-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
13-Jan-2025
ବୌଦ୍ଧ(ଦେବବ୍ରତ ଦାଶ ଙ୍କ ରିପୋର୍ଟ ):-ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ସାତକୋଶିଆ ରେ ଶେଷ ହେଲା କୁମ୍ଭୀର ଗଣନା । ଚଳିତ ବର୍ଷ ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅଧିନସ୍ଥ ସାତକୋଶିଆ ଗଣ୍ଡ ରେ ଦୁଇଟି ପ୍ରଜାତିର ୧୯ଟି କୁମ୍ଭୀର ରହିଛନ୍ତି l ସେଥି ମଧ୍ୟରୁ ଘଡ଼ିଆଳ ବୟସ୍କ ୩ଟି ଶାବକ ୮ଟି ଓ ଗୋମୁଁଆ କୁମ୍ଭୀର ବୟସ୍କ ୫ଟି ଶାବକ ୩ଟି ଗଣନା କରାଯାଇଛି l କୁମ୍ଭୀର ଗଣନା ରେ ବନବିଭାଗ ର ମୋଟ ୩ଟିମ ନଯୋଜିତ ହୋଇଥିଲେ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନମୁତବକ ଚଳିତ ବର୍ଷ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସାତକୋସିଆ ଗଣ୍ଡ ରେ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଙ୍କ ନେତୃତ୍ୱ ରେ ଶେଷ ହୋଇଛି କୁମ୍ଭୀର ଗଣନା କାର୍ଯ୍ୟକ୍ରମ l ବନାଞ୍ଚଳ ପକ୍ଷରୁ ୩ଟି ଟିମ ଗଠନ କରାଯାଇ ମଟର ବୋଟ ପରିବର୍ତ୍ତେ ମାଛ ଧରା ଡଙ୍ଗାରେ ନଦୀ ଭିତରେ ଉନ୍ନତ ମାନର କ୍ୟାମେରା, ଦୂରବିଖ୍ୟଣ ଯନ୍ତ୍ର ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି । ମହାନଦୀ ର ସାତକୋଶିଆ ଗଣ୍ଡ ରେ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନବିଭାଗ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଗତ ବର୍ଷ ୨୦୨୪ ମସିହାରେ ୩୫ଗୋଟି କୁମ୍ଭୀର ଅଣ୍ଡା ରୁ ସୁସ୍ଥ ଶାବକ ଜନ୍ମ ନେଇଥିଲେ । ବର୍ଷା ଋତୁ ପୂର୍ବରୁ କୁମ୍ଭୀର ଶାବକ ଅଣ୍ଡା ରୁ ଜନ୍ମ ନେଇଥିବାରୁ ନଦୀ ବନ୍ୟାରେ କିଛି ଶାବକ ପ୍ରତି ବର୍ଷ ଅନ୍ୟତ୍ର ଚାଲି ଯାଇଥାନ୍ତି l ଶେଷରେ ପ୍ରତିବର୍ଷ ଶୀତଦିନେ ଅବଶିଷ୍ଟାଂଶ କୁମ୍ଭୀର ଙ୍କ ବଂଶ ରକ୍ଷା ନେଇ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ହେଉଛି । ତେଣୁ ପ୍ରତିବର୍ଷ ଏଭଳି ଗଣ୍ଡରେ ଏଭଳି କୁମ୍ଭୀର ସଂଖ୍ୟା ହ୍ରାସ ଓ କୁମ୍ଭୀର ବଂଶ ବୃଦ୍ଧି ନ ଘଟିବା ସହ ବନ ବିଭାଗ ପକ୍ଷରୁ ବଂଶ ବୃଦ୍ଧି ପାଇଁ ନିଆଯାଉଥିବା ସମସ୍ତ ଯୋଜନା ଫେଲ ମାରିବା ସମସ୍ତ ଙ୍କୁ ଚିନ୍ତାରେ ପକାଇଛି । କୁମ୍ଭୀର କୁ ସୁରକ୍ଷା ଯୋଗାଇବା ରେ ଫେଲ ମାରିଛି ବିଭାଗ କେବଳ ପ୍ରତିବର୍ଷ କୁମ୍ଭୀର ଗଣନା କରି ଚୁପ ବସିଛି ବନବିଭାଗ । ତେଣୁ ଚଳିତ ବର୍ଷ କୁସଙ୍ଗ ମହାନଦୀ ବନାଞ୍ଚଳ ରେ ମାତ୍ର ୧୯ ଟି କୁ କମିଛି କୁମ୍ଭୀର ସଂଖ୍ୟା । ଅନ୍ୟପଟେ ଚଳିତ ବର୍ଷ ୩ଦିନ ଧରି କୁମ୍ଭୀର ଗଣନା କରାଯାଇଥିବା ବେଳେ ୩ଟିମ ସାମିଲ ହୋଇଥିଲେ । ଯେଉଁଥିରେ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଅନ୍ତର୍ଯ୍ୟାମୀ ଯାନୀ, ଶ୍ରୀନିବାସ କହଁର, ଫରେଷ୍ଟ ଗାର୍ଡ ଗୋବିନ୍ଦ ମହାକୁଡ଼, ଘଡ଼ିଆଳ କୁମ୍ଭୀର ରିସର୍ଚ୍ଚ ପରସନ ଆଶହରାଜ ଖାଁ, ଓ ଛଅ ଜଣ ସ୍କ୍ୱାର୍ଡ କର୍ମଚାରୀ ସାମିଲ ରହିଥିଲେ l ଟିମ ଦ୍ଵାରା ମୋଟ ୧୯ ଟି କୁମ୍ଭୀର ଠାବ ହୋଇଛନ୍ତି । ଘଡ଼ିଆଳ ବୟସ୍କ ୩ଟି ଶାବକ ୮ଟି ଓ ଗୋମୁଁଆ କୁମ୍ଭୀର ବୟସ୍କ ୫ଟି ଶାବକ ଟି ଗଣନା କରାଯାଇଥିବା ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l ସେପଟେ ପ୍ରତିବର୍ଷ କୁମ୍ଭୀର ସଂଖ୍ୟା କମିବା ଯାହା ପରିବେଶବିତ ଓ ବନ ବିଭାଗ କୁ ଚିନ୍ତାରେ ପକାଇଛି ।