-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଜିଲ୍ଲା

ବିଶ୍ବାତ୍ମ ବିଦ୍ୟା ମନ୍ଦିରର ୩୦ତମ ପ୍ରତିଷ୍ଠା ଦିବସ ପାଳନ

11-Sep-2025



ବଲାଙ୍ଗୀର(ପ୍ରେରଣା ଖବର): ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀରର ୩୦ତମ ପ୍ରତିଷ୍ଠା ଦିବସ ତଥା ପୂଜ୍ୟପାଦ ସଦ୍ଗୁରୁଦେବ ପରମହଂସ ସ୍ବାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ମହାରାଜଙ୍କ ୭୦ତମ ଜନ୍ମ ଦିବସ ଅତ୍ୟନ୍ତ ହର୍ଷୋଲ୍ଲାସପୂର୍ବକ ଭବ୍ୟତାର ସହିତ ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂଜ୍ୟ ଗୁରୁଦେବଙ୍କ ଦିବ୍ୟ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବାଳନପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଥିଲା। କାର୍ଯ୍ୟକ୍ରମରେ  ସମ୍ମାନୀତ ଅତିଥି ଭାବରେ ଓଡିଶାର ରାଜସ୍ବ

ମନ୍ତ୍ରୀ ସୁରେଶ ପୂଜାରୀ, ମାନ୍ୟବର ରାୟପୁର ବିଧାୟକ  ପୁରନ୍ଦର ମିଶ୍ର, ରାୟପୁର, ଛତିଶଗଡ଼, ମାନ୍ୟବର ବିଧାୟିକା, ଲୈଲୁଙ୍ଗା, ଛତିଶଗଡ଼ ଶ୍ରୀମତୀ ବିଦ୍ୟାବତି, ପୂଜ୍ୟ ପଣ୍ଡିତ ଶ୍ରୀ ସଦନ ତିଓ୍ବାରୀ ଜୀ, କୋମନା, ନୁଆପଡା, ବଲାଙ୍ଗୀର ବି.ଇ.ଓ  ଦିଲୀପ ଜୋଶୀ, ସମାଜସେବୀ ତଥା ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀଙ୍କ ସହିତ ବିଶ୍ବାତ୍ମ ଚେତନା ପରିଷଦର‌ ସାଧାରଣ ସମ୍ପାଦକ ସ୍ବାମୀ ସତ୍ୟଵେଦାନନ୍ଦ ସରସ୍ଵତୀଜୀ, ସହ ସମ୍ପାଦକ ସ୍ବାମୀ ସତ୍ୟପ୍ରେମାନନ୍ଦ ସରସ୍ବତୀଜୀ, ବିଦ୍ୟା ମନ୍ଦିର ସମ୍ପାଦକ  ନବୀନ କୁମାର ବେଦବାକ୍, ବିଦ୍ୟାଳୟ ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ ଯୋଗଦେଇଥିଲେ। 
       ସଭା ପ୍ରାରମ୍ଭରେ ସ୍ବାଗତ ସଂଗୀତ ପରେ ସ୍ବାମୀ ସତ୍ୟଵେଦାନନ୍ଦ ସରସ୍ଵତୀଜୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଶ୍ବାତ୍ମ ବିଦ୍ୟା ମନ୍ଦିରର ଶୈକ୍ଷିକ ତଥା ଆଧ୍ୟାତ୍ମିକ ଗୁରୁକୂଳ ପରଂପରା ଶିକ୍ଷାବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ। 
ପୂଜ୍ୟ ଗୁରୁଦେବ ସ୍ବାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀଜୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଆଦର୍ଶ ମନୁଷ୍ୟ ହେବା ପାଇଁ  ଅନୁପ୍ରାଣିତ କରିବା ସହ ବିଶ୍ବାତ୍ମ ବିଦ୍ୟା ମନ୍ଦିର ନୂତନ ପ୍ରତିଭା ସୃଜନ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବ ବୋଲି ନିଜ ଆଶୀର୍ବଚନରେ କହିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରଜ୍ଞା ପୁରସ୍କାର ବିଭିନ୍ନ ବିଭାଗରେ ବିତରଣ କରିଯାଇଥିବା ବେଳେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବିଦ୍ୟା ମନ୍ଦିରର ଶ୍ରେଷ୍ଠ ଛାତ୍ର ସମ୍ମାନ ପ୍ରାଥମିକ ସ୍କୁଲ୍ ସ୍ତରରେ ରାଧିକା ବରାଇ ଓ ହାଇସ୍କୁଲ ସ୍ତରରେ ସୁଶ୍ରୀତା ନାଏକଙ୍କୁ ଓ ଶ୍ରେଷ୍ଠ ଅଲରାଉଣ୍ଡର ପୁରସ୍କାର ସରୋଜ ପଧାନଙ୍କୁ ପ୍ରଦାନ କରାଯାଇଥିଲା । ‘ଉକିଆ ବଗର୍ତି ସମ୍ମାନ’ ଗୁଡ଼ଲି ପାଣିଗ୍ରାହୀ ଙ୍କୁ  ‘ସୁଷମା ମିଶ୍ର ସ୍ମୃତି ସମ୍ମାନ' ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ର ଶ୍ରେଷ୍ଠ ତିନି ଛାତ୍ରୀ ସୁଶ୍ରୀତା ନାଏକ, କୁସୁମ ନେଗି ଓ ଖୁସିମୟୀ ସାହୁଙ୍କୁ ଏବଂ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାର ଶ୍ରେଷ୍ଠ ମାର୍କ ବିଭାଗରେ  ଏବଂ ମାତୃଭାଷା ଓଡ଼ିଆରେ 

ଶ୍ରେଷ୍ଠ ମାର୍କ ପାଇଁ "ମାଂଗେରାମ ସ୍ମୃତି ସମ୍ମାନ" — ସରୋଜ ପଧାନ, ସୁଶ୍ରୀତା ନାଏକ, ଶ୍ରୀତମ ମେହେର ଏବଂ ସ୍ବିଟୀ ମେହେରଙ୍କୁ ପୂଜ୍ୟପାଦ ଗୁରୁଦେବ ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ମଞ୍ଚରେ ସମ୍ମାନିତ କରାଯାଇଥିଲା । ଆଦର୍ଶ ଅଭିଭାବକ ଭାବରେ ପ୍ରଶାନ୍ତ ଶତପଥୀ, ଅଭିଭାବିକା ଶ୍ରୀମତୀ ରଞ୍ଜିତା ମିଶ୍ର ଏବଂ ଆଦର୍ଶ ଶିକ୍ଷକ ପ୍ରାଇମେରୀ ସ୍ତରରେ ଚରଣ ସା ଏବଂ ହାଇସ୍କୁଲ ସ୍ତରରେ ରାଜାରାମ ପୁରୋହିତଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଭବ୍ୟ ତଥା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ପରିଶେଷରେ ବିଦ୍ୟା ମନ୍ଦିର ପ୍ରାଚାର୍ୟ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like