-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ମହାନଗର

ରାସ୍ତା, ଫ୍ଲାଏଓଭର ପାଇଁ ୨୩୬.୩ କୋଟି : କଳ୍ପନା, ମାଉସୀମା ଛକରେ ଫ୍ଲାଏ ଓଭର

25-Aug-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳ): ୨୦୧୫ ନଭେମ୍ବର ମାସ ୨୦ ତାରିଖରେ ସରକାର ଘୋଷଣା କରିଥିଲେ କଳ୍ପନାରୁ ରବି ଟକିଜ୍‌ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର। ଘୋଷଣା ହେବା ପରେ ପୂର୍ତ୍ତ ବିଭାଗ ସର୍ଭେ କରିଥିଲା। ହେଲେ କଣ ହେଲା କେଜାଣି, ଯୋଜନା ଫାଇଲ୍‌ ତଳେ ରହିଗଲା।ଘଟଣାର ୯ ବର୍ଷ ପରେ ଏବେ କଳ୍ପନା ଛକ ସମେତ ମାଉସୀମା’ ଛକରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ଯୋଜନା କରିଛନ୍ତି ସରକାର। ତା’ସହିତ ସହରର ବିଭିନ୍ନ ପ୍ରମୁଖ ୨୦ କିମି ରାସ୍ତାର ପୁନରୁଦ୍ଧାର ହେବ। ଏଥିପାଇଁ ୨୩୬.୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ରାସ୍ତାଗୁଡ଼ିକ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ଦକ୍ଷିଣପାର୍ଶ୍ବ ରାସ୍ତା ରହିଥିବା ବେଳେ ଭୁବନେଶ୍ବର ରିଂ ରୋଡ୍‌, ପଥରଗାଡ଼ିଆରୁ ରିଂ ରୋଡ୍‌, ପଥରଗାଡ଼ିଆରୁ ରଘୁନାଥପୁର, ଗୁରୁକେଳୁଚରଣ ପାର୍କରୁ ପଟିଆ, ପଟିଆରୁ ପାହାଳ ରାସ୍ତା ସହିତ ଦୟା ୱେଷ୍ଟ କେନାଲ ରାସ୍ତା ରହିଛି। ନିକଟ ଅତୀତରେ ବିଜେଡି ସରକାର ଏହି ରାସ୍ତାର ପୁନରୁଦ୍ଧାର ଘୋଷଣା କରିବା ପରେ ସର୍ଭେ ହୋଇଥିଲା। ହେଲେ ଏଥିରେ ବହୁ ବଡ଼ବଡ଼ିଆ ଜବରଦଖଲରେ ଥିବାରୁ ହଟାଇବା କାଠିକର ପାଠ ହେବା ଆଶଙ୍କା ସୃଷ୍ଟି ହେବାରୁ ଯୋଜନା ଶୀତଳଭଣ୍ଡାରରେ ପଡ଼ିଥିଲା। 

ନୂଆ ଗାଁ ଛକରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଉଥିବାରୁ ୨୦୧୫ ମସିହାରେ ଫ୍ଲାଏ ଓଭର ତିଆରି କରିବା ଯୋଜନା ହୋଇଥିଲା। ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ। ଗତ ବର୍ଷ ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ କମାଇବା ପାଇଁ ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାକୁ ୬ଥାକିଆ କରାଯିବାକୁ ଯୋଜନା ହୋଇଥିଲା। ଡିପିଆର ପୂର୍ବରୁ ବିଡିଏ ସର୍ଭେ କରିଥିଲା। କିନ୍ତୁ ଏହା କଡ଼ରେ ବହୁ ବଡ଼ବଡ଼ିଆ ଜବରଦଖଲ କରିଥିବା ନଜରକୁ ଆସିଥିଲା। ଫଳରେ ଏହି ଯୋଜନା କେବଳ ଯୋଜନାରେ ରହିଯାଇଥିଲା। ଏବେ ଏହି ରାସ୍ତାର ପୁନରୁଦ୍ଧାର ଯୋଜନା ହୋଇଛି। କିନ୍ତୁ ପୂର୍ବରୁ ପ୍ରାୟ ୩୮ କିମି ଲମ୍ବାର ରାସ୍ତା ଉନ୍ନତୀକରଣ ଯୋଜନା ଥିବା ବେଳେ ଏଥର ସମୁଦାୟ ୨୦ କିମି ରାସ୍ତା ଉନ୍ନତୀକରଣ ଯୋଜନା ରହିଛି। ଏଣୁ ଏହି ରାସ୍ତା ୬ ଥାକିଆ ହେବ କି କମ୍‌ ହେବ ବା କେତେ ଲମ୍ବା ହେବ ସେ ନେଇ ପୂର୍ତ୍ତ ବିଭାଗ ଏ ଯାଏ ନିଷ୍ପତ୍ତି ନେଇନାହିଁ।

ସେହିଭଳି ମାଉସୀମା ଛକରେ ମଧ୍ୟ ଫ୍ଲାଏ ଓଭର ନିର୍ମାଣ ପ୍ରସ୍ତାବ ରହିଛି। ପୂର୍ବରୁ ଶିଶୁଭବନରୁ ମାଉସୀମା ଛକ ଯାଏଁ ଆରଓବି ରହିଛି। ଏବେ କଳ୍ପନା ଛକରୁ ରଥରୋଡ୍‌ ଫ୍ଲାଏ ଓଭର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଶିଶୁଭବନ ଛକରୁ ଆସୁଥିବା ଗାଡ଼ି ଏହି ଫ୍ଲାଏ ଓଭର ତଳେ ବି‌ବେକାନନ୍ଦ ମାର୍ଗ କିମ୍ବା କଳ୍ପନା ଛକ ଯିବେ। ଏହି ଫ୍ଲାଏ ଓଭର ପାଇଁ ଦୋକାନ ଘର ଓ ମନ୍ଦିର ପାଚେରି ଉଚ୍ଛେଦ ଆବଶ୍ୟକତା ରହିଛି। ତେବେ ଏଥିପାଇଁ ଫିଜିବିଲିଟି ଷ୍ଟଡି ହୋଇ ସାରିଥିବା ଜଣାପଡ଼ିଛି। ଜୟଦେବ ବିହାରରୁ ନନ୍ଦନକାନନ ଉଭୟପାର୍ଶ୍ବରେ ରାସ୍ତା ନିର୍ମାଣ ଚାଲିଛି। ସୈନିକ ସ୍କୁଲ୍‌ରୁ ଦକ୍ଷିଣପାର୍ଶ୍ବ ସମାନ୍ତରାଳ ରାସ୍ତା ୪ ଥାକିଆ ହେବ। ଏହାସହ ଭୁବନେଶ୍ୱର ବାହାର ରିଂ ରୋଡ୍ ବି ସମ୍ପୂର୍ଣ୍ଣ କରାଯିବ। ପଟିଆରୁ ପାହାଳ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ କରାଯିବ। ପଟିଆରୁ ଜରିପାଟଣା ଦେଇ ଏହି ରାସ୍ତାରେ କୁଆଖାଇ ଉପରେ ଆଉଏକ ବ୍ରିଜ୍‌ ଆବଶ୍ୟକ ଅଛି। ‌ତେବେ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି, ମାତ୍ର ୨୦ କିମି ରାସ୍ତା ପୁନରୁଦ୍ଧାର ଯୋଜନା ଥିବାରୁ ଡିପିଆର ପ୍ରସ୍ତୁତି ପରେ ହିଁ ବାସ୍ତବ ଚିତ୍ର ସ୍ପଷ୍ଟ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like