-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||     

HOME   ରାଜନୀତି

କୋଟି କୋଟି ଟଙ୍କାର ସମ୍ପତ୍ତି,ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ

13-May-2025



ବଲାଙ୍ଗିର(ପ୍ରେରଣା ଖବର): କେନ୍ଦୁପତ୍ର ହେଉଛି ପଶ୍ଚିମ ଓଡ଼ିଶାର ସବୁଜ ହୀରା।ଏହା ପଶ୍ଚିମ ଓଡ଼ିଶାରେ ବହୁ ମାତ୍ରାରେ ମିଳେ।ପଡ଼ିଆ ଜମିରେ କେନ୍ଦୁପତ୍ର ଉଠିଥାଏ।ବୁଦା ବୁଦା ହୋଇ ବିକ୍ଷିପ୍ତ ଭାବରେ ପଡ଼ିଆ ଜମି ମାନଙ୍କ ରେ ସବୁଜ ପତ୍ର ଆଚ୍ଛାଦିତ ହୋଇଥାଏ।ଜଙ୍ଗଲ ବିଭାଗର ଏକ ଅଂଶ କେନ୍ଦୁପତ୍ର ବିଭାଗ ଏହାର ସମ୍ପୂର୍ଣ ଦାୟିତ୍ଵ ବହନ କରେ।ଶ୍ରମିକଙ୍କ ଦ୍ଵାରା ପ୍ରଥମେ ପୁରୁଣା ବୁଦା ଗୁଡ଼ିକୁ କଟା ଯାଇଥାଏ।ବୁଦା କଟେଇ କୁ ବୁଶ କଟିଙ୍ଗ କୁହାଯାଏ।ଏହି କାର୍ଯ୍ୟରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।ବୁଦା କଟା ସରିଲା ପରେ ସେହି ବୁଦା ମାନଙ୍କରେ

ପୁନଃ କଅଁଳ ପତ୍ର ହୁଏ।ଏହି ପତ୍ର ତୋଳିବା ପରିସ୍ଥିତିକୁ ଆସିଲେ ତାକୁ ପୁଣି ଶ୍ରମିକଙ୍କ ଦ୍ଵାରା ତୋଳା ଯାଏ।ସେହି ପତ୍ର କୁ ପତ୍ର ତୋଳାଳୀ ମାନେ କେରୀ କେରି କରି ବାନ୍ଧି କେନ୍ଦୁପତ୍ର ବିଭାଗକୁ ମୁନସୀ ଚପରାସିଙ୍କ ମାଧ୍ୟମରେ ଗଣନା କରି ଦେଇଥାନ୍ତି।ପତ୍ରକୁ କେରି ଏବଂ ଚଟ୍ଟା ଭାବରେ କେନ୍ଦୁପତ୍ର ବିଭାଗ ତୋଳାଳୀ ମାନଙ୍କ ଠାରୁ କିଣି ଥାଏ।ଏହି ପତ୍ର କିଣାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି।କଞ୍ଚା ପତ୍ରକୁ ବିଡା ବିଡା କରି ଜମିରେ ଖୋଲା ଆକାଶ ତଳେ ଶୁଖାଯାଏ।ଶୁଖିଲା ପରେ ପତ୍ର କୁ ସଂଗ୍ରହ କରି ପତ୍ର ଫଡ଼ି କୁ ନିଆଯାଏ।ପତ୍ର ତୋଳାଳୀଙ୍କ ଠାରୁ ପତ୍ର କିଣିଲା ପରେ ପତ୍ରକୁ ଶୁଖାଇ ଫଡିକୁ ନେବା କେନ୍ଦୁପତ୍ର ବିଭାଗର ଦାୟିତ୍ଵ।ଏହାପରେ ଲକ୍ଷାଧିକ ଟଙ୍କା ପତ୍ର ବନ୍ଧେଇ ରେ ଖର୍ଚ୍ଚ ହୁଏ। ଗୋଚ୍ଛା କଟେଇ ସାଧାରଣତଃ ଫେବୃଆରୀ ମାସରେ ହୁଏ।ପ୍ରାୟ ଏପ୍ରିଲ,ମେ ମାସରୁ ପତ୍ର ତୋଲା ହୋଇଥାଏ।ପଶ୍ଚିମ ଓଡ଼ିଶାରେ ସାଧାରଣତଃ ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ମାସରୁ ଅନୁଭୂତ ହୋଇଥାଏ। ଅତ୍ୟଧିକ ଗ୍ରୀଷ୍ମ ର ପ୍ରଭାବରେ କାଳବୈଶାଖୀ ହୋଇଥାଏ।ଏଣୁ ପବନ ବର୍ଷା ର ସମ୍ଭାବନା ଥାଏ।ବର୍ଷା ଏବଂ କରା ମାଡ଼ରେ ବୁଦା ରେ ଥିବା ପତ୍ର ଗୁଡ଼ିକ ନଷ୍ଟ ହୁଏ।କେବେ କେବେ ପତ୍ର ମାନଙ୍କ ରେ ମାତା ହୋଇ ନଷ୍ଟ ହୋଇଯାଏ।ଲକ୍ଷାଧିକ ଟଙ୍କାର ବୁଶ କଟେଇ କ୍ଷତି ହୁଏ।ପତ୍ରତୋଳାପରେ କେବେ କେବେ କାଳବୈଶାଖୀ ପ୍ରଭାବରେ ଜମି ମାନଙ୍କରେ ସୁଖାଯାଇଥିବା ପତ୍ର ପବନରେ ଉଡ଼ି ଯାଇଥାଏ।ଅଦିନିଆ ବର୍ଷା ଜଳରେ ପତ୍ର ଭିଜି ନଷ୍ଟ ହୋଇଯାଇଥାଏ।ଯଦ୍ୱାରା ସରକାର ଙ୍କ କୋଟି କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇ ଯାଇଥାଏ।ବର୍ଷ ବର୍ଷ ଧରି ସରକାର କେନ୍ଦୁପତ୍ର ବ୍ୟବସାୟ କରି ଶତ ପ୍ରତିଶତ ରାଜସ୍ବ ଗୋଟାଉଛନ୍ତି।ହେଲେ ବିଭାଗ କୋଟି କୋଟି ଟଙ୍କା ର ସମ୍ପତ୍ତି(କେନ୍ଦୁପତ୍ର)କୁ ଖୋଲା ଆକାଶ ତଳେ ଛାଡ଼ି ନିର୍ଭୀକ ନିଦ୍ରା ରେ ଶୋଉଥିବା ସରକାରୀ ଅର୍ଥ ର ଅପବ୍ୟବହାର।ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ କେନ୍ଦୁପତ୍ର ବିଭାଗର ସ୍ଥାୟୀ ଫଡ଼ି ନ ଥିବାରୁ ସମୟ ସମୟରେ ନିଆଁ ଲାଗି ଆମଦାନୀ କରାଯାଇଥିବା କୋଟି କୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ି ଛାରଖାର ହୋଇଯାଏ।ପ୍ରକୃତ ରେ ନିଆଁ ଲାଗି ପୋଡିଛି ନା ନିଆଁ ଲଗେଇ ମିଛରେ କିଣା ଯାଇଥିବା ପତ୍ରକୁ ପୋଡ଼ି ପାଉଁଶ କରି ସରକାରୀ ବାବୁ ମାନେ ମାଲେମାଲ ହେଉଛନ୍ତି କି,ଏହାର ସରଜମିନ ତଦନ୍ତର ଆବଶ୍ୟକତା ଥିବା ବେଳେ ବିଭାଗର ତୁ ତ ମୁତୁରୀ ମୁଁ ତ ମୁତୁରୀ ଉପାଖ୍ୟାନ ଦେଖିବାକୁ ମିଳୁଛି।କେନ୍ଦୁ ପତ୍ର ବିଭାଗରେ ଥିବା ଅଧିକାରୀ,ମୁନସୀ,ଚପରାସି ବେଶ୍ ମାଲେ ମାଲ ହେଉଥିବା ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।

ଏହି ବ୍ୟବସାୟରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର ଦାୟିତ୍ବ ରେ ଥିବା କର୍ମଚାରୀ ମାନଙ୍କ ଅବହେଳା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ ସମୁଲେ ବ୍ୟବସାୟ କୁ କ୍ଷତି ରେ ପହଞ୍ଚାଇଥାଏ।ଏଣୁ କଥାରେ ଅଛି ସରକାର କି ମାଲ ଦରିଆ ମେଁ  ଡାଲ୍।ସରକାର କୋଟି କୋଟି ଟଙ୍କା ଏହି ବ୍ୟବସାୟ ରେ ବିନିଯୋଗ କରି କୋଟି କୋଟି ଟଙ୍କା ଆମଦାନୀ କରି ଏକ ବଡ ଧରଣର ରାଜସ୍ବ ପାଉଛନ୍ତି।ଏଣୁ ପତ୍ର ତୋଳା ପରେ ପତ୍ର କୁ ସୁରକ୍ଷାରେ ସୁଖାଇବା ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କଲେ ହେଉଥିବା କୋଟି କୋଟି ଟଙ୍କାର କ୍ଷୟକ୍ଷତି ତଥା ବାଟମାରଣା କୁ ରୋକାଯାଇ ପାରନ୍ତା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026

You Might Also Like