-+91-9937148622 |

prerana_bgr@rediffmail.com |

  Thursday 26th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||      ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   (26-Nov-2026)       ||      ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||     

HOME   ଜିଲ୍ଲା

ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘର ଜରୁରୀକାଳୀନ କାର୍ଯ୍ୟକାରିଣୀ ବୈଠକ

15-Jun-2025



ବଲାଙ୍ଗୀର: ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ ବଲାଙ୍ଗିର ଜିଲ୍ଲା ଡିଭିଜନ ସଭାପତି ବାବୁଲା ଦାସ ଙ୍କ ନେତୃତ୍ୱ ରେ ତିନି ଦଫା ଦାବି କୁ ନେଇ ଲୋଇସିଂହା ରେଞ୍ଜ ଅଫିସ ସମ୍ମୁଖରେ କଳା ବ୍ୟାଚ୍ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।ସରକାର ଙ୍କ ଠାରୁ କୌଣସି ସାହାଯ୍ୟ ସହଯୋଗ ପାଉ ନଥିବାରୁ ଏହି ଧାରଣା ର ମୂଳ ଲକ୍ଷ୍ୟ ବୋଲି ସଭାପତି ଜଣାଇଛନ୍ତି।
ତଥ୍ୟ ଅନୁସାରେ,ଓଡ଼ିଶା ଅଣ ଗେଜେଟେଡ୍ ବନସେବା ସଂଘର ଏକ ଜରୁରୀକାଳୀନ ବୈଠକ ସଭାପତି ଜଗବନ୍ଧୁ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ପ୍ରାରମ୍ଭରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ବନରକ୍ଷୀ ଦିବଂଗତ ପ୍ରହଲ୍ଲାଦ ପ୍ରଧାନ ଙ୍କ ଅମର ଆତ୍ମା ର

ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ।ବୈଠକର ଆଭିମୁଖ୍ୟ ଓ କାର୍ଯ୍ୟସୂଚୀ ସମ୍ପର୍କରେ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଅବଗତ କରିଥିଲେ।ପରେ ଅନେକ ବିଷୟ ଏବଂ ସମସ୍ୟା ଉପରେ ବିଶଦ ଆଲୋଚନା କରିଥିଲେ।
ହିନ୍ଦୋଳ ରେଞ୍ଜ ବନରକ୍ଷୀ ଙ୍କୁ ହୋଇଥିବା ହତ୍ୟା ଘଟଣା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରି ୩୦ ଲକ୍ଷ ଅନୁକମ୍ପା ରାଶି ସହାୟତା ଘୋଷଣା କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ୍ ଜଣାଇଥିଲେ।ତତ୍ ସଙ୍ଗେ ସଙ୍ଗେ ବନ ବିଭାଗ ରେ ଥିବା ବ୍ୟବସ୍ଥାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।ଦୀର୍ଘ ୧୫ ବର୍ଷ ଧରି ବିଭାଗରେ ବ୍ୟବସ୍ଥା ଓ କାର୍ଯ୍ୟଶୈଳୀ ରେ ଉନ୍ନତି ଆଣିବା ପାଇଁ ସଂଘ ଦାବି କରୁଥିଲେ ମଧ୍ୟ ଉଚ୍ଚ ଅଧିକାରୀ ଙ୍କ ଅବହେଳା ଯୋଗୁଁ ବିଭାଗୀୟ କାର୍ଯ୍ୟ ଓ ସୁରକ୍ଷା ତ୍ରୁଟି ପାଇଁ କ୍ଷେତ୍ର କର୍ମଚାରୀ ମାନେ ମୃତ୍ୟୁ ମୁଖରେ ପଡ଼ୁଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଏଣୁ ସରକାର ଙ୍କ ନିକଟରେ ୩ ଗୋଟି ମୁଖ୍ୟ ଦାବୀ ଉପସ୍ଥାପନ ସହ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ସଂଘ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରିଛି।
ଦାବି ଗୁଡ଼ିକ ହେଲା ୧. ଗତ ତା ୨୪.୫.୨୫ ରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନ ଙ୍କୁ ହୋଇଥିବା ନିର୍ମମ ହତ୍ୟା ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଫାଷ୍ଟ୍ ଟ୍ରାକ କୋର୍ଟ ରେ କେସ କୁ ବିଚାର କରାଇ ମୃତକ ଙ୍କ ପରିବାର କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ସହାୟତା ଯୋଗାଇ ଦେବାକୁ ସରକାର ଙ୍କ ନିକଟରେ ଦାବୀ ଜଣାଇଛନ୍ତି।୨. ବନ ବିଭାଗ ର ବିଭିନ୍ନ ସମସ୍ୟା ତଥା ଅବ୍ୟବସ୍ଥା ନିମନ୍ତେ ଏକ ଫରେଷ୍ଟ କମିଶନ  ଗଠନ, କେଡ଼ର୍ ପରୀମାର୍ଜନ,ତାଲିମ ଓ ନିଯୁକ୍ତି ପ୍ରକ୍ରିୟା,କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ସହ ସମସ୍ତ ଉଇଂ କୁ ଇଣ୍ଟିଗ୍ରେଟ କରି ଜିଲ୍ଲା ବା ସର୍କଲ ସ୍ତରରେ ଗୋଟିଏ ଛତା ତଳେ କିପରି ପରିଚାଳନା କରାଯିବ, ଭୌଗଳିକ ଅଞ୍ଚଳ ଓ ଜଙ୍ଗଲ ର ଘନତା ଅନୁସାରେ ରେଞ୍ଜ/ସେକ୍ସନ/ ବିଟର ପୁନର୍ଗଠନ କିପରି କରାଯିବ,ବନ୍ୟପ୍ରାଣୀ ଓ ଟେରିଟୋରିଆଲ ଡିଭିଜନ ମାନଙ୍କରେ ସ୍ପେଶଲ୍ ଷ୍ଟ୍ରାଇକିଂ ଫୋର୍ସ(SSF) ଏବଂ ରାପିଡ୍

ରେସ୍ପଣ୍ଡ ଟିମ୍(RRT) ପାଇଁ ସ୍ବତନ୍ତ୍ର କର୍ମଚାରୀ ନିୟୋଜନ ସହ ନୂତନ କେଡ଼ର୍ ପୋଷ୍ଟ ସୃଷ୍ଟି କରାଯିବା ସମ୍ବନ୍ଧେ କମିଶନ ୨ ମାସ ମଧ୍ୟରେ କିପରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ,ଏହାର ନିଷ୍ପତ୍ତିନାମା ଜାରି କରିବାକୁ ଦାବି କରିଛନ୍ତି।୩. ବନକ୍ଷେତ୍ର ଅଧିକାରୀ ମାନଙ୍କୁ ପୋଲିସ ବିଭାଗ ଭଳି Salary Allotment Insurance Package ଯେକୌଣସି ଜାତୀୟ ବ୍ୟାଙ୍କ୍ ଜରିଆରେ ପ୍ରଦାନ କରିବା ପାଇଁ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି।
ଉପରୋକ୍ତ ୩ ଦଫା ଦାବି ଉପରେ ସରକାର ତା ୮.୬.୨୫ ରିଖ ସୁଦ୍ଧା ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବେ ତେବେ ସାମୁହିକ ଆନ୍ଦୋଳନ କରିବେ ବୋଲି ସଂଘ ପ୍ରସ୍ତାବ ଗୃହୀତ ସହ ଚରମ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   26-Nov-2026
  ଜିଲ୍ଲା  
ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   26-Nov-2026
  ଜିଲ୍ଲା  
ମା ଲଷ୍ମୀ ଙ୍କ ଘରେ ଘରେ ପୂଜା   26-Nov-2026
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026
  ଜିଲ୍ଲା  
ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   26-Nov-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   26-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   26-Nov-2026

You Might Also Like