-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ସମାଧାନ କରିବାକୁ ଡକାଇ ନିସ୍ତୁକ୍ ମାଡ:ଖପ୍ରାଖୋଲ ଥାନାପୁଲିସ୍ ବିରୁଦ୍ଧରେ ଅଭିଯୋଗ; ଖପ୍ରାଖୋଲ ଥାନା ପୁଲିସର ବାରମ୍ବାର କ୍ଷମତାର ଅପବ୍ୟବହାର

07-Jul-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ):  ସ୍ବାମୀ-ସ୍ତ୍ରୀଙ୍କ ବିବାଦକୁ ସମାଧାନ କରିବାକୁ ଥାନାକୁ ଡକାଇ ଜଣେ ଦଳିତ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଖପ୍ରାଖୋଲ ପୁଲିସ ଲାଠି ଓ ଯୋତାରେ ନିସ୍ତୁକ ମାଡ ମାରିବା ସମ୍ପର୍କରେ ବଲାଙ୍ଗୀର ଏସ୍ ପିଙ୍କ ଠାରେ ପୀଡିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।  ତାଙ୍କୁ ଗତକାଲିଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଗ୍ରାମବାସୀ ମୁଖିଆ , ବିଶିଷ୍ଟ ସ୍ବେଚ୍ଛାସେବୀ ଓ ଜିଲ୍ଲାସ୍ତରୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ତାଙ୍କ ନାବାଳିକା ଝିଅ ଓ ବଡଭାଇ ବଲାଙ୍ଗୀର ଏସ୍ ପିଙ୍କ ଅଫିସକୁ ଆସି ଏସ୍ ପି ଅଭିଳାଷ ଜିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍ ପି ଡ ଆଲୋକ କୁମାର ଜେନାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଡ ଜେନା ତୁରନ୍ତ ଏ ସମ୍ପର୍କରେ ଏସ୍ ପିଙ୍କ ସହ ବିଚାରବିମର୍ଷ କରି ଉପଯୁକ୍ତ ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଅଭିଯୋଗକୁ ଗ୍ରହଣ କରି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ , ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ମଧ୍ଯ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରକାଶ ।

ଉକ୍ତ ଅଭିଯୋଗରୁ ପ୍ରକାଶ ଯେ ଖପ୍ରାଖୋଲ ଥାନାନ୍ତର୍ଗତ ତେଲେନପାଲି ପଞ୍ଚାୟତର ଘୁଚାପାଲିର ଚାରୋଟି ପୁଅଝିଅ ଙ୍କ ବାପମାଆ ଲକ୍ଷେ ସିଂ କୁମ୍ଭାର ( ୪୦ ) ଓ ତାଙ୍କ ପତ୍ନୀ କମଳା କୁମ୍ଭାର ( ୩୫ ) ଙ୍କ ମଧ୍ଯରେ ପାରିବାରିକ ବିବାଦ ହେତୁ ପତ୍ନୀ କମଳା ବାରମ୍ବାର ପିଲାଙ୍କୁ ଛାଡି ନିକଟସ୍ଥ ଗୁଣ୍ଡୁରୁପାଲି ବାପଘରକୁ ପଳାଉଥିଲେ । ଗତ ୫ ମାସତଳେ ପଳାଇଯାଇ ଗତ ୪ ତାରିଖ ଦିନ ତାଙ୍କ ଭାଇ ଆଦି ପରିବାରର ଲୋକଙ୍କ ସହ ଫେରିଆସିବାରୁ ତାଙ୍କର ଏପରି ବାରମ୍ବାର ପଳାଇ ଯାଉଥିବା ଯୋଗୁଁ ଛୁଆଙ୍କର ପାଠପଢା , ରୋଷେଇବାସ ଓ ଗୁଜୁରାଣ ମେଣ୍ଟାଇବା ଇତ୍ୟାଦି ପାଇଁ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାରୁ ସ୍ବାମୀ ଅଭିମାନରେ ପତ୍ନୀଙ୍କୁ ରଖିବିନାହିଁ , ଚାଲିଯିବାକୁ କହିବାରୁ ସେମାନେ ଥାନାକୁ ଯାଉଛୁ କହି ଚାଲିଯାଇ ସ୍ଥାନୀୟ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିବା ଓ ପ୍ରକୃତରେ ସ୍ବାମୀ ଜଣକ ଜାତିସମାଜଙ୍କ ଉପସ୍ଥିତିରେ ଏହି ବିବାଦର ଏକ ସୁସ୍ଥ ଓ ସର୍ବକାଳୀନ ସମାଧାନ ଚାହୁଁଥିବା ପ୍ରକାଶ କରିଛନ୍ତି ।

ତେବେ ସେ ଏସ୍ ପିଙ୍କୁ ଦେଇଥିବା ଏହି ଅଭିଯୋଗରେ ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ପ୍ରକାଶ କରିଛନ୍ତି ଯେ ' ତାଙ୍କର ଚାରିଛୁଆଙ୍କର ମାଆ ମୋ ବିରୁଦ୍ଧରେ ଏମିତି କଅଣ ସଙ୍ଗୀନ୍ ଅଭିଯୋଗ କଲେ ଯେ ସେଦିନ ଖପ୍ରାଖୋଲ ଥାନାର ପୁଲିସ ଅଧିକାରୀ ତାଙ୍କୁ ଥାନାକୁ ଆସିବାକୁ ତାଙ୍କ ମୋବାଇଲ୍ ରେ ଆଦେଶ ଦେଲେ ଓ ସେ ଅସୁବିଧାବଶତଃ ସେ ଦିନ ଯାଇ ନପାରିବା ଜଣାଇ ପରଦିନ ଥାନାକୁ ଯାଇ ହାଜର ହୋଇଥିଲେ ।  କିନ୍ତୁ ସେ ତାଙ୍କ ବଡଝିଅ ଗୋମତୀ ( ୧୬ ) ସହ ଥାନାରେ ପହଞ୍ଚିବା କ୍ଷଣି ଖପ୍ରାଖୋଲ ଥାନାର ପୁଲିସ ବାବୁ ଶ୍ରୀ ରବୀନ୍ଦ୍ର କୁମ୍ଭାର ତାଙ୍କ ତଣ୍ଟିରେ ତାଙ୍କ ଗାମୁଛାକୁ ଯୋଗରେ ଭିଡି ଉପରକୁ ଟେକି ଯୋତାରେ ପିଟି ମୁଣ୍ଡବାଳକୁ ଧରି ଭିତରକୁ ଘୋଷାଡି ନେଇ ଏକ ଲାଠିରେ ଆଖିବୁଜା ବାଡେଇଚାଲିଲେ । ଏହା ଦେଖି ମୋ ଝିଅ  କାନ୍ଦି କାନ୍ଦି ଦୌଡି ଆସିବାରୁ ତାକୁ ହାତଧରି ବାହାରକୁ ଠେଲିଦେଲେ ଓ ତାକୁ ମଧ୍ଯ ବାଡେଇବାକୁ ଧମକ ଦେଲେ । ତାଙ୍କର ରାଗ ଏତିକିରେ ଶେଷ ହେଲାନାହିଁ ଯେ ' ଘରୁ ତୁ ଖାଇକରି ଆସିଛୁ ନା ନାହିଁ ? ' ପଚାରି କେତେ ମାଡ ଖାଇପାରିବୁ କହି ବାଡେଇ ଚାଲିଲେ ଓ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ରାଜିନାମାରେ ଦସ୍ତଖତ କରାଇନେଲେ ।

ଆହୁରିମଧ୍ୟ ସେ ସେ ନିକଟସ୍ଥ ଖପ୍ରାଖୋଲ ସରକାରୀ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇଥିବା ବେଳେ ଉକ୍ତ ପୁଲିସ ଅଧିକାରୀ ସେଠାକୁ ଯାଇ ଡାକ୍ତରଙ୍କ କାଗଜପତ୍ର ଛଡାଇ ନେଇଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି । 

ତେବେ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏହି ମାଓପ୍ରବଣ ଖପ୍ରାଖୋଲ ଥାନାପୁଲିସ୍ ର ଏପରି କ୍ଷମତାର ଅପବ୍ୟବହାର ଘଟଣା ନୂଆ ନୁହେଁ । ଏପରିକି ଖପ୍ରାଖୋଲ ଥାନାପୁଲିସର ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରିବା ସୀମାଲଙ୍ଘନ କରିଥିବା ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ଦ୍ବାରା ଥାନାରେ ଯାଇ ପ୍ରତିବାଦ ପ୍ରଦର୍ଶନ ସହ ବିଧାନସଭାରେ ଜଣେ ବିଧାୟକଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଛି । 

 କିଛିଦିନ ତଳେ ଖପ୍ରାଖୋଲ କ୍ଷୁଦ୍ରଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଲୋହିତ କିଶୋର ବଳଙ୍କୁ ଅଫିସ ଭିତରେ ପଶି ଜଣେ ଭାଜପା ସମିତିସଭ୍ଯ ଉପେନ୍ଦ୍ର ଭୋଇ ବନ୍ଧୁକ ଦେଖାଇ ମରଣାନ୍ତକ ମାଡ ମାରିଥିବା ଓ ପୀଡିତ କନିଷ୍ଠଯନ୍ତ୍ରୀ ଜଣକ ଥାନାକୁ ଯିବାରୁ ଥାନାଧିକାରୀ ନରେନ୍ଦ୍ର ଛତର ତାଙ୍କ ଏତଲା ନ ରଖିବା , ସେ କାହିଁକି ଥାନାକୁ ଗଲେ ? ' ବୋଲି ପୁଣି ଉକ୍ତ ଆକ୍ରମଣକାରୀ ଓ ତାର ସହଯୋଗୀମାନେ ତାଙ୍କୁ ତାଙ୍କ ବସାରୁ ଘୋଷାଡି ଆଣି ଥାନାଧିକାରୀଙ୍କ ଜ୍ଞାତସାରରେ ଦିନ ଦ୍ବିପହର ରେ  ଥାନାସାମ୍ନାରେ ପିଟି ପିଟି ରକ୍ତାକ୍ତ ଓ ବେହୋସ୍ କରି ଗାଡିରେ ଅପହରଣ କରିନେଇ ପାଟଣାଗଡରେ 'ଘରକୁ  ପଳା' କହି ଛାଡିବା , ଓଲଟି ଉକ୍ତ ଅଭିଯୁକ୍ତ ତରଫରୁ ପୀଡିତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଏକ କାଉଣ୍ଟର କେସ୍ କରିବା , ଉକ୍ତ ପୀଡିତ କନିଷ୍ଠଯନ୍ତ୍ରୀ ବଲାଙ୍ଗୀର ଏସ୍ ପିଙ୍କ ଅଫିସକୁ ଯାଇ ଅଭିଯୋଗ କରିବାରୁ ଏସ୍ ପିଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀର ଟାଉନ ଥାନାରେ ତାଙ୍କ ଏତଲା ଗ୍ରହଣ କରାଯାଇ ଖପ୍ରାଖୋଲ ଥାନାକୁ ହସ୍ତାନ୍ତର କରାଯିବା ଓ ଶେଷରେ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ତଦନ୍ତ ନ ହେବାରୁ ପୀଡିତ କନିଷ୍ଠଯନ୍ତ୍ରୀ ଜଣକ ଚାକିରୀ ଛାଡିଦେବା ଭଳି ଘଟଣା ମଧ୍ଯ ଘଟିଛି । ଏଣୁ ଏହି ଅଭିଯୋଗର ତଦନ୍ତର ପରିଣତି କ'ଣ ହେବ , ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like