-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

କିଲିମାଞ୍ଜାରୋ ର ଉଚ୍ଚତମ ଶୃଙ୍ଗ ରେ ତ୍ରିରଙ୍ଗା ଉଡ଼ାଇଲେ ଆଶୀର୍ବାଦ

18-Aug-2025



ଅତାବିରା(ଆକାଶ ମିଶ୍ର): ଆଫ୍ରିକା ମହାଦେଶ ର କିଲିମାଞ୍ଜରୋ ପର୍ବତ ର ଉଚ୍ଚତମ ଶୃଙ୍ଗ ରେ ଭାରତର ସ୍ୱାଭିମାନ ଓ ସ୍ଵାଧୀନତା ର ପ୍ରତୀକ ତ୍ରିରଙ୍ଗା ପତାକା  ଉଡେଇ ଦେଶ ତଥା ଜିଲ୍ଲା  ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଯୁବ ପର୍ବତାରୋହୀ ଆଶୀର୍ବାଦ ।
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଗତ ଅଗଷ୍ଟ ୨ ତାରିଖ ଦିନ ଆଫ୍ରିକା ପାଇଁ ଯାତ୍ରା କରିଥିଲେ  ପର୍ବତାରୋହଣ  ପାଇଁ।ତାଙ୍କ  ଟିମ୍‌ରେ ଲଣ୍ଡନ, ଆମେରିକା, ଇରାନ, ବ୍ରାଜିଲ, ଜର୍ମାନୀ, ରୁଷ, ସାଉଦି ଆରବ, ଦୁବାଇର ପର୍ବତାରୋହୀମାନେ ରହିଥିଲେ। ଏକମାତ୍ର ଭାରତୀୟ ଭାବେ କେବଳ ଆଶୀର୍ବାଦ ଏହି ପର୍ବତ ଆରୋହଣ ପାଇଁ ଯାଇଥିଲେ । କାଶ୍ମୀରର ପହଲଗାଓଁ ସ୍ଥିତ ଜବାହର ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟରିଂ ଠାରୁ ସେ ଟ୍ରେନିଙ୍ଗ କରିଥିଲେ l  ଆଗରୁ ସ୍କାଏ ଦାଇଭିଂ, ପରା ଗ୍ଲାଡିଙ୍ଗ, ସ୍କି, ସିପିଆର ଟ୍ରେନିଂ,ସର୍ଚ୍ଚ ଏଣ୍ଡ ରେସକ୍ଯୁ , ସୁଟିଙ୍ଗ ସର୍ଭାଇଭାଲ  ଭଳି  ବହୁତ  ଦୁଃସାହାସିକ ତାଲିମ ନେଇ ସାରିଛନ୍ତି l
ଏହା ପୂର୍ବରୁ ସେ ଟାଟାକୋଠି, ହରମୁଖ, ତ୍ରିଶୂଲ, ନୀଳକଣ୍ଠ, ସନସେଟ୍, ଗୋଲ୍ଡ ଟପ୍, ଟେବୁଲ୍ ଟପ୍, ସ୍ଲିପିଂଲେଡି ମାଉନଟେନ୍ ଆଦି ଆରୋହଣ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥର ସେ  ଆଫ୍ରିକା ମହାଦେଶ ର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର/୧୯୩୪୧ ଫୁଟ) ସଫଳତା ର ସହ ଆରୋହଣ କରି ସେ ଉପରେ ଭାରତ ପତାକା ଏବଂ ଆମ ପଶ୍ଚିମ  ଓଡ଼ିଶା ର ଇଷ୍ଟ ଦେଵୀ ମା ସମଲେଇ ଙ୍କ ଧ୍ଵଜା  ବାନ୍ଧିଥିଲେ l  ଗତ  ୩ ତାରିଖ ଦିନ ,ସେଠାକାର ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୧୨ ଟା୩୦ ମିନିଟ ରେ  ଆରୋହଣ ଆରମ୍ଭ କରିଥିଲେ ଓ ୭ ତାରିଖ ସକାଳ ୮ ଟା ୪୯ ମିନିଟ ରେ ପହଞ୍ଚିଥିଲେ ।ଏହି ପାଞ୍ଚ ଦିନର ପର୍ବତାରୋହଣ ରେ  ସେ  କିଲିମାଞ୍ଜାରୋ  ର ୫ ଟି ଜୋନ ଯଥା  କଲ୍ଟିଭେଟର ଜୋନ, ରେନ ଫରେଷ୍ଟ ଜୋନ, ସଟ ବୁଷେସ ଜୋନ,  ଡେଜର୍ଟ  ଜୋନ ଓ ଆଇସ ଜୋନ ଅତିକ୍ରମ କରି ଶେଷରେ  ଶିଖର ରେ ପହଞ୍ଚିଥିଲେ । ଏହି ପର୍ବତାରୋହଣ  ର ଅନୁଭୂତି  କୁ ନେଇ ଆଶୀର୍ବାଦ କହିଥିଲେ  ଯେ  ଶେଷ ଜୋନ  ବା ଆଇସ ଜୋନ ରେ ପହଞ୍ଚିଲା ପରେ ସେଠାରେ _  ୨୫ ରୁ _ ୩୦ ଡିଗ୍ରୀ ସେଲସିଅସ ତାପମାତ୍ରା ରେ ବହୁତ୍ ବରଫପାତ  ହେଉଥିଲା ଶରୀର ଧୀରେ ଧୀରେ ସ୍ଥିର ବା ଫ୍ରିଜ୍ ହେବାକୁ ଯାଉଥିଲା ।କିନ୍ତୁ ନିମୁଲାଇଜର୍ କରିବା ପରେ  ସେ ପୁଣି ସାହସ ବାନ୍ଧି ମାଁ ସମଲେଶ୍ଵରୀ କୁ ଡାକି ପୁଣି ଚଡ଼ିବା ଆରମ୍ଭ କରିଥିଲେ  ଓ ସଫଳ ହୋଇଥିଲେ ।ତାଙ୍କର ଏହି ସଫଳତା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ  ଙ୍କୁ ଶ୍ରେୟ ଦେଇଛନ୍ତି।
ଆଶୀର୍ବାଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପର୍ବତାରୋହଣ ତାଙ୍କ ବାଲ୍ୟକାଳ ସ୍ବପ୍ନ ଥିଲା ଓ ଏବେ ସେ ନିଜ ସ୍ବପ୍ନକୁ ସାକାର କରି ପାରିଛନ୍ତି।  ଭୁବନେଶ୍ୱର ବିଜୁ ପଟ୍ଟନାୟକ  ଏୟାର ପୋର୍ଟ କୁ ପହଞ୍ଚିବା  ସେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ତଥା ବରଗଡ ନିଷ୍ଠା ପରିବାର,ସଂକଳ୍ପ ପରିବାର ଓ କୋଶଳ ସଂଘ  ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ନିଜ ଗାଁ ମାଟି କୁ ଫେରିବା ପରେ  ପ୍ରଥମ ରୁ ଦଶମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ,ଗ୍ରାମବାସୀ ମାନେ ଏକ ବଡ଼ ଶୋଭାଯାତ୍ରା ସହ ତାଙ୍କୁ ପାଛୋଟି ନେଇଥିଲେ । ।ଆଜି ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ତାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେ ଭାରତରେ ଆଗାମୀ ଭବିଷ୍ୟତ ପିଢ଼ିଙ୍କୁ ପର୍ବତାରୋହଣ ବିଷୟରେ ଅବଗତ କରାଇବା ତଥା ଆବଶ୍ୟକସ୍ଥଳେ ଉଚିତ ତାଲିମ ପ୍ରଦାନ କରି ଭାରତର ନାମ ବିଶ୍ୱ ଦରବାରରେ ଚମକାଇବେ ବୋଲି ପ୍ରକାଶ କରିଛନ୍ତି। ଆଶୀର୍ବାଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like