-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ନୂତନ ବର୍ଷରେ ନୂତନ ଯୋଜନାରେ ଜୟ କିସାନ ସଂଗଠନ

05-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-ନୂତନ ବର୍ଷରେ ନୂତନ ଯୋଜନା ପ୍ରସ୍ତୁତ ପାଇଁ ବରଗଡ଼ ଜିଲ୍ଲା ଗାଇସୀମା ଠାରେ ଜୟ କିସାନ ଆନ୍ଦୋଳନ ର ଏକ କର୍ମୀ ସମ୍ମିଳନୀ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଧାନ ବିକ୍ରି ସମସ୍ୟା, ବିଜୁଳି ସମସ୍ୟା,ଗନ୍ଧମାର୍ଦ୍ଦନସୁରକ୍ଷାଆନ୍ଦୋଳନ ଏବଂ ବର୍ତ୍ତମାନ ଚାଲିଥିବା ଦିଲ୍ଲୀର କୃଷକ ଆନ୍ଦୋଳନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀ କୁ ଲିଜ ଦେବା ପ୍ରସଂଗ ସମଗ୍ର ପଶ୍ଚିମ ଓଡିଶାରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହାକୁ ନେଇ ରାଜନୀତି ସରଗରମ ହୋଇ ପଡିଥିବା ବେଳେ ଜୟ କିସାନ ଆନ୍ଦୋଳନର କର୍ମୀମାନଙ୍କ ମଧ୍ୟରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୧ ଜାନୁଆରୀରେ ସଂଗଠନ ତରଫରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ନୃସିଂହନାଥ ଏବଂ ହରିଶଂକରକୁ ଏକ ମୋଟର୍ ସାଇକେଲ ଯାତ୍ରା କରିବା ପାଇଁ ସମ୍ମିଳନୀ ରେ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡିଶାରେ କଟଣି ଛଟଣି ଯୋରସୋରରେ ଚାଲିଥିବା ବେଳେ ମନ୍ତ୍ରୀ ବିଧାୟକ ଚୁପ ଥିବା ନେଇ ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଥିଲା। ସମ୍ମିଳନୀରେ  ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ଯୋଗଦେଇ  କହିଥିଲେ ଯେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ  ହରିଶଂକର ଖପରାଖୋଲ ଠାରେ ଜାନୁଆରୀ ୧୨ ତାରିଖରେ ଏକ ଜନ ସମାବେଶ କାର୍ଯ୍ୟକ୍ରମ ର ଆୟୋଜନ କରୁଅଛି । ଏହି କାର୍ଯ୍ୟକ୍ରମକୁ  ବରଗଡ଼ ଜୟ କିସାନ ଆନ୍ଦୋଳନ ତରଫରୁ ଏକ ମୋଟର୍ ସାଇକେଲ ଯାତ୍ରାରେ ଶତାଧିକ କର୍ମୀ ଯୋଗଦେବେ ବୋଲି ସେ  ଆହ୍ୱାନ ଦେଇଥିଲେ। ଏଥି  ସହିତ ପଞ୍ଜାବ ହରିୟାଣା ସୀମାରେ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ  ଚାଲିଥିବା କୃଷକ ଆନ୍ଦୋଳନର ନେତା "ଜଗଜୀତ ସିଂହ ଦଲ୍ଲେୱାଲ" ବିଭିନ୍ନ ଦାବିରେ  ଗତ ୪୦ ଦିନ ହେବ ଆମରଣ ଅନଶନରେ ଅଛନ୍ତି । ସରକାର କିମ୍ବା ତାଙ୍କର କୌଣସି ପ୍ରତିନିଧି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ମଧ୍ୟ କରୁନାହାନ୍ତି। ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଆଦୌଁ ଶୁଭଙ୍କର ନୁହେଁ ବୋଲି କହି ସରକାର କୁ ନିନ୍ଦା କରିଥିଲେ। ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ତିନି କଳା କୃଷି  ଆଇନ ପ୍ରତ୍ୟାହାର ଦାବିରେ  ଯେଉଁ ଐତିହାସିକ ଚାଷୀ  ଆନ୍ଦୋଳନ ହୋଇଥିଲା  ସେଥିରେ ଏକ ଘଟକ ସଂଗଠନ ଭାବରେ ଜୟ କିସାନ ଆନ୍ଦୋଳନ ଅଂଶଗ୍ରହଣ କରିଥିଲା ଏବଂ ବର୍ତ୍ତମାନ ଚାଲିଥିବା ଆନ୍ଦୋଳନକୁ  ମଧ୍ୟ ସମର୍ଥନ କରି ସ୍ଥାନୀୟ ସ୍ତରରେ ଆନ୍ଦୋଳନ କରିବ ବୋଲି ସେ  କହିଥିଲେ। ଏହି ସମ୍ମିଳନୀରେ ଆସନ୍ତା ରବି ରୁତୁରେ  ଓଡିଶାରେ ଛତିଶଗଡ ଭଲି ମଣ୍ଡି ବ୍ଯବସ୍ଥା କରିବା ପାଇଁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ମହେଶ୍ବର ପ୍ରଧାନ, ଚଞ୍ଚଳ ପ୍ରଧାନ, ପ୍ରଫୁଲ୍ଲ ସାହୁ,  କୁନା ବେହେରା, ଅରୁଣ ପ୍ରଧାନ,  ସରୋଜ କୁମାର ସୁନା, ସୀତାରାମ ମେହେର,  ସୁଶାନ୍ତ ସାହୁ,ମିନିଷ୍ଟର୍ ବାରିକ, ମିନକେତନ ସାହୁ ପ୍ରମୁଖ  ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ସରୋଜ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like