-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ଜିଲ୍ଲା

ଜାତୀୟ ରାଜପଥରେ ଜାତୀୟ ଖାଲ 

19-Sep-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ବରଗଡଠାରୁ ବରପାଲି ପର୍ଯ୍ୟନ୍ତ ଚାରି ଥାକିଆ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ବଲାଙ୍ଗିରଠାରୁ ସାଲେଭଟା ପର୍ଯ୍ୟନ୍ତ ସଂପ୍ରସାରଣ କାମ ମଧ୍ୟ ସରିଯାଇଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାର ୧୨ କିମି ରାସ୍ତା ଚିନାଜୁରିଠାରୁ ଚେରୁପାଲି ପର୍ଯ୍ୟନ୍ତ ରାସ୍ତାକୁ ବର୍ଷ ବର୍ଷ ଧରି କାମ ଚାଲି ଥିବା ବେଳେ  ବର୍ଷେ ହେବ କାମ ବନ୍ଦ ରହିଛି । ଚିନାଯୁରୀଠାରୁ ଖୁଣ୍ଟପାଲି ଏଫସିଆଇ ଏବଂ ଚେରୁପାଲିରୁ ବୈଦୁପାଲି ପର୍ଯ୍ୟନ୍ତ ବହୁ କଷ୍ଟରେ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଡୁଙ୍ଗୁରିପାଲିର ଉଭୟ ପଟରେ କାମ ବନ୍ଦ ରହିଛି ।ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା , ଆନ୍ଦୋଳନ ମଧ୍ୟ କରାଯାଇଛି । ପ୍ରଶାସନ ପକ୍ଷରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ  ଅଂଚଳବାସୀଙ୍କୁ ଧୋକା ଦିଆଯାଇଛି ।  ପ୍ରଶାସନର ମିଛୁଆ ପ୍ରତିଶୃତିରେ ଅଂଚଳବାସୀ ଆନ୍ଦୋଳନକୁ ମଧ୍ୟ ସ୍ଥଗିତ ରଖିଥିଲୋ  କିନ୍ତୁ ପ୍ରସାଶନ ତାଙ୍କ ପ୍ରତିଶୃତି ରଖିପାରି ନଥିଲେ । ଯାହାର ଅସୁବିଧା ଆଜି ଲୋକେ ଭୋଗୁଛନ୍ତି ।ଉକ୍ତ ରାସ୍ତା ଦେଇ ଟିଟିଲାଗଡ, ପାଟଣାଗଡ, ବଲାଙ୍ଗିର, ସଇଁତଲା , ଲୋଇସିଂହା ଅଂଚଳରୁ ପ୍ରତ୍ୟେହ ଶହ ଶହ ଗାଡି ମଟର ସହିତ ରୋଗୀମାନେ ବୁର୍ଲା, ବରଗଡକୁ  ଆମ୍ବୁଳାନ୍ସ ଯୋଗେ ଯିବା ଆସିବା କରିଥାନ୍ତି । ସଇଁତଲା ଗୋଳାବାରୁଦ କାରଖାନାକୁ ମଧ୍ୟ ବିଭିନ୍ନ ଗାଡି ମଟର ଯିବାଆସିବା କରୁଥିବା ବେଳେ  ଡୁଙ୍ଗୁରିପାଲିର ୟୁନିୟନ ବ୍ୟାଙ୍କ,  ଶିବାନନ୍ଦ ପଡା ଛକ, ଏସବିଆଇ ବ୍ୟାଙ୍କ, ଥାନା ସମ୍ମୁଖ, ସହଲା ଛକ, ଡେଲି ମାର୍କେଟ, ଶିବ ମନ୍ଦିର, ଆରଏସିଏମସ, ହିରୋ ସୋ ରୁମ ଠାରେ ବିରାଟ ବିରାଟ ଖାଲ ରହିଛି । ସବୁଠାରୁ ବିରାଟ ଖାଲ ଏଫସିଆଇ ସମ୍ମୁଖରେ ରହିଛି । ଏଠାରେ ରାସ୍ତା ଗୋଟିଏ ପାଶ୍ୱର୍ରେ ପାଣି ରହିଛି । ଯାହାକି ଏକ ପୋଖରୀର ଭ୍ରମ ସୃଷ୍ଟି କରିଛି । ଏହାକୁ ଲୋକେ ପରିହାସ କରି ଜାତୀୟ ରାଜପଥରେ ଜାତୀୟ ଖାଲ ବୋଲି କହିଥାନ୍ତି । ଉକ୍ତ ତିନି କିମି ରାସ୍ତାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗି ରହିଥାଏ ।  ବିଭିନ୍ନ ଜିଲ୍ଲାରୁ ଲୋକେ  ଯିବା ଆସିବା ସମୟରେ  ବିଭିନ୍ନ ପ୍ରକାର ସମାଲୋଚନା କରିଥାନ୍ତି । କିଏ କହେ ଏଠାରେ ଲୋକ ଅଛନ୍ତି କି ନାହିଁ । ଏଠାରେ ନେତା ଅଛନ୍ତି କି ନାହିଁ । ଯଦି ଅଛି ଶୋଇ ପଡିଛି କି ? ନେତାମାନେ ଦେଖୁ ଛନ୍ତି କି ନାହିଁ । ସେମାନଙ୍କ ଆଖି ଅଛି କି ନାହିଁ । ଲୋକେ କିଛି କହୁ ନାହାନ୍ତି କାହିଁକି । ଆମ ଅଂଚଳ ହୋଇଥିଲେ  କଣ ନା କଣ ହୋଇ ଥାନ୍ତା ବୋଲି ଅନେକ  ଭର୍ସନା କରିଥାନ୍ତି ।  ଉକ୍ତ ରାସ୍ତା  ମରାମତି ବା ସଂପ୍ରସାରଣ କାମ ନ ହେଲେ ଏଥର ଲୋକଙ୍କ ପୁଞ୍ଜିଭୁତ ଅସନ୍ତୋଷ ଏକ ବିରାଟ ଆନ୍ଦୋଳନ ଦେଖା ଦେବ । ଯାହାକି ପ୍ରଶାସନକୁ ମହଙ୍ଗା ପଡିବ ବୋଲି ଲୋକଙ୍କ ମଧ୍ୟରେ ଦାନା ବାନ୍ଧୁଛି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like