-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ଜିଲ୍ଲା

ବିଜେପୁର ସମୁଦାୟ ସାତଟି ମେଢରେ ଅନନ୍ତ ପୂଜା ମହୋତ୍ସବ ଅନୁଷ୍ଠିତ

19-Sep-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ସହରରେ ତା ୧୭.୦୯.୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଥିବାବେଳେ ପଶ୍ଚିମାଞ୍ଚଳର ଅନନ୍ୟ ଅନନ୍ତ ପୂଜା ମହୋତ୍ସବ ବହୁ ଆଡମ୍ବର ସହକାରେ ବିଜେପୁର ଠାରେ ପାଳିତ ହେଉଛି। ଆଜି ତୃତୀୟ ଦିନରେ ପଦାର୍ପଣ କରିଥିବା ବେଳେ, ସମୁଦାୟ ୭ ଗୋଟି ମେଢ ରେ ଅନନ୍ତ ନାରାୟଣ ଶ୍ରୀଶ୍ରୀ ବିଷ୍ଣୁ ପୂଜା ପାଉଛନ୍ତି।ଉପରପଡା ଠାରେ,ମଧ୍ୟପଡା ଠାରେ, ମାଁ ନାରାୟଣୀ କ୍ଲବ ଅନନ୍ତ ପୂଜା କମିଟି (ବଜରଙ୍ଗ ଛକ)ର ମେଢ଼ ସ୍ଥାନୀୟ ଦୁର୍ଗା ମନ୍ଦିର ଠାରେ, ଅନନ୍ତ ଯୁବକ ସଂଘ ଭୁଏ ପଡ଼ାର ମେଢ଼ ସ୍ଥାନୀୟ ଡେଲି ମାର୍କେଟ ଠାରେ, ଲକ୍ଷ୍ମୀନାରାୟଣ ଯୁବକ ସଂଘ ମାଲପଡା ଠାରେ, ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ଗାନ୍ଧୀ ପଡା ଠାରେ ପ୍ରଭୁ ଅନନ୍ତ ନାରାୟଣ ପୂଜା ପାଉଛନ୍ତି।ଜ୍ୟୋତି ଯୁବକ ସଂଘ ତଲିପଡା ଅନନ୍ତ ପୂଜା ତାର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି ।ଏ ଅବସରରେ ଶ୍ରୀଶ୍ରୀ ଅନନ୍ତ ନାରାୟଣ ମହାପ୍ରଭୁଙ୍କ ପୂଜାନୋତ୍ସବ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଅବଲୋକନ ସହ, ଆଧ୍ୟାତ୍ମିକ ନିଂଦର୍ଶନ ସୃଷ୍ଟି କରିପାରିଛି । ତୃତୀୟ ଦିବସରେ ତା ୧୯.୦୯.୨୦୨୪ରିଖ ଗୁରୁବାର ସକାଳ ୭ ଘଣ୍ଟା ସମୟରେ ପୂଜାର୍ଚ୍ଚନା(ବିଶେଷ ଷୋଡଶ ଉପଚାର), ସକାଳ ୮ଘଣ୍ଟାରୁ ବରଗଡ଼ର ପଣ୍ଡିତ ସୁକଦେବ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀଙ୍କ କଣ୍ଠରୁ ବିଷ୍ଣୁ ସହସ୍ର ନାମ ସମେତ ଲକ୍ଷ୍ମୀ ସହସ୍ର ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି।

ସଂଧ୍ୟା ୭ଘଣ୍ଟାରୁ ହଜାର ହଜାର ଭକ୍ତ, ଦର୍ଶକଙ୍କ ପାଇଁ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ପାଇଥିବାବେଳେ ଆଧ୍ୟାତ୍ମିକ ବାତାବରଣ ସହ ସୁଗନ୍ଧିତ ମହମହ ବାସ୍ନାରେ ଚତୁର୍ଦିଗ ଚଳଚଞ୍ଚଳ ହୋଇ ଉଠିଛି।ତଲିପଡା ଅନନ୍ତ ପୂଜାମହୋତ୍ସବରେ ଆଜିକାର ଅନୁଷ୍ଠିତ ହୋମଯଜ୍ଞରେ କର୍ତ୍ତା ଭାବେ ଅଜିତ କୁମାର ମେହେର ଏବଂ ତାଙ୍କ ସହଧର୍ମିଣୀ ରାଜଶ୍ରୀ ମେହେର, ଗିରିଧାରୀ ମେହେର ଓ ତାଙ୍କ ସହଧର୍ମିଣୀ ପ୍ରତୀମା ମେହେର, କୈଳାସ ମେହେର ଏବଂ ତାଙ୍କ ସହଧର୍ମିଣୀ ଝରଣା ମେହେର, ପରିକ୍ଷିତ ମେହେର ତାଙ୍କ ଧର୍ମପତ୍ନୀ ସୁବାସିନୀ ମେହେର,ତେଜରାଜ ମେହେର ଏବଂ ତାଙ୍କ ଧର୍ମପତ୍ନୀ ପଦ୍ମନୀ ମେହେର ଦାୟିତ୍ଵ ତୁଲାଇଛନ୍ତି। ସମସ୍ତ ପୂଜା ମେଢ଼ର ସାଜସଜ୍ଜା ବେଶ ମନୋରମ ହୋଇଥିବା ବେଳେ ଭରପୁର ମଜା ଉଠାଇବା ପାଇଁ ବରଗଡ଼ ସମେତ ସୁଦୂର ସମ୍ବଲପୁର, ସୋନପୁର,ନୂଆପଡା ଏପରି କି ଛତିଶଗଡ଼ ରାଜ୍ୟରୁ ଲୋକଙ୍କ ଭିଡ଼ ସଂଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ, ରାମାୟଣ,ମୀନା ବଜାରରେ ପ୍ରବଳ ଗହଳି ହେବାରେ ଲାଗିଛି। ସ୍ଥାନୀୟ ପୋଲିସ ପ୍ରଶାସନ ବିଜେପୁର ସହରର ସମସ୍ତ  ଛକ, ପୂଜା ମେଢ, ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଠାରେ ନିରାପତ୍ତା ପାଇଁ ବ୍ୟାପକ ବ୍ୟବସ୍ଥାରେ ଲାଗିଛନ୍ତି। ଆସନ୍ତାକାଲି ଶୁକ୍ରବାର ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ପ୍ରକାଶ


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like