-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧିନସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଭୁକ୍ତା ଠାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅଭିଭାବିକା ଶ୍ରୀମତୀ ଅନୁପମା କୁମୁରା ଦୀପ ପ୍ରଜ୍ବଳନ କରିଥିଲେ, ସଭାପତି ଶ୍ରୀ କାମଦେବ ସାହୁ, ସମ୍ପାଦକ ଶ୍ରୀ ସୁଦାମା ପାତ୍ର, କୋଷାଧକ୍ଷ ଶ୍ରୀ ନ୍ରିପେନ ଦେହେରି ମଂଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋଜ ପଟେଲ ଅତିଥି ପରିଚୟ ସହିତ ଉଦେଶ୍ୟ ଜ୍ଞାପନ କରିଥିଲେ। ଆଚାର୍ଯ୍ୟ ଶ୍ରୀ ଗୌର ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ କୁ ସଂଯୋଜନା କରି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ଗୁରୁମା ସୁମତି ପାତ୍ର କର୍ମଶାଳା ବିଷୟରେ ଏକ କ୍ରିୟାକଳାପ ଭିତ୍ତିକ କଳାନ୍ସ ନେଇଥିଲେ। ମା ମାନେ ନିଜର ଅନୁଭୂତି କଥନ କରିଥିଲେ ବିଦ୍ୟାଳୟ ର ଉନ୍ନତି ସକାଶେ ମତାମତ ଦେଇଥିଲେ । ଏଥିରେ ମୋଟ 85ଜଣ ଅଭିଭାବିକା ଯୋଗଦାନ କରିଥିଲେ। ପରେ ମା ମାନଙ୍କୁ ନେଇ ମାତୃ ଭାରତୀ ଗଠନ କରାଯାଇଥିଲା। ଗୁରୁଜୀ ବୁଦ୍ଧଦେବ ମିଶ୍ର, ଉଦୟ ସେଠ, ଖେମାସାଗର ପଟେଲ, ବୈକୁଣ୍ଠ ପଟେଲ, ଲଷ୍ମୀକାନ୍ତ ଦୁଆନ, ଗୁରୁମା ଆଞ୍ଜୁଲତା ସାହୁ, ସୁଚିତା ପଟେଲ, ରୀତାଞ୍ଜଳି ସା, ସ୍ୱୟଂପ୍ରଭା ପଧାନ, ଦୀପାଞ୍ଜଳି ପଧାନ, ପ୍ରତୀକ୍ଷା ପଧାନ ସହଯୋଗ କରିଥିଲେ।