-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||     

HOME   ଜିଲ୍ଲା

ବରଗଡ ଜିଲ୍ଳାର ବିଦୂଷୀ କନ୍ଯା ସ୍ବର୍ଗତା ଇଳା ପଣ୍ଡାଙ୍କ ଜୟନ୍ତୀରେ କୋଶଲଟାଇମ ଦ୍ବାରା ସଂଗୀତ ଆସର ଓ ସମ୍ବର୍ଦ୍ଧନା ପର୍ବ

27-Oct-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ମାଟିର ବିଦୂଷୀ କନ୍ଯା ତଥା ଇଳା-ବଂଶୀଧର ଚାରିଟେବଲ ଟ୍ରଷ୍ଟର ଉଦ୍ଯୋକ୍ତା ସ୍ବର୍ଗତା ଇଳା ପଣ୍ଡାଙ୍କ ୯୪ତମ ଜୟନ୍ତୀ ଅବସରରେ ବରଗଡର ପାକ୍ଷିକ ପତ୍ରିକା କୋଶଲଟାଇମ ପକ୍ଷରୁ ଏକ ସଂଗୀତ ଆସର ସ୍ଥାନୀୟ ଏମ୍ ଆର୍ ପ୍ରେସ୍ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଅବରରରେ ବରଗଡ ଅଞ୍ଚଳର ପାଞ୍ଚଜଣ କଳାକାରଙ୍କୁ ଇଳାପଣ୍ଡା ସ୍ମାରକୀ କଳାସମ୍ମାନରେ ସମ୍ମାନିତ କରାଯାଇଛି ।  ପ୍ରଖ୍ୟାତ ଇତିହାସ ପ୍ରଫେସର ଘନଶ୍ଯାମ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ବିଶାଖା ଦାଶଙ୍କ ଚତୁର୍ଥ ସନ୍ତାନ ରୂପେ ଜନ୍ମିତ ଇଳା ପଣ୍ଡା ବରଗଡ ଜିଲ୍ଳାର ଅଖ୍ଯାତ ପଲ୍ଲୀ କଟାପାଲିରେ ବାଲ୍ଯକାଳ ବିତେଇଥିଲେ ଏବଂ ନିଜ ଜନ୍ମଭୂମି କଟାପାଲିର ଉନ୍ନତି କଳ୍ପେ ପରବର୍ତ୍ତୀ କାଳରେ ଅନେକ କାର୍ଯ୍ଯ କରିଥିଲେ । ଶାନ୍ତିନିକେତନରେ ଫାଇନ୍ ଆର୍ଟ ପଢିଲା ବେଳେ ସେ ଅଙ୍କନ କରିଥିବା ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ଅଦ୍ଯାବଧି ସେଠାରେ ସୁଶୋଭିତ । ତାଙ୍କ ପ୍ରତିଷ୍ଠିତ ଶାରଳା ପୁରସ୍କାର ଏବଂ ଇଳା-ବଂଶୀଧର ଚାରିଟେବଲ ଟ୍ରଷ୍ଟ ଅଦ୍ଯାବଧି ତାର ଉଦ୍ଦେଶ୍ଯ ସାଧନ କରିଚାଲିଛି । ଏହି ମହୀୟସୀ ମହିଳା ପରବର୍ତ୍ତୀ କାଳରେ ରାଜ୍ଯ ସଭାସାଂସଦ ରୂପେ କାର୍ଯ୍ଯ କରିବା ସମୟରେ ବରଗଡ ଜିଲ୍ଲାର ଉନ୍ନତି ପାଇଁ ବହୁ ଅନୁଦାନ ବ୍ଯୟ କରିଥିଲେ ।  ତାଙ୍କର ୯୪ତମ ଜୟନ୍ତୀ ଅବସରରେ ପାକ୍ଷିକ ପତ୍ରିକା କୋଶଲଟାଇମର ଆୟୋଜନରେ ଅନୁଷ୍ଠିତ ସଭାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଡଃ ବିଧୁଭୂଷଣ ମିଶ୍ର  ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଇଳା ପଣ୍ଡାଙ୍କ ବହୁମୁଖୀ ପ୍ରତିଭାର ଅବତାରଣା ସହ କଟାପାଲି ଗ୍ରାମର  କଳା ଓ ଶିକ୍ଷା ତଥା ସଂସ୍କୃତିର ଉନ୍ନତି ପଛରେ ଇଳା ପଣ୍ଡାଙ୍କର ଜନ୍ମମାଟି ପ୍ରତି ପ୍ରେମ ଓ କର୍ତ୍ତବ୍ଯନିଷ୍ଠତା ବିଷୟରେ ପ୍ରକାଶ କରିଥିଲେ । କ୍ରୀଡା କ୍ଷେତ୍ରରେ ଏକଲବ୍ଯପୁରସ୍କାରଏକ ମାଇଲଖୁଣ୍ଟ ରୂପେ କ୍ରୀଡାପ୍ରେମୀଙ୍କୁ ପ୍ରେରଣା ଦେଇଆସୁଥିବା କଥା ମଧ୍ଯ ସେ ପ୍ରକାଶ କରିବା ସହ ଏହି ମହୀୟସୀଙ୍କ ଜୟନ୍ତୀ ସଭାରେ ସମ୍ମିଳିତ ହୋଇ ନିଜର ଆନନ୍ଦ ପ୍ରକାଶ କରିଥିଲେ ।  ସଭାରେ ମୁଖ୍ଯବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ତରଣୀସେନ ବୁଧିଆ  ବରଗଡ ଜିଲ୍ଳାର ଶିକ୍ଷା ଓ କଳାର ଉନ୍ନତି ପାଇଁ ଇଳା ପଣ୍ଡାଙ୍କର ପ୍ରତିବଦ୍ଧ ଉଦ୍ଯମ ବିଷୟରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ସୁସାହିତ୍ଯିକ ମନୋରଞ୍ଜନ ମେହେର ଇଳା ପଣ୍ଡାଙ୍କର ସାହିତ୍ଯ ସଂଗୀତ କଳା କ୍ରୀଡା ଓ ସମାଜସେବା ପ୍ରତି ଅନୁରାଗ ଏବଂ ଅବଦାନ ବିଷୟରେ ବିଶଦ୍ ଭାବରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ ।  ସଭାକାର୍ଯ୍ଯର ପ୍ରାରମ୍ଭରେ ଅତିଥି ଆମନ୍ତ୍ରଣ ଏବଂ ସଭାର ଉଦ୍ଦେଶ୍ଯଜ୍ଞାପନ କରିଥିଲେ କୋଶଲଟାଇମର ସଂପାଦକ ସଞ୍ଜୀବ କୁମାର ମହାପାତ୍ର  । ବରଗଡ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରୀ ଶ୍ରଦ୍ଧା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ସଂକ୍ଷିପ୍ତ ବକ୍ତବ୍ଯ ଉପସ୍ଥାପନ କରିଥିଲେ । ସଭାକୁ ସୁଧାମୟ ସଂଗୀତରେ ସମୃଦ୍ଧ କରିଥିଲେ ଏ ଅଞ୍ଚଳର ବରିଷ୍ଠ କଣ୍ଠଶିଳ୍ପୀ ଦଧିବାମନ ଶତପଥୀ । ଆନ୍ତଃରାଜ୍ଯ ସଂଚାର କଳାକାର ଅଲେଖ ସାହୁ ସୋହେଲା ବ୍ଲକର ଲେଖାପଥରଠାରେ ସଂଚାର ଗାୟକ ବାଦକ ସଂଘ ପ୍ରତିଷ୍ଠା ପାଇଁ ଇଳା ପଣ୍ଡା ଦେଇଥିବା ଅର୍ଥ ସହାୟତା କଥା ଉଲ୍ଲେଖ କରି ଇଳା ପଣ୍ଡା ଯେଉଁ ଗୀତ ତାଙ୍କୁ ଦୁଇ ଥର ଗାଇବା ପାଇଁ ଫରମାଇସ୍ କରିଥିଲେ ସେହି ଗୀତକୁ ଗାନ କରିଥିଲେ ।  କଣ୍ଠଶିଳ୍ପୀ ଦଧିବାମନ ଶତପଥୀ ଓ ସଂଚାର କଳାକାର ଅଲେଖ ସାହୁଙ୍କ ସମେତ ବିଶିଷ୍ଟ ମାଉଥ୍ ଅର୍ଗାନ୍ କଳାକାର ପ୍ରଦୀପ ପଧାନ, ପ୍ରଖ୍ୟାତ ବଂଶୀବାଦକ ମୀନକେତନ ଭୋଇ, ପାଲା କଳାକାର ନାରାୟଣ ପଟେଲଙ୍କୁ ଇଳାପଣ୍ଡା ସ୍ମାରକୀ କଳାସମ୍ମାନରେ ସମ୍ମାନିତ କରାଯାଇଥିଲା । ଲରମ୍ଭା କଲେଜର ଅଧ୍ୟକ୍ଷ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହ୍ ସଭାରେ ଡଃ ଗୋବର୍ଦ୍ଧନ ସାହୁ, ଅଧ୍ଯାପକ ସନ୍ତୋଷ କୁମାର ପଣ୍ଡା, ପାଣ୍ଡବ ବେହେରା, ସମାଜସେବୀ ଶିବାନନ୍ଦ ମଟାରୀ, ଲୁଲୁ ରବିନ୍ ଦାଶ ଓ ଆହୁରି ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026
  ଜିଲ୍ଲା  
ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   24-Oct-2026
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026

You Might Also Like