-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ରାଜ୍ୟ

ଅନୁବାଦର ସେତୁ ସିଧାସଳଖ ଦୁଇ ଭାରତୀୟ ଭାଷାକୁ ଯୋଡ଼ିବା ଉଚିତ: କବି ଜେରି ପିଣ୍ଟୋ ପୁରସ୍କାର ଗ୍ରହଣ କଲେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକ

12-Jan-2025



ଭୁବନେଶ୍ବର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକଙ୍କୁ ୨୦୨୪ ବର୍ଷର ଯୁବ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟ ଅକାଦେମିର ସଭାପତି ତଥା ବିଶିଷ୍ଟ କବି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରି କହିଥିଲେ, ଯୁବ ଲେଖକ ହେଉଛନ୍ତି ଗୋଟିଏ ଭାଷାର ସେନାପତି। ଭବିଷ୍ୟତ କଥା ଚିନ୍ତା କରି ସେମାନଙ୍କୁ ଲେଖାର ସ୍ବରୂପ ଗଢ଼ିବାକୁ ପଡ଼େ। ସ୍ବାମୀ ବିବେକାନନ୍ଦଙ୍କ ବାଣୀ- “ଉଠ, ଜାଗ୍ରତ ହୁଅ…” ଉଦ୍ଧାର କରି କହିଥିଲେ ଯେ ଯୁବା କେବେହେଲେ ଅଟକିଯାଏ ନାହିଁ। ଯେ ପର୍ଯ୍ୟନ୍ତ ମାନବ ସଭ୍ୟତା ତିଷ୍ଠି ରହିଛି, ଅଗ୍ରଗତି କରୁଛି ଲେଖକ ଅଟକିବ ନାହିଁ। ବେଳେବେଳେ ପ୍ରାଚୁର୍ଯ୍ୟ ମଣିଷକୁ ଦିଗଭ୍ରଷ୍ଟ କରିଦିଏ। ତେଣୁ ଯୁବ ଲେଖକ ସମ୍ମୁଖରେ ଦାୟିତ୍ବ ଓ ବିପଦ ଅନେକ। ବିବିଧତା ଭାରତର ଏମିତି ଏକ ବୈଭବ ଯାହା ପୃଥିବୀର ଅନ୍ୟ କେଉଁଠି ଦେଖାଯାଏ ନାହିଁ। ସମଗ୍ର ୟୁରୋପ ମହାଦେଶ ମାତ୍ର ୫-୬ଟି ଭାଷାକୁ ନେଇ ଚାଲୁଥିବା ବେଳେ ଭାରତ ୨୪ ସରିକି ଭାଷାର ଶକ୍ତି ସହ ଅଗ୍ରଗତି କରୁଛି ବୋଲି ଶ୍ରୀ କୌଶିକ କହିଥିଲେ। 
ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁପରିଚିତ ଇଂରାଜୀ କବି ଜେରି ପିଣ୍ଟୋ କହିଥିଲେ, ଅନୁବାଦ ହେଉଛି ଏକ ସେତୁ। ଏହି ସେତୁ ଇଂରାଜୀ ଭାଷାର ପଥ ଦେଇ ଯିବା ବଦଳରେ ସିଧାସଳଖ ଦୁଇଟି ଭାଷାକୁ ଯୋଡ଼ିବା ଉଚିତ। ଲେଖାଲେଖି ଆରମ୍ଭ କରିବାର କୌଣସି ବୟସ ନାହିଁ। ଲେଖିବା ସହିତ ପଢ଼ିବା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ। ଏଥିସହିତ ସାହିତ୍ୟ ଏକ ବରଦାନ ତଥା ବିଶେଷାଧିକାର ବୋଲି ସେ ଉଲ୍ଲେଖ କରିଥିଲେ। 
ସଭାରେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ, ପୃଥିବୀର ଯେକୌଣସି ଦେଶର ଭାଷା ଓ ସାହିତ୍ୟର ଧ୍ୱଜାଧାରୀ ହେଉଛନ୍ତି ସେ ଦେଶର ଯୁବ ଲେଖକ। ଭାରତର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ସାହିତ୍ୟ ଅକାଦେମି ଯୁବ ସାହିତ୍ୟିକଙ୍କୁ ଯୁବା ସାହିତ୍ୟୀ, ନବୋଦୟ ପରି କାର୍ଯ୍ୟକ୍ରମ ଜରିଆରେ ପ୍ରୋତ୍ସାହିତ କରିଆସୁଛି, ଯାହା ମଧ୍ୟରେ ଯୁବ ପୁରସ୍କାର ଅନ୍ୟତମ। 
ଶେଷରେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା ସମାପନୀ ବକ୍ତବ୍ୟ ରଖିଥିଲେ। ପ୍ରଫେସର ଶର୍ମା ବିବେକାନନ୍ଦଙ୍କ ଜନ୍ମ ଦିବସରେ ତାଙ୍କୁ ମନେପକାଇ ବକ୍ତବ୍ୟ ଆରମ୍ଭ କରିଥିଲେ। ଯୁବ ଲେଖକଙ୍କୁ ଉପଦେଶ ଦେବା ଉଚିତ କି ନାହିଁ ତାହା ଦ୍ବନ୍ଦ୍ବର ବିଷୟ। ଜଣେ କଳାକାର ଭବିଷ୍ୟତ ଦେଖିପାରେ, ଆଗାମୀ ଦିନର ଯାତନାକୁ ସେ ପୂର୍ବାନୁମାନ କରିପାରେ। କେବଳ ଯୁବ ଲେଖକଙ୍କୁ ନୁହେଁ, ସେମାନଙ୍କ କଠିନ ପରିଶ୍ରମକୁ ଏହି ପୁରସ୍କାର ମିଳିଛି ବୋଲି ପ୍ରଫେସର ଶର୍ମା ଉଲ୍ଲେଖ କରିଥିଲେ। 
ଏହି ଉତ୍ସବରେ ନୟନଜ୍ୟୋତି ଶର୍ମା (ଅହମିଆ), ସୁତପା ଚକ୍ରବର୍ତ୍ତୀ (ବଙ୍ଗଳା), ସେଲ୍ଫ ମେଡ୍ ରାଣୀ ବୋଡ଼ୋ (ବୋଡ଼ୋ), ହୀନା ଚୌଧୁରୀ (ଡୋଗ୍ରୀ), କେ. ବୈଶାଳୀ (ଇଂରାଜୀ), ରିଙ୍କୁ ଭଜେସିଂହ ରାଠୋଡ଼ (ଗୁଜୁରାଟୀ), ଗୌରବ ପାଣ୍ଡେ (ହିନ୍ଦୀ), ଶ୍ରୁତି ବି.ଆର. (କନ୍ନଡ଼), ଅଦ୍ୱୈତ ସାଲଗାଓଁକର (କୋଙ୍କଣୀ), ରିଙ୍କି ଝା ରିଷିକା (ମୈଥିଳି), ଶ୍ୟାମକ୍ରିଷ୍ଣନ ଆର୍ (ମାଲୟାଲମ), ୱାଇଖୋମ ଚିଙ୍ଗଖେଙ୍ଗନବା (ମଣିପୁରୀ), ଦେବୀଦାସ ସୌଦାଗର (ମରାଠୀ), ସୁରଜ ଚାପାଗାଇଁ (ନେପାଳୀ), ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ), ରଣଧୀର (ପଞ୍ଜାବୀ), ସୋନାଲି ସୁଥର (ରାଜସ୍ଥାନୀ), ଅଞ୍ଜନ କର୍ମକାର (ସାନ୍ତାଳୀ), ଗୀତା ପ୍ରଦୀପ ରୁପାନି (ସିନ୍ଧି), ଲୋକେଶ ରଘୁରମଣ (ତାମିଲ), ରମେଶ କାର୍ତ୍ତିକ ନାୟକ (ତେଲୁଗୁ) ଏବଂ ମୋହମ୍ମଦ ଜାଭେଦ ଅହମଦ (ଉର୍ଦ୍ଦୁ) ଯୁବ ପୁରସ୍କାର ଗ୍ରହଣ କରିଥିଲେ। ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯାଇଥିଲା। ମୋହମ୍ମଦ ଆଶ୍ରଫ ଭଟ (କଶ୍ମିରୀ) ଓ ମୁନି ପାଶ୍ୱର୍ସୁନ୍ଦର ବିଜୟଜୀ (ସଂସ୍କୃତ) ଅନୁପସ୍ଥିତ ଥିଲେ। 
ଉଲ୍ଲେଖଯୋଗ୍ୟ, ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସ୍ଥିତ ସଭାଗୃହରେ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପୁରସ୍କାର ଗ୍ରହଣ କରିଥିବା ଯୁବ ଲେଖକ ଲେଖିକାମାନେ ନିଜ ସାରସ୍ବତ ଅନୂଭୂତି ବାଣ୍ଟିବେ। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା। ଏହି ଉତ୍ସବରେ ଯୋଗ ଦେବା ପାଇଁ ଲେଖକ ଲେଖିକା ତଥା ସାହିତ୍ୟପ୍ରେମୀମାନଙ୍କୁ ସାହିତ୍ୟ ଅକାଦେମି ପକ୍ଷରୁ ଅନୁରୋଧ କରାଯାଇଛି।
                                                                                                                       
                                                                                                                 


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like