-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
06-Jun-2025
ଚନ୍ଦନଭାଟୀ: ସ୍ଥାନୀୟ ଚନ୍ଦନଭାଟୀ ପଞ୍ଚାୟତ ହାଇସ୍କୁଲ ଖେଲ ପଡିଆଠାରେ ଚନ୍ଦନଭାଟୀ ପ୍ରିମିୟର ଲିଗ୍ (ସିପିଏଲ) ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୬ ଟି ଦଲ ଭାଗ ନେଇଥିଲେ। ଦୀର୍ଘ ଗୋଟିଏ ମାସ ଧରି ଏହି ମ୍ୟାଚ ଚାଲିଥିବାବେଳେ ଏଜି ୱାରିୟର୍ସ ଏବଂ ପାୱାର ହିଟର୍ ଚାମ୍ପିୟନ ଦଲ ଫାଇନାଲ ଖେଳିବାର ସୁଯୋଗ ପାଇଥିଲେ। ଏଜି ୱାରିୟର୍ସ କୁ ପରାସ୍ତ କରି ପାୱାର ହିଟର୍ ଚାମ୍ପିୟନ ଦଲ ଏବର୍ଷର ଚନ୍ଦନଭାଟୀ ପ୍ରିମିୟର ଲିଗ୍ କପ୍ କୁ ହାତେଇଥିଲା। କଡା ମୁକାବିଲା ଚାଲିଥିଲା ଫାଇନାଲ ମ୍ୟାଚରେ। ଅମିତ ନାଏକ୍ (୩୨୦)ରନ୍ କରି ଶ୍ରେଷ୍ଠ ବ୍ୟାଟସମ୍ୟାନ ଏବଂ ଶ୍ରୀବନ୍ତ ମେହେର ବେଷ୍ଟ ବୋଲର ଭାବେ ୨୨ ଟି ୱିକେଟ ନେଇ ଏହି ପୁରସ୍କାର ହାସଲ କରିଥିଲେ। ମ୍ୟାନ୍ ଅଫ ଦି ସିରିଜ୍ ସାନନ୍ଦ ଡାଂଗ୍ କୁ ଦିଆଯାଇଥିଲା। ଅତିଥି ଭାବରେ ଚନ୍ଦନଭାଟୀ ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ, ବୀର ନାଗ ଏବଂ ହିରୋଜ ବେହେରା ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।
ସମସ୍ତ ଖେଲ କୁ ବଲଦେବ ପଧାନ, ନକୁଲ ସାହୁ, ଅଜିତ ନାଗ, ଅମିତ ନାଏକ୍, ବିଶ୍ବମ୍ବର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।