-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ଗ୍ରାମାଞ୍ଚଳରେ ମାଳମାଳ କ୍ୱାକ ଡାକ୍ତର, ରୋଗୀଙ୍କୁ ଚିକିତ୍ସା କରି ଲୁଟୁଛନ୍ତି କ୍ୱାକ, ନିଘୋଡ଼ ନିଦ୍ରାରେ ସ୍ବାସ୍ଥ୍ୟ ବିଭାଗ, ଚେତୁନି ପ୍ରଶାସନ ହେଉନି କାର୍ଯ୍ୟାନୁଷ୍ଠାନ

12-Aug-2025



କାଲିମେଳl(ସନ୍ତୋଷ କୁମାର ପଣ୍ଡା):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମାଳ ମାଳ କ୍ୱାକ ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବିଭିନ୍ନ ଗ୍ରାମରେ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି ୪୫ ଓ ଏମ.ଭି ୭୮, ଏବଂ ଲୁଗେଲ ପଞ୍ଚାୟତ ଅନ୍ତର୍ଗତ ଏମ୍., ପି. ଭି-୮୩ ଓ ମହରାଜପଲ୍ଲୀ ଅନ୍ତର୍ଗତଏମ୍.ପି.ଭି-୮୧,ଭୁବନପାଲ୍ଲୀ ପଞ୍ଚାୟତଅନ୍ତର୍ଗତଏମ୍.ପି.ଭି-୪୩,୧୧୨ ଏବଂ ପୁସୁଗୁଡା ଗ୍ରାମର କିଛି ଲୋକ ବିଭିନ୍ନ ଗ୍ରାମରେ ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଶୋଷଣ କରୁଛନ୍ତି।କିନ୍ତୁ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଖୂଦୃଶିଆ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥୁବାରୁ ସେମାନେ ନିର୍ବିଘ୍ନରେ ନକଲି ଚିକିତ୍ସା ଜାରି ରଖୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧୂକାଂଶ ମାଟ୍ରିକ ପାସ୍ କରିନଥୂବା ବେଳେ ସାଲାଇନ ଓ ଇଂଜେକସନ ଆଦି ସବୁକିଛି ଡାକ୍ତରଙ୍କ ପରି ରୋଗୀଙ୍କୁ ସେବା ଦେଉଛନ୍ତି। କେତେକ ସ୍ଥାନ  ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ସେଠାରେ ସ୍ବାସ୍ଥ୍ୟସେବା ବ୍ୟାଘାତ ସୁଯୋଗ ନେଇ ନକଲି କ୍ୱାକ ଡାକ୍ତର ଜ୍ଵର ଏବଂ ଅନ୍ୟ କିଛି ରୋଗ ହୋଇଥିଲେ ରୋଗୀଙ୍କୁ ଶୋଷଣ କରୁଛନ୍ତି। ଏପରିକି ଡାକ୍ତରଖାନା ଥିଲେ ମଧ୍ୟ ଗ୍ରାମରେ ରୋଗୀମାନେ ଡାକ୍ତରଖାନା ନଯାଇ ନକଲି ଡାକ୍ତରଙ୍କ ପାଖକୁ ଯାଉଛନ୍ତି। ସାମାନ୍ୟ ଅସୁସ୍ଥ ଥିଲେ ସେମାନଙ୍କ ଔଷଧ ଦ୍ବାରା ରୋଗୀ ସୁସ୍ଥ ହୋଇ ଯାଉଛନ୍ତି। କିନ୍ତୁ, କିଛି ଦିନ ପରେ ରୋଗ ପୁଣି ବାହାରୁଛି। ଫଳରେ ପରିବାର ଲୋକେ  ତାଙ୍କୁ ଶେଷମୁହୂର୍ତ୍ତରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରୁଛନ୍ତି। ଏପରିକି କେତେକ ସ୍ଥାନରେ ଭୁଲ୍ ଚିକିତ୍ସା ଯୋଗୁ ରୋଗୀ ପ୍ରାଣ ହରାଉଛନ୍ତି। ଚଢ଼ଉ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନଥୁବାରୁ ସେମାନେ ନିର୍ଭୟରେ ଚିକିତ୍ସା କରୁଛନ୍ତି।ସ୍ବାସ୍ଥ୍ୟ ବିଭାଗ ତରଫରୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଉଛି। ବିଭିନ୍ନ ଗ୍ରାମାଞ୍ଚଳରେ ଥ‌ିବା ଆଶାକର୍ମୀଙ୍କ ପାଖରେ ଔଷଧ ରହୁଛି। ଅସୁସ୍ଥ ହେଲେ ଡାକ୍ତରଖାନା ଆସି ଚିକିତ୍ସାହେବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଲୋକେ ଡାକ୍ତରଖାନା ନ ଯାଇ କ୍ବାକ ଙ୍କ ଦ୍ବାରା ଚିକିତ୍ସିତ ହୋଇ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। କେତେକ ଲୋକଙ୍କ ମାନସିକତା ଏପରି ଅଛି ସେମାନେ ଡାକ୍ତରଖାନା ନଯାଇ କ୍ୱାକଙ୍କ ପାଖକୁ ଯାଉଛନ୍ତି ଆବଶ୍ୟକ‌ତା ନ ଥାଇ ସାଲାଇନ ଇଂଜେକସନ ଆଦି ନେଉଛନ୍ତି, ଅସୁବିଧାରେ ମଧ୍ଯ ପଡୁଛନ୍ତି। ଏସବୁ ତଦାରଖ ପାଇଁ ସ୍ୱାଡ଼ ପଠାଇ ଚଢ଼ଉ କରିବାର କ୍ଷମତା ସିଡ଼ିଏମଓ ଙ୍କର ରହିଛି। ହେଲେ ଏଥୂପ୍ରତି କେହି ଦୃଷ୍ଟି ଦେଉନାହାନ୍ତି।ଚେଇଁ ଶୋଇଛି ସ୍ବାସ୍ଥ୍ୟ ବିଭାଗ, ଫଳରେ ବେଫିକର ହୋଇ କ୍ବାକ ମାନେ ମନଇଚ୍ଛା ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ଏଥୂପ୍ରତି ଜିଲ୍ଲାପାଳ ସହ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like