-+91-9937148622 |

prerana_bgr@rediffmail.com |

  Thursday 26th November 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||      ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   (26-Nov-2026)       ||      ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||     

HOME   ଜିଲ୍ଲା

 ସ୍କୁଲ ପ୍ରବେଶ ଦିନରେ ଛାତ୍ରଛାତ୍ରୀଙ୍କୁ କୋଭିଡ-୧୯ ସଚେତନତା  

09-Jan-2021



ସୋନପୁର(ପ୍ରେରଣା ଖବର)-  ଯେତେଦିନ ପର୍ଯ୍ୟନ୍ତ କରୋନା ଟୀକା ଆସିନାହିଁ ସେତେ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତା , ମାସ୍କ ପରିଧାନ କରିବା , ବାରମ୍ବାର ହାତ ଧୋଇବା ଆଦି ସତର୍କତା ମୂଳକ ପଦକ୍ଷେପକୁ  ଆପଣେଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପି ଅନୁପାଳନ କରି ବିଦ୍ୟାଳୟରେ ପାଠପଢା କାର୍ଯ୍ୟକ୍ରମରେ ପ୍ରତିବଦ୍ଧତା ସହିତ ସମସ୍ତ ଛାତ୍ରଛାତ୍ରୀ ଆଗେଇ ଆସିବାହିଁ ବର୍ତ୍ତମାନର ସର୍ବୋକୃଷ୍ଟ ଆହ୍ୱାନ । ଏହି ଭାବନାକୁ ସମ୍ମାନ ଜଣାଇ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ମାହାବର୍ହା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ବିଦ୍ୟାରମ୍ଭ କରିବା ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପ୍ରବେଶ ଦ୍ୱାରରେ ସ୍ୱାଗତ କରାଯାଇ ସେମାନଙ୍କୁ ସାନିଟାଇଜ୍ କରାଯାଇଥିଲା ଓ ମାସ୍କ ବଂଟନ କରାଯାଇ ତାକୁ ପରିଧାନ କରିବାର ଉପଯୁକ୍ତ ପଦ୍ଧତି ବିଷୟରେ ବୁଝାଯାଇଥିଲା । ସମସ୍ତଙ୍କୁ  ଜଣ ଜଣ କରି ଶ୍ରେଣୀଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ୬ଫୁଟ ବ୍ୟବାଧାନରେ ନିଜ ନିଜର ନିର୍ଦ୍ଦିଷ୍ଟ ସିଟରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତତ୍‌ପରେ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥିତିରେ ସମସ୍ତ  ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ବସନ୍ତ କୁମାର ହୋତା ସରକାରଙ୍କୁ ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପିକୁ ପଢି ଶୁଣାଇଥିଲେ ଏବଂ ସମସ୍ତ ନିୟମକୁ ମାନିଚଳି ବିଦ୍ୟଳୟରେ ଶିକ୍ଷାଦାନ ପ୍ରକ୍ରିୟାରେ ସମସ୍ତେ ସହ ଯୋଗ କରିବାକୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ, ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସଂଜୀବ କୁମାର ପୂଜାରୀ,ବିଭୀଷଣ ଖମାରି, କିଶୌର ଚନ୍ଦ୍ର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ଅନ୍ତିମ ପର୍ଯ୍ୟାୟରେ ଏବିଇଓ ଦିଲ୍ଲୀପ କୁମାର ମେହେର ଏବଂ ସଓଆରସିସି ନରେନ୍ଦ୍ର କୁମାର ପୁରୋହିତ ବିଦ୍ୟାଳକୁ ଆସି  ମନିଟରିଂ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ତଥା ଜିଲ୍ଲ୍‌ା ସ୍କାଉଟ ତାଲିମ କମିଶନର ଦିନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଲଷ୍ମୀ ଙ୍କ ଘରେ ଘରେ ପୂଜା   26-Nov-2026
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026
  ଜିଲ୍ଲା  
ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   26-Nov-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   26-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   26-Nov-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   26-Nov-2026
  ଜିଲ୍ଲା  
ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର   26-Nov-2026

You Might Also Like