-+91-9937148622 |

prerana_bgr@rediffmail.com |

  Sunday 31st May 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   (31-May-2026)       ||      ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (30-May-2026)       ||      ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   (30-May-2026)       ||      ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   (30-May-2026)       ||      ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-May-2026)       ||      ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   (30-May-2026)       ||      ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ    (30-May-2026)       ||      ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   (29-May-2026)       ||      ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ    (29-May-2026)       ||      ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   (29-May-2026)       ||      *ସ୍ୱାମୀ ବିବେକାନନ୍ଦ କଲେଜ ବରପାଲିରେ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ*   (29-May-2026)       ||     

HOME   ଜିଲ୍ଲା

ଅବସର ନେଲେ ବିଦ୍ୟୁତ୍ ଦିଦି... ଭାବ ବିହ୍ୱଳ ସହ କର୍ମୀ ଓ ଛାତ୍ରଛାତ୍ରୀ

02-Nov-2024



ଅତାବିରା(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡ଼ଶ୍ରୀଗିଡା ଆଦିବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ମିଶ୍ର ( ବିଦ୍ୟୁତ ଦିଦି)ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଗୋପବନ୍ଧୁ ମେହେରଙ୍କ ସଭାପତିତ୍ବ ତଥା ଉଦ୍ଦେଶ୍ୟ ଜ୍ଞାପନ ରେ ସଭା ଅନୁଷ୍ଟିତ ହୋଇ ମୁଖ୍ୟ ଅତିଥି ଅଦନ ସୁନା ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପାହାଡଶ୍ରୀଗିଡା ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, କଲେଜ୍ ଅଧ୍ୟକ୍ଷ ରାମକୃଷ୍ଣ ସାହୁ ଯୋଗଦେଇଥିଲେ।

ଶିକ୍ଷକ ପୀତାମ୍ବର ସୁନା ଙ୍କ ପରିଚାଳନା କ୍ରମେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ପୂର୍ବକ ବାଗ ଦେବୀ ସରସ୍ଵତୀ ଓ ଗଜାନନ ଙ୍କ ଫଟୋ ଚିତ୍ରରେ ଧୂପ ଦ୍ଵୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଦାୟ ସଙ୍ଗୀତ ଗାନ କରିବା ସମୟରେ ଛାତ୍ରଛାତ୍ରୀ ତଥା ଗୁରୁଜନ ମାନେ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ଅତାବିରା   ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୧୫ ସେପ୍ଟେମ୍ବର ୧୯୯୦ ମସିହା ରୁ ତାଙ୍କର ଶିକ୍ଷକତା  ଜୀବନ ଆରମ୍ଭ ହୋଇଥିଲା । ଚାକିରି ଜୀବନର ଶେଷ ପର୍ଯ୍ୟାୟରେ ମାତ୍ର ଦୁଇ ବର୍ଷ  ପାଇଁ  ପାହାଡଶ୍ରୀଗିଡା ଆଦିବାସୀ ଉଚ୍ଚ ବିଦ୍ୟାଳୟ   ରେ  ପ୍ରଧାନ ଶିକ୍ଷୟିତ୍ରୀ  ଭାବରେ ଯୋଗ ଦେଇ   ଆଜି ଅବସର ନେଇ ଛନ୍ତି।  ସେ ଜଣେ ଦକ୍ଷ, କର୍ମଠ, ମମତାମୟୀ ଶିକ୍ଷୟିତ୍ରୀ ଭାବରେ ଅଞ୍ଚଳରେ  ସୁନାମ ଅର୍ଜନ କରିବା ସହିତ   ଛାତ୍ର ଛାତ୍ରୀ ଙ୍କ ହୃଦୟରେ ମାତୃତ୍ୱର  ଧାରା ଝରାଇ   ସମସ୍ତଙ୍କୁ ଆପଣାର କରିନେବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ବୈଶିଷ୍ଟ୍ୟ ।   ତାଙ୍କର ଅବସର  ପରବର୍ତ୍ତୀ ସମୟ ନିରୋଗ ଓ ଆନନ୍ଦରେ ସପରିବାର ସହ  ଅତିବାହିତ ହେଉ ବୋଲି ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ। ଶ୍ରୀମତୀ  ମିଶ୍ର କର୍ମମୟ ଦିନର ଶେଷରେ ସମସ୍ତ ସହକର୍ମୀ ମାନଙ୍କୁ ଅଶ୍ରୁଳ ନୟନରେ ବିଦାୟ ଜଣାଇଥିବା ବେଳେ ସନ୍ତାନ ସଦୃଶ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତର ଶୁଭ ମନାସି ଆଶିର୍ବାଦ ପ୍ରଦାନ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନେ ବିଦାୟ କାଳୀନ ସଂଗୀତ ପରିବେଷଣ କରି  ନିଜର ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନଙ୍କ ସହ ଅନ୍ୟ ଜିଲ୍ଲା ତଥା ବ୍ଲକ ରୁ ଆସି ବିଦ୍ୟାଳୟରେ ଯୋଗ ଦେଇ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଦିଦି ଙ୍କ ଆଦର୍ଶ ଚିର ସ୍ମରଣୀୟ ରହିବ ବୋଲି କାନ୍ଧି ପକାଇଥିଲେ।ପରିଶେଷରେ ହିନ୍ଦୀ ଶିକ୍ଷକ ଅଶୋକ ପାଣିଗ୍ରାହୀ ଦିଦି ଙ୍କ ଅନୁଭୂତି ସ୍ୱରଣ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।ଦିଦିଙ୍କୁ ସଙ୍କୀର୍ତ୍ତନ୍ୟ ଓ ମାଙ୍ଗଳିକ ବାଦ୍ୟର ତାଳେ

ତାଳେ ସ୍କୁଲ କଲେଜ, ପୂର୍ବତନ ତଥା ତତ୍କାଳୀନ ଛାତ୍ରଛାତ୍ରୀ ସମେତ ଅତିଥି ମାନେ ଗାଆଁ ପରିକ୍ରମା କରିବା ସମୟରେ ପ୍ରତି ଘରେ ଦ୍ଵୀପ କଳସ ବସାଇ ଗୁରୁଙ୍କ ପାଦ ଧୌତ ପୂର୍ବକ ପୂଜାର୍ଚ୍ଚନା କରି ବିଦାୟ ଦେଇ  ବିଦ୍ୟାଳୟକୁ ଫେରି ବିଦ୍ୟାଳୟରେ ସମସ୍ତ ଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଉପହାର ଦେବା ସହ ତାଙ୍କ ଅତାବିରା ସ୍ଥିତ ବାସ ଭବନକୁ ପାଛୋଟି ଆଣିଥିଲେ।  ପ୍ରଧାନ ଶିକ୍ଷକ ହିମାଂଶୁ ସାହୁ, ମୋତିଲାଲ ଦେବତା,  ମନବୋଧ ମାଝୀ,ଚିତ୍ତ ମେହେର,  ଯାଦବ ପ୍ରଧାନ, ରବୀନ୍ଦ୍ର  ପଣ୍ଡା, ଶିକ୍ଷୟିତ୍ରୀ ସ୍ନିଗ୍ଧlରାଣୀ ପଣ୍ଡା, ସଂଗୀତା  ମିଶ୍ର, ପଦ୍ମିନୀ ତ୍ରିପାଠୀ, କଳ୍ପନା ଜେନା  ପ୍ରମୁଖ  ବ୍ଲକ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ  ମାନେ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   31-May-2026
  ଜିଲ୍ଲା  
ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   30-May-2026
  ଜିଲ୍ଲା  
ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   30-May-2026
  ଜିଲ୍ଲା  
ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-May-2026
  ଜିଲ୍ଲା  
ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ   30-May-2026
  ଜିଲ୍ଲା  
ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   30-May-2026
  ଜିଲ୍ଲା  
ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   30-May-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   30-May-2026
  ଜିଲ୍ଲା  
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   30-May-2026
  ଜିଲ୍ଲା  
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   30-May-2026

You Might Also Like