-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2025
(ଡୋଲେଶ୍ୱର ବାଗ )
ଦିନକୁ ଦିନ ଲୋକଙ୍କ ସୁବିଧାକୁ ଆହୁରି ସହଜ କରିବା ପାଇଁ ସରକାର ଆଗେଇଥିବା ବେଳେ ବିଭିନ୍ନ କମ୍ପାନୀ ମଧ୍ୟ ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇବାରେ ଆଗେଇ ଆସୁଛନ୍ତି।ଯାହାକି ଆଜି ଦେଖିବାକୁ ମିଳିଥିଲା ବୋଡ଼େନ ବ୍ଲକର ଲିଟିସର୍ଗି ଗ୍ରାମରେ ସରପଂଚ ମିନତୀ ନନ୍ଦଙ୍କ ମୁଖ୍ୟ ଅତିଥିରେ ହିତେଶ କମ୍ପ୍ୟୁଟର ସର୍ଭିସ କେନ୍ଦ୍ରରେ ଏୟାରଟେଲ ପ୍ୟାମେଣ୍ଟ ବ୍ୟାଙ୍କିଙ୍ଗ ର ଶୁଭ ଉଦଘାଟନ ସମାରୋହ।ଏହି ଉଦଘାଟନୀ ଉତ୍ସବରେ ଜୋନାଲ ମ୍ୟାନେଜର ହରେକୃଷ୍ଣ ଖମାରୀ,ସି ଡି ଏଚ୍ ତୋଫାନ ସେନାପତି,ସି ଜି ଓ ସାୱନ୍ ପଟ୍ଟନାୟକ, ଜେଡ୍ ଟି ଏମ ଆଶିଷ କୁମାର ପଣ୍ଡା,ସି ଏମ ଏସ ମୁଖ୍ୟ ଅଖିଲେଶ୍ୱର ପଣ୍ଡା,ଜୋନାଲ ଟେରିଟୋରି ମ୍ୟାନେଜର ଦୀପକ ସାହୁ,ହିତେଶ ବାଗ ମଞ୍ଚାସିନ ରହି ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଦ୍ଵାରା କଣ ସବୁ ସୁବିଧା ଉପଭୋକ୍ତା ପାଇ ପାରିବେ ତାହା ବିସ୍ତୃତ ଭାବରେ ବୁଝାଇଥିଲେ ।ତୁରନ୍ତ ଜମାଖତା ଓ ଏ ଟି ଏମ ଯୋଗାଇ ଦେବାକୁ କହିଥିଲେ ।