-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||     

HOME   ରାଜ୍ୟ

ଅନୁବାଦର ସେତୁ ସିଧାସଳଖ ଦୁଇ ଭାରତୀୟ ଭାଷାକୁ ଯୋଡ଼ିବା ଉଚିତ: କବି ଜେରି ପିଣ୍ଟୋ ପୁରସ୍କାର ଗ୍ରହଣ କଲେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକ

12-Jan-2025



ଭୁବନେଶ୍ବର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକଙ୍କୁ ୨୦୨୪ ବର୍ଷର ଯୁବ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟ ଅକାଦେମିର ସଭାପତି ତଥା ବିଶିଷ୍ଟ କବି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରି କହିଥିଲେ, ଯୁବ ଲେଖକ ହେଉଛନ୍ତି ଗୋଟିଏ ଭାଷାର ସେନାପତି। ଭବିଷ୍ୟତ କଥା ଚିନ୍ତା କରି ସେମାନଙ୍କୁ ଲେଖାର ସ୍ବରୂପ ଗଢ଼ିବାକୁ ପଡ଼େ। ସ୍ବାମୀ ବିବେକାନନ୍ଦଙ୍କ ବାଣୀ- “ଉଠ, ଜାଗ୍ରତ ହୁଅ…” ଉଦ୍ଧାର କରି କହିଥିଲେ ଯେ ଯୁବା କେବେହେଲେ ଅଟକିଯାଏ ନାହିଁ। ଯେ ପର୍ଯ୍ୟନ୍ତ ମାନବ ସଭ୍ୟତା ତିଷ୍ଠି ରହିଛି, ଅଗ୍ରଗତି କରୁଛି ଲେଖକ ଅଟକିବ ନାହିଁ। ବେଳେବେଳେ ପ୍ରାଚୁର୍ଯ୍ୟ ମଣିଷକୁ ଦିଗଭ୍ରଷ୍ଟ କରିଦିଏ। ତେଣୁ ଯୁବ ଲେଖକ ସମ୍ମୁଖରେ ଦାୟିତ୍ବ ଓ ବିପଦ ଅନେକ। ବିବିଧତା ଭାରତର ଏମିତି ଏକ ବୈଭବ ଯାହା ପୃଥିବୀର ଅନ୍ୟ କେଉଁଠି ଦେଖାଯାଏ ନାହିଁ। ସମଗ୍ର ୟୁରୋପ ମହାଦେଶ ମାତ୍ର ୫-୬ଟି ଭାଷାକୁ ନେଇ ଚାଲୁଥିବା ବେଳେ ଭାରତ ୨୪ ସରିକି ଭାଷାର ଶକ୍ତି ସହ ଅଗ୍ରଗତି କରୁଛି ବୋଲି ଶ୍ରୀ କୌଶିକ କହିଥିଲେ। 
ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁପରିଚିତ ଇଂରାଜୀ କବି ଜେରି ପିଣ୍ଟୋ କହିଥିଲେ, ଅନୁବାଦ ହେଉଛି ଏକ ସେତୁ। ଏହି ସେତୁ ଇଂରାଜୀ ଭାଷାର ପଥ ଦେଇ ଯିବା ବଦଳରେ ସିଧାସଳଖ ଦୁଇଟି ଭାଷାକୁ ଯୋଡ଼ିବା ଉଚିତ। ଲେଖାଲେଖି ଆରମ୍ଭ କରିବାର କୌଣସି ବୟସ ନାହିଁ। ଲେଖିବା ସହିତ ପଢ଼ିବା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ। ଏଥିସହିତ ସାହିତ୍ୟ ଏକ ବରଦାନ ତଥା ବିଶେଷାଧିକାର ବୋଲି ସେ ଉଲ୍ଲେଖ କରିଥିଲେ। 
ସଭାରେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ, ପୃଥିବୀର ଯେକୌଣସି ଦେଶର ଭାଷା ଓ ସାହିତ୍ୟର ଧ୍ୱଜାଧାରୀ ହେଉଛନ୍ତି ସେ ଦେଶର ଯୁବ ଲେଖକ। ଭାରତର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ସାହିତ୍ୟ ଅକାଦେମି ଯୁବ ସାହିତ୍ୟିକଙ୍କୁ ଯୁବା ସାହିତ୍ୟୀ, ନବୋଦୟ ପରି କାର୍ଯ୍ୟକ୍ରମ ଜରିଆରେ ପ୍ରୋତ୍ସାହିତ କରିଆସୁଛି, ଯାହା ମଧ୍ୟରେ ଯୁବ ପୁରସ୍କାର ଅନ୍ୟତମ। 
ଶେଷରେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା ସମାପନୀ ବକ୍ତବ୍ୟ ରଖିଥିଲେ। ପ୍ରଫେସର ଶର୍ମା ବିବେକାନନ୍ଦଙ୍କ ଜନ୍ମ ଦିବସରେ ତାଙ୍କୁ ମନେପକାଇ ବକ୍ତବ୍ୟ ଆରମ୍ଭ କରିଥିଲେ। ଯୁବ ଲେଖକଙ୍କୁ ଉପଦେଶ ଦେବା ଉଚିତ କି ନାହିଁ ତାହା ଦ୍ବନ୍ଦ୍ବର ବିଷୟ। ଜଣେ କଳାକାର ଭବିଷ୍ୟତ ଦେଖିପାରେ, ଆଗାମୀ ଦିନର ଯାତନାକୁ ସେ ପୂର୍ବାନୁମାନ କରିପାରେ। କେବଳ ଯୁବ ଲେଖକଙ୍କୁ ନୁହେଁ, ସେମାନଙ୍କ କଠିନ ପରିଶ୍ରମକୁ ଏହି ପୁରସ୍କାର ମିଳିଛି ବୋଲି ପ୍ରଫେସର ଶର୍ମା ଉଲ୍ଲେଖ କରିଥିଲେ। 
ଏହି ଉତ୍ସବରେ ନୟନଜ୍ୟୋତି ଶର୍ମା (ଅହମିଆ), ସୁତପା ଚକ୍ରବର୍ତ୍ତୀ (ବଙ୍ଗଳା), ସେଲ୍ଫ ମେଡ୍ ରାଣୀ ବୋଡ଼ୋ (ବୋଡ଼ୋ), ହୀନା ଚୌଧୁରୀ (ଡୋଗ୍ରୀ), କେ. ବୈଶାଳୀ (ଇଂରାଜୀ), ରିଙ୍କୁ ଭଜେସିଂହ ରାଠୋଡ଼ (ଗୁଜୁରାଟୀ), ଗୌରବ ପାଣ୍ଡେ (ହିନ୍ଦୀ), ଶ୍ରୁତି ବି.ଆର. (କନ୍ନଡ଼), ଅଦ୍ୱୈତ ସାଲଗାଓଁକର (କୋଙ୍କଣୀ), ରିଙ୍କି ଝା ରିଷିକା (ମୈଥିଳି), ଶ୍ୟାମକ୍ରିଷ୍ଣନ ଆର୍ (ମାଲୟାଲମ), ୱାଇଖୋମ ଚିଙ୍ଗଖେଙ୍ଗନବା (ମଣିପୁରୀ), ଦେବୀଦାସ ସୌଦାଗର (ମରାଠୀ), ସୁରଜ ଚାପାଗାଇଁ (ନେପାଳୀ), ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ), ରଣଧୀର (ପଞ୍ଜାବୀ), ସୋନାଲି ସୁଥର (ରାଜସ୍ଥାନୀ), ଅଞ୍ଜନ କର୍ମକାର (ସାନ୍ତାଳୀ), ଗୀତା ପ୍ରଦୀପ ରୁପାନି (ସିନ୍ଧି), ଲୋକେଶ ରଘୁରମଣ (ତାମିଲ), ରମେଶ କାର୍ତ୍ତିକ ନାୟକ (ତେଲୁଗୁ) ଏବଂ ମୋହମ୍ମଦ ଜାଭେଦ ଅହମଦ (ଉର୍ଦ୍ଦୁ) ଯୁବ ପୁରସ୍କାର ଗ୍ରହଣ କରିଥିଲେ। ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯାଇଥିଲା। ମୋହମ୍ମଦ ଆଶ୍ରଫ ଭଟ (କଶ୍ମିରୀ) ଓ ମୁନି ପାଶ୍ୱର୍ସୁନ୍ଦର ବିଜୟଜୀ (ସଂସ୍କୃତ) ଅନୁପସ୍ଥିତ ଥିଲେ। 
ଉଲ୍ଲେଖଯୋଗ୍ୟ, ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସ୍ଥିତ ସଭାଗୃହରେ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପୁରସ୍କାର ଗ୍ରହଣ କରିଥିବା ଯୁବ ଲେଖକ ଲେଖିକାମାନେ ନିଜ ସାରସ୍ବତ ଅନୂଭୂତି ବାଣ୍ଟିବେ। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା। ଏହି ଉତ୍ସବରେ ଯୋଗ ଦେବା ପାଇଁ ଲେଖକ ଲେଖିକା ତଥା ସାହିତ୍ୟପ୍ରେମୀମାନଙ୍କୁ ସାହିତ୍ୟ ଅକାଦେମି ପକ୍ଷରୁ ଅନୁରୋଧ କରାଯାଇଛି।
                                                                                                                       
                                                                                                                 


News Comment




Photo in News

Advertisment
Lastest News
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026

You Might Also Like