-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

ଅନ୍ବେଷଣ ଫେଷ୍ଟ : ଭିନ୍ନସ୍ବାଦର ଦିବସବ୍ୟାପୀ କାର୍ଯ୍ୟକ୍ରମ

12-Jan-2025



ବଲାଙ୍ଗୀର(ପ୍ରେରଣା ଖବର): କଳା ବଞ୍ଚିଲେ କଳାକାର ବଞ୍ଚିବ ଓ ସେହି ମାର୍ଗରେ  ଆମର ଅଞ୍ଚଳର ଲୋକ କଳା ଓ ସଂସ୍କୃତି ବଞ୍ଚିବ ଓ ଲୋକ ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ। ବଲାଙ୍ଗୀରର କୋଶଳ କଳାମଣ୍ଡଳ  ପାଇଁ ସ୍ବର୍ଗତ ମହାରାଜା ରାଜେନ୍ଦ୍ରନାରାୟଣ ସିଂହଦେଓଙ୍କ ଦେଖିଥିବା ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ। 
ବଲାଙ୍ଗୀର ର ଅଗ୍ରଣୀ ସମାଜ ସଂସ୍କୃତିର ଅନୁଷ୍ଠାନ ଅନ୍ବେଷଣ ତରଫରୁ ଆଜି କୋଶଳ କଳାମଣ୍ଡଳ ପଡିଆରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ସହ ଅନ୍ବେଷଣ ଫେଷ୍ଟ -୨୦୨୫  ର ଉଦଯାପନୀ ସଭାରେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ସକାଳେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ  ଗୋଲାପ ବାଗ,ମୁରଲୀ ମହାକୁର, ରାଜେନ୍ଦ୍ର ମଲ୍ଲିକ, କିଶୋର ପଟେଲ, ଇନ୍ଦ୍ରମଣି ବାରିକ,ବ୍ୟାସଦେବ ପୁରୋହିତ,ଇଶ୍ବରୀ ବେହେରା, ସ୍ବରୂପା ସିଂ,ଅଂଜନ କୁମ୍ଭାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ସକାଳେ ଲୋକ ବାଦ୍ଯ ଦଳ ସହ କଳାକାର ଶୋଭାଯାତ୍ରାର ଆରମ୍ଭ ହୋଇଥିଲା ବଲାଙ୍ଗୀର ପାଟଣେଶ୍ବରୀଙ୍କ ମନ୍ଦିରରୁ ଦୀପ ପ୍ରଜ୍ବଳନ କରି।  ଶୋଭାଯାତ୍ରା କୋଶଳ କଳାମଣ୍ଡଳରେ ପହଞ୍ଚି  ଅନ୍ବେଷଣ ଫେଷ୍ଟର ଶୁଭାରମ୍ଭ  ହୋଇଥିଲା। ଉଦଘାଟନୀ ଉତ୍ସବ ରେ ମୁଖ୍ଯ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ କଳା ଓ ସଂସ୍କୃତିର ବିକାଶ ପାଇଁ କଳାକାର ମାନଙ୍କ ସଂପୂର୍ଣ୍ଣ ସମର୍ପଣ ଯୋଗୁ ବଲାଙ୍ଗୀର ର କଳା ବଞ୍ଚିରହିଛି ଓ ଏହି ଧାରା ଆଗକୁ ବଢିବା ଦରକାର ବୋଲି ସେ କହିଥିଲେ। ଅନ୍ବେଷଣ ଫେଷ୍ଟ ର ପରିଚାଳନା ମୁଖ୍ଯ  ସନ୍ଦୀପ କୁମାର କୁଅଁରଙ୍କ  ସଂଯୋଜନାରେ  ସମ୍ମାନିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ନାଟ୍ୟକାର ନିର୍ଦ୍ଦେଶକ ସତ୍ଯରଞ୍ଜନ ବେହେରା ମଞ୍ଚାସୀନ ହୋଇଥିଲେ। ପରେ ପରେ ଅବକ୍ଷୟମୁଖୀ ଲୋକସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ  ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ  ସଂସ୍କୃତି ଗବେଷକ ଅର୍ଜୁନ ମୁଗ୍ରୀ,କୀର୍ତ୍ତନ ଦୀପ ଓ ସତ୍ଯରଞ୍ଜନ ବେହେରା ଯୋଗ ଦେଇ ଲୋକସଂସ୍କୃତି ର ସଂରକ୍ଷଣ ପାଇଁ ଆନ୍ତରିକ ଉଦ୍ୟମ  ଓ ସମ୍ବର୍ଦ୍ଧନ ପାଇଁ  ସରକାରୀ ପ୍ରୋତ୍ସାହନ ଜରୁରୀ ବୋଲି କହିଥିଲେ। ପରେ ପରେ ଆରମ୍ଭ  ହୋଇଥିଲା ହାସ୍ୟକବି ସମ୍ମିଳନୀ।ରାଜେଶ ଦଣ୍ଡସେନାଙ୍କ ସଂଯୋଜନା ରେ ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ହାସ୍ୟ କବି ରଂଜିତ ପ୍ରଧାନ, ଗିତିକବି ଗରିବ ମଲ୍ଲିକ, ବ୍ୟଙ୍ଗ କବି ଦିଲିପ କୁମାର ମିଶ୍ର, ବ୍ୟଙ୍ଗ କବି ଯଶୋବନ୍ତ କୁମ୍ଭାର । ପରେ ପରେ ଜିଲ୍ଲା ସ୍ତରୀୟ  ଲୋକନୃତ୍ଯ ,ଶାସ୍ତ୍ରୀୟ

ନୃତ୍ୟ ଓଡିଶୀ,ଚିତ୍ରାଙ୍କନ, ଅଭିନୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛତାପିପଲ ଗ୍ରାମର  ମାଷ୍ଟର ଶଙ୍କର କଲତାଙ୍କ ରାବଣ ଭୂମିକାରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା।ସମ୍ବଲପୁର  ଓ ସୁନ୍ଦରଗଡ ର କଳାକାର ମାନଙ୍କ ଦ୍ବାରା ଲୋକନୃତ୍ଯ ପରିବେଷଣ ପରେ ସଂଧ୍ୟାରେ  ମୂଳ ବଙ୍ଗଳା ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନାକୁ ନାଟ୍ୟ ରୂପାନ୍ତର କରି ନାଟକ -  ପ୍ରକାଶ ଓ ଛାୟା ପରିବେଷଣ କରାଯାଇଥିଲା । ନାଟ୍ୟକାର ନିର୍ଦ୍ଦେଶକ  ପ୍ରକାଶ ଚନ୍ଦ୍ର ଥନାପତି ଏହାକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ପରେ ପରେ ଲୋକ ସଂଗୀତ କାର୍ଯ୍ୟକ୍ରମ ରେ ବିଭୋର ହୋଇଥିଲେ ଦର୍ଶକ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like