବେକ୍ଷଣ ଅନୁମୋଦନ କରାଯାଇଛି ।
ଅନୁମୋଦନ କରାଯାଇନଥିବା ଡିଜିଟାଲ ସର୍ବେକ୍ଷଣ ମଧ୍ୟରୁ ଜଣାଯାଇଛି ଯେ, ସେଥିରେ ସର୍ବେକ୍ଷଣରେ କେତେକ ଅସାମଞ୍ଜସ୍ୟ ପରିଲ୍ଲଖିତ ହୋଇଛି ।  ଚାଷ ଅନୁସାରେ ଜମିର ଠିକ୍ ଭାବରେ ଫଟୋ ନିଆଯାଇନଥିବା, ଫସଲ ସମୟରେ ଫଟୋ ନିଆନଯାଇ ଫସଲ ପୂର୍ବରୁ ଫଟୋ ନିଆଯାଇଥିବା,  ଗୋଟିଏ ପ୍ଲଟରୁ ଫଟୋ ନିଆଯାଇ  ଅନ୍ୟ ପ୍ଳଟ ତଥ୍ୟରେ ଫଟୋ ଅପଲୋଡ କରାଯାଇଥିବା,  ଏକା ସର୍ବେକ୍ଷଣକାରୀ ଗୋଟିଏ ପ୍ରକାର ଫଟୋକୁ ଏକାଧିକ କେତେକ ପ୍ଲଟ ପାଇଁ ବ୍ୟବହାର କରିଥିବା, ପଡିଆ ଭୂମି ଯାଗାରେ ଧାନ ଚାଷ ହୋଇଥିବା ଦର୍ଶାଇଥିବା ଭଳି  ସର୍ବେକ୍ଷଣରେ ତୃଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।  ଏହି ତ୍ରୁଟିକୁ ଗୁରୁତର ସହିତ ନେଇ ଏହାକୁ ସୁଧାରିବା ସହ ଏଭଳି ତ୍ରୁଟି କରିଥିବା ସର୍ଭେୟର, ସୁପରଭାଇ ତଥା ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସର୍ବେକ୍ଷଣ କାର୍ଯ୍ୟ ସାରିବା ଏବଂ ସୁପରଭାଇଜରମାନଙ୍କୁ ଶତ ପ୍ରତିଶତ ସର୍ବେକ୍ଷଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବ୍ଲକ ସ୍ତରୀୟ, ଜିଲ୍ଲାସ୍ତରୀୟ ଟିମକୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ସର୍ବେକ୍ଷଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥଳରେ ସର୍ବେକ୍ଷଣରେ ତଥ୍ୟରେ ମିଥ୍ୟା ବା ଠକେଇ କରାଯାଇଥିବା ଜଣାପଡେ, ସେହି ସର୍ଭେୟରମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିବ ନାହିଁ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି । ଆହୁରି ମଧ୍ୟ ଯଦି ତ୍ରୁଟି କରିଥିବା କୌଣସି ସର୍ଭେୟରଙ୍କୁ ସର୍ଭେକ୍ଷଣ ବାବଦରେ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡେ, ତେବେ ସଂପୃକ୍ତ ସୁପରଭାଇଜର ଓ ଅନ୍ୟ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କୃଷି ବିଭାଗ ସଚିବ ପ୍ରକାଶ କରିଛନ୍ତି ।  କୃଷି ବିଭାଗ ନିର୍ଦ୍ଦେଶାଳୟ ସ୍ତରରେ ଗୁଣାତ୍ମକ ତଥ୍ୟ (ଡାଟା) ବିଶ୍ଳେଷଣ କରାଯାଉଛି ଏବଂ ଯଦି ଅନୁମୋଦିତ  ସର୍ଭେକ୍ଷଣରେ କୌଣସି ଠକେଇ ପୂର୍ଣ୍ଣ ତଥ୍ୟ ଚିହ୍ନଟ ହୁଏ,  ତେବେ କାର୍ଯ୍ୟାନୁଷ୍ଠାନ  ପାଇଁ  ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ମଧ୍ୟ ସୂଚନା ଦେଇଛନ୍ତି । 
ଡିଜିଟାଲ କୃଷି  ସର୍ବେକ୍ଷଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ  ମୁଖ୍ୟ ଶାସନ ସଚିବ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା ପୂର୍ବକ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ବେନିୟମ  ସର୍ବେକ୍ଷଣ କରିଥିବା ସର୍ବେକ୍ଷଣକାରୀ ଏବଂ ସୁପରଭାଇଜରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳମାନଙ୍କୁ ନିୟମିତ ସମୀକ୍ଷା  ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି ଯେ, ଡିଜିଟାଲ କୃଷି ସର୍ବେକ୍ଷଣ କୃଷକମାନଙ୍କ ସଂପର୍କରେ  ସଠିକ୍‌ ଗ୍ରହଣ ଓ ତଥ୍ୟ ଆଧାରରେ ସେମାନଙ୍କୁ ସହାୟତା ପ୍ରଦାନରେ  ସହାୟକ ହୋଇଥାଏ,  ଯାହା ତାଙ୍କର ଫସଲ ବୀମା ଓ ଅନ୍ୟାନ୍ୟ ସୁବିଧାକୁ  ନିଶ୍ଚିତ କରିଥାଏ ।  ଏହି କାର୍ଯ୍ୟ  ଜମି ସଂପଦର ସଠିକ୍‌ ବ୍ୟବହାରକୁ ସୁନିଶ୍ଚିତ  କରିବା ସହ  ରାଜ୍ୟ ତଥା  ଦେଶର  ଆର୍ଥିକ ଓ ସାମାଜିକ  ଉନ୍ନତିରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ସର୍ଭେୟର, ସୁପରଭାଇଜର ଏବଂ ବିଭିନ୍ନ ସ୍ତରରେ ଥିବା ତଦାରଖ ଅଧିକାରୀ  ସମସ୍ତେ ସହଯୋଗ କରି  ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତପ୍ରତିଶତ ନିର୍ଭୁଲ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like