-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା 

15-Jun-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଭାରତକୁ ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର କରିବା ନିମନ୍ତେ  ଭିଜନ ୨୦୪୭ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭାରତ ସହ ଓଡ଼ିଶା କିଭଳି ସମକକ୍ଷ ହେବ ଏବଂ ପୂର୍ବଦୋୟର ବିକାଶ ହେବ ସେଥି ନିମନ୍ତେ ଭିଜନ ୨୦୩୬ ର ଲକ୍ଷ୍ୟ ରଖାଯାଇଛି। ମାଲକାନଗିରି ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ତତ୍ ସହିତ କଳା ସଂସ୍କୃତି, ଶିଳ୍ପ, କ୍ରୀଡ଼ା, ବ୍ୟବସାୟ, କୃଷି, ଶିକ୍ଷା ଇତ୍ୟାଦି କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ନେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ 
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।  ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କ ପରାମର୍ଶକୁ  ନେଇ ୨୦୩୬ ସୁଦ୍ଧା ମାଲକାନଗିରିକୁ ଏକ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାକୁ ବିକାଶ ମେଳା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ କରାଯାଇଛି। କୃଷି, ମହିଳା ସଶକ୍ତିକରଣ, ଆବାସ ଯୋଜନା, ରାସନ କାର୍ଡ, ଭତ୍ତା  ଇତ୍ୟାଦି ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ରହିଛି। ରାସ୍ତା, ସ୍ବାସ୍ଥ୍ୟ, ପାନୀୟ ଜଳ, ଜନଜାତି ଉନ୍ନୟନ ସହ ଜିଲ୍ଲାର ସମସ୍ତ ମୌଳିକ ଆବଶ୍ୟକତାକୁ  ଗୁରୁତ୍ବ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ନେଇ  ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ଏକ ଆଞ୍ଚଳିକ କର୍ମଶାଳା ଆୟୋଜନ କରାଯିବ। ଯେଉଁଥିରେ କେନ୍ଦ୍ର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ରିସର୍ସ ପରସନ୍ ଯୋଗ ଦେଇ ତାଲିମ ପ୍ରଦାନ କରିବେ। ମାଲକାନଗିରି ଜିଲ୍ଲାର ୭ ଟି ଜିଲ୍ଲାରୁ ୭୦ ଜଣ ଯୁବକ ଚୟନ ହୋଇ ଏଥିରେ ଭାଗ ନେବେ ବୋଲି ସାଂସଦ ବଳଭଦ୍ର ମାଝୀ ସୂଚନା ଦେଇଛନ୍ତି। ଆୟୋଜିତ ଏହି କର୍ମଶାଳା ରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ପାଟିଲ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇ ସ୍ବାଗତ ଜଣାଇଥିଲେ। ପରିଶେଷରେ  ଶ୍ରୀ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଅଧିକାରୀ, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତି ବିଶେଷ ଓ ଜିଲ୍ଲାର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like