-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||     

HOME   ଜିଲ୍ଲା

୧୦୫ବର୍ଷରେ ପହଞ୍ଚିଛି ସର୍ବପୁରାତନ ଭାଲେର ଧନୁଯାତ୍ରା.. ପଶ୍ଚିମାଞ୍ଚଳର ଧନୁଯାତ୍ରା ଉପରେ ପ୍ରାମାଣିକଚଳଚିତ୍ର ନିର୍ମାଣ ହେବ-ମନ୍ତ୍ରୀ ସୂର୍ଯ୍ୟବଂଶୀ

12-Jan-2025



ବଲାଙ୍ଗୀର(ପ୍ରେରଣା ଖବର): ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାକୁ ବିଶ୍ୱଦରବାରରେ ପହଞ୍ଚାଇବାକୁ ଆଗାମୀଦିନରେ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରାଯିବ ବୋଲି ଆଜି ଓଡିଶାର ସର୍ବପୁରାତନ ବଲାଙ୍ଗୀର ନିକଟସ୍ଥ ଭାଲେରର ୧୦୫ତମ ଧନୁଯାତ୍ରାରେ ଅତିଥି ଭାବରେ ଯୋଗଦେଇ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଭାଲେର ଧନୁଯାତ୍ରା କମିଟିର ସଭାପତି ବ୍ରହ୍ମାନନ୍ଦ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂସ ଦରବାରର ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବରେଣ୍ୟ ଅତିଥି ଭାବରେ ଭାଷା, ସାହିତ୍ୟ, ସଂସ୍କୃତି,ଉଚ୍ଛଶିକ୍ଷା,କ୍ରୀଡା ଓ ଯୁବବ୍ୟାପାର ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ବଡସାହି ନିର୍ବାଚନ ମଣ୍ଡଳିର ବିଧାୟକ ସନାତନ ବିଜୁଳି, ବଲାଙ୍ଗୀର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ, ଭାଜପାନେତା ରାଜକିଶୋର ନାଏକ, ଭାଲେର ସରପଞ୍ଚ ତଥା ମହୋତ୍ସବ କମିଟିର ଉପସଭାପତି ପ୍ରଦୀପ କୁମାର ନନ୍ଦ, ସହସଂପାଦକ ଜୟକୃଷ୍ଣ ନାଏକ, କୋଷାଧ୍ୟକ୍ଷ ବିଧୁଶେଖର ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଡ.ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ କହିଲେ ଯେ,ଗତବର୍ଷ ଲୋକମାନେ କରିଥିବା ଦାବି ମୁତାବକ ଭାଲେର-କୁରୁଲ ମଧ୍ୟରେ ଥିବା ନାଳରେ ବ୍ରୀଜକାମ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ପାନୀୟଜଳର ସୁବିଧା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଲ୍ପ ନିର୍ମାଣ କରାଯାଉଛି ଯାହାକି ପୁଇଁତଳା ବ୍ଲକର ୨୦ଟି ପଞ୍ଚାୟତକୁ ଜଳ ଯୋଗାଇବ । କେବଳ ସେତିକି ନୁହେଁ ରାଜ୍ୟରେ ଚାଲିଥିବା ମୋହନ ସରକାର ରାଜ୍ୟର ୩.୫ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରି ସ୍ୱାସ୍ଥ୍ୟସେବା ଯୋଗାଇବାର ବ୍ୟବସ୍ଥା କରୁଥିବା କହିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ବକ୍ତବ୍ୟରେ ଭାଲେରବାସୀ ଦୀର୍ଘ ୧୦୫ବର୍ଷ ଧରି ଧନୁଯାତ୍ରା ଭଳି ଏକ 

ସଂସ୍କୃତି ଓ ପରଂମ୍ପରାକୁ ବଞ୍ଚାଇ ରଖିଥିବାରୁ ପ୍ରଶଂସନୀୟ ବୋଲି କହିଥିଲେ। ପ୍ରକୃତରେ ଏହାହିଁ ଓଡିଆ ଓ ଓଡିଶା ବାସୀଙ୍କର ଅସ୍ମିତାର ପରିଚୟ ବୋଲି ମନ୍ତ୍ରୀ କହି ଆଗାମୀ ଦିନରେ ବରଗଡ, ଭାଲେର ଭଳି ୧୦୦ଟି ଧନୁଯାତ୍ରାର ପ୍ରାମାଣିକ ଚଳଚିତ୍ର ନିର୍ମାଣ କରି ଏହାକୁ ବିଶ୍ୱଦରବାରକୁ ପହଞ୍ଚାଯିବ ବୋଲି କହିଥିଲେ । ଆସନ୍ତା ବର୍ଷ ଭାଲେର ଧନୁଯାତ୍ରାର ଅନୁଦାନ ରାଶିକୁ ବଢାଯାଇ ଏକ ଭବ୍ୟ ମହୋତ୍ସବ ପାଳନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇ ଥିଲେ । ଏହି ଧନୁଯାତ୍ରାରେ କଳାକାର ଗୋପାଳ ପଣ୍ଡା ଓ ତାଙ୍କ ଟିମ କଂସଦରବାର କରି ଲୋକଙ୍କୁ ମନୋରଂଜନ କରାଇ ଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ମହୋତ୍ସବରେ ଅଞ୍ଚଳର ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026

You Might Also Like