-+91-9937148622 |

prerana_bgr@rediffmail.com |

  Monday 16th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ଅନ୍ବେଷଣ ଫେଷ୍ଟ : ଭିନ୍ନସ୍ବାଦର ଦିବସବ୍ୟାପୀ କାର୍ଯ୍ୟକ୍ରମ

12-Jan-2025



ବଲାଙ୍ଗୀର(ପ୍ରେରଣା ଖବର): କଳା ବଞ୍ଚିଲେ କଳାକାର ବଞ୍ଚିବ ଓ ସେହି ମାର୍ଗରେ  ଆମର ଅଞ୍ଚଳର ଲୋକ କଳା ଓ ସଂସ୍କୃତି ବଞ୍ଚିବ ଓ ଲୋକ ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ। ବଲାଙ୍ଗୀରର କୋଶଳ କଳାମଣ୍ଡଳ  ପାଇଁ ସ୍ବର୍ଗତ ମହାରାଜା ରାଜେନ୍ଦ୍ରନାରାୟଣ ସିଂହଦେଓଙ୍କ ଦେଖିଥିବା ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ। 
ବଲାଙ୍ଗୀର ର ଅଗ୍ରଣୀ ସମାଜ ସଂସ୍କୃତିର ଅନୁଷ୍ଠାନ ଅନ୍ବେଷଣ ତରଫରୁ ଆଜି କୋଶଳ କଳାମଣ୍ଡଳ ପଡିଆରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ସହ ଅନ୍ବେଷଣ ଫେଷ୍ଟ -୨୦୨୫  ର ଉଦଯାପନୀ ସଭାରେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ସକାଳେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ  ଗୋଲାପ ବାଗ,ମୁରଲୀ ମହାକୁର, ରାଜେନ୍ଦ୍ର ମଲ୍ଲିକ, କିଶୋର ପଟେଲ, ଇନ୍ଦ୍ରମଣି ବାରିକ,ବ୍ୟାସଦେବ ପୁରୋହିତ,ଇଶ୍ବରୀ ବେହେରା, ସ୍ବରୂପା ସିଂ,ଅଂଜନ କୁମ୍ଭାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ସକାଳେ ଲୋକ ବାଦ୍ଯ ଦଳ ସହ କଳାକାର ଶୋଭାଯାତ୍ରାର ଆରମ୍ଭ ହୋଇଥିଲା ବଲାଙ୍ଗୀର ପାଟଣେଶ୍ବରୀଙ୍କ ମନ୍ଦିରରୁ ଦୀପ ପ୍ରଜ୍ବଳନ କରି।  ଶୋଭାଯାତ୍ରା କୋଶଳ କଳାମଣ୍ଡଳରେ ପହଞ୍ଚି  ଅନ୍ବେଷଣ ଫେଷ୍ଟର ଶୁଭାରମ୍ଭ  ହୋଇଥିଲା। ଉଦଘାଟନୀ ଉତ୍ସବ ରେ ମୁଖ୍ଯ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ କଳା ଓ ସଂସ୍କୃତିର ବିକାଶ ପାଇଁ କଳାକାର ମାନଙ୍କ ସଂପୂର୍ଣ୍ଣ ସମର୍ପଣ ଯୋଗୁ ବଲାଙ୍ଗୀର ର କଳା ବଞ୍ଚିରହିଛି ଓ ଏହି ଧାରା ଆଗକୁ ବଢିବା ଦରକାର ବୋଲି ସେ କହିଥିଲେ। ଅନ୍ବେଷଣ ଫେଷ୍ଟ ର ପରିଚାଳନା ମୁଖ୍ଯ  ସନ୍ଦୀପ କୁମାର କୁଅଁରଙ୍କ  ସଂଯୋଜନାରେ  ସମ୍ମାନିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ନାଟ୍ୟକାର ନିର୍ଦ୍ଦେଶକ ସତ୍ଯରଞ୍ଜନ ବେହେରା ମଞ୍ଚାସୀନ ହୋଇଥିଲେ। ପରେ ପରେ ଅବକ୍ଷୟମୁଖୀ ଲୋକସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ  ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ  ସଂସ୍କୃତି ଗବେଷକ ଅର୍ଜୁନ ମୁଗ୍ରୀ,କୀର୍ତ୍ତନ ଦୀପ ଓ ସତ୍ଯରଞ୍ଜନ ବେହେରା ଯୋଗ ଦେଇ ଲୋକସଂସ୍କୃତି ର ସଂରକ୍ଷଣ ପାଇଁ ଆନ୍ତରିକ ଉଦ୍ୟମ  ଓ ସମ୍ବର୍ଦ୍ଧନ ପାଇଁ  ସରକାରୀ ପ୍ରୋତ୍ସାହନ ଜରୁରୀ ବୋଲି କହିଥିଲେ। ପରେ ପରେ ଆରମ୍ଭ  ହୋଇଥିଲା ହାସ୍ୟକବି ସମ୍ମିଳନୀ।ରାଜେଶ ଦଣ୍ଡସେନାଙ୍କ ସଂଯୋଜନା ରେ ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ହାସ୍ୟ କବି ରଂଜିତ ପ୍ରଧାନ, ଗିତିକବି ଗରିବ ମଲ୍ଲିକ, ବ୍ୟଙ୍ଗ କବି ଦିଲିପ କୁମାର ମିଶ୍ର, ବ୍ୟଙ୍ଗ କବି ଯଶୋବନ୍ତ କୁମ୍ଭାର । ପରେ ପରେ ଜିଲ୍ଲା ସ୍ତରୀୟ  ଲୋକନୃତ୍ଯ ,ଶାସ୍ତ୍ରୀୟ

ନୃତ୍ୟ ଓଡିଶୀ,ଚିତ୍ରାଙ୍କନ, ଅଭିନୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛତାପିପଲ ଗ୍ରାମର  ମାଷ୍ଟର ଶଙ୍କର କଲତାଙ୍କ ରାବଣ ଭୂମିକାରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା।ସମ୍ବଲପୁର  ଓ ସୁନ୍ଦରଗଡ ର କଳାକାର ମାନଙ୍କ ଦ୍ବାରା ଲୋକନୃତ୍ଯ ପରିବେଷଣ ପରେ ସଂଧ୍ୟାରେ  ମୂଳ ବଙ୍ଗଳା ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନାକୁ ନାଟ୍ୟ ରୂପାନ୍ତର କରି ନାଟକ -  ପ୍ରକାଶ ଓ ଛାୟା ପରିବେଷଣ କରାଯାଇଥିଲା । ନାଟ୍ୟକାର ନିର୍ଦ୍ଦେଶକ  ପ୍ରକାଶ ଚନ୍ଦ୍ର ଥନାପତି ଏହାକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ପରେ ପରେ ଲୋକ ସଂଗୀତ କାର୍ଯ୍ୟକ୍ରମ ରେ ବିଭୋର ହୋଇଥିଲେ ଦର୍ଶକ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like