-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

+୨ ପରୀକ୍ଷାରେ ବଲାଙ୍ଗୀର ଡି ଏନ ଏ ଛାତ୍ରଛାତ୍ରୀ ଙ୍କ ବାଜିମାତ୍   (21-May-2026)       ||      ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ   (21-May-2026)       ||      ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||     

HOME   ଜିଲ୍ଲା

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ବାହୁଡ଼ା ଯାତ୍ରା ସମ୍ପନ୍ନ

05-Jul-2025



ରାୟପୁର:  ରାୟପୁରର ଗାୟତ୍ରୀ ନଗରରେ ଥିବା ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡ଼ା ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା' ଘରର ଆଡ଼ପ ମଣ୍ଡପ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅପରାହ୍ନ ସୁଦ୍ଧା ସମ୍ପନ୍ନ କରାଯାଇଥିଲା। ପାଞ୍ଚଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ତିନି ରଥ ଉପରକୁ ନିଆଯାଇଥିଲା। ଏହାପରେ ବିଶିଷ୍ଟ ଅତିଥି ବୃନ୍ଦ ଛତିଶଗଡ ବିଧାନ ସଭାର  ବିରୋଧୀ ଦଳର ନେତା ଚରଣ ଦାସ ମହନ୍ତ , ଭାଜପା ନେତା ରମେଶ ଠାକୁର , ରାୟପୁର ମୁନିସିପାଲିଟିର ସଭାପତି ସୂର୍ଯ୍ୟକାନ୍ତ ରାଠୋଡ଼ ଏବଂ ହରିଭୂମିର ମୁଖ୍ୟ ସମ୍ପାଦକ ହିମାଂଶୁ ଦ୍ବିବେଦୀ ପ୍ରମୁଖ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିରର ପ୍ରତିଷ୍ଠାତା ଏବଂ ସ୍ଥାନୀୟ ବିଧାୟକ ପୁରନ୍ଦର ମିଶ୍ର ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ରଥ ଟଣାର ଶୁଭାରମ୍ଭ କରଯାଇଥିଲା। ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜ ମଧ୍ୟରେ ମନ୍ଦିର ବେଢା ସାମନାରେ ରାଜକୀୟଠାଣିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ରଥ ଗୁଡ଼ିକ ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ବେଢ଼ା ଚତୁଃପାର୍ଶ୍ୱ ଭ୍ରମଣ କରି ରଥ ଗୁଡ଼ିକ ମୁଖ୍ୟ ମନ୍ଦିର ସାମ୍ନାକୁ ଆସିଯାଇଥିଲା। ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରାଯାଇଥିଲା । ସନ୍ଧ୍ୟା ୭ଟା ବେଳେ ସାହି ରୋଷଣୀ କରାଯାଇ ଶ୍ରୀ ଜୀଉ ମାନଙ୍କୁ ମନ୍ଦିର ମଧ୍ୟକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା। 

ବାହୁଡ଼ା ଯାତ୍ରାର ସମଗ୍ର ଆୟୋଜନକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ବୃନ୍ଦ ଯଥା ସଭାପତି ପୁରନ୍ଦର ମିଶ୍ର, ସଦସ୍ୟ ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ଵାରିକାଧୀଶ ମିଶ୍ର,ଗୁଣନିଧି ମିଶ୍ର,ଅଶୋକ ଦୁବେ, ଲଳିତ ପ୍ରଧାନ ଓ ପ୍ରକାଶ ଦାସ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।ଚଳିତ ଥର ରଥଯାତ୍ରାର ସଫଳତା ପାଇଁ ରାୟପୁର ନଗର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ଭାଜପା ନେତା, କାର୍ଯ୍ୟକର୍ତ୍ତା ଓ କର୍ପୋରେଟର ବିଶେଷ କରି ଯୁବ ଓ ମହିଳା ସମ୍ପ୍ରଦାୟ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
+୨ ପରୀକ୍ଷାରେ ବଲାଙ୍ଗୀର ଡି ଏନ ଏ ଛାତ୍ରଛାତ୍ରୀ ଙ୍କ ବାଜିମାତ୍   21-May-2026
  ଜିଲ୍ଲା  
ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ   21-May-2026
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026

You Might Also Like