-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ମହାନଗର

ରାସ୍ତା, ଫ୍ଲାଏଓଭର ପାଇଁ ୨୩୬.୩ କୋଟି : କଳ୍ପନା, ମାଉସୀମା ଛକରେ ଫ୍ଲାଏ ଓଭର

25-Aug-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳ): ୨୦୧୫ ନଭେମ୍ବର ମାସ ୨୦ ତାରିଖରେ ସରକାର ଘୋଷଣା କରିଥିଲେ କଳ୍ପନାରୁ ରବି ଟକିଜ୍‌ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର। ଘୋଷଣା ହେବା ପରେ ପୂର୍ତ୍ତ ବିଭାଗ ସର୍ଭେ କରିଥିଲା। ହେଲେ କଣ ହେଲା କେଜାଣି, ଯୋଜନା ଫାଇଲ୍‌ ତଳେ ରହିଗଲା।ଘଟଣାର ୯ ବର୍ଷ ପରେ ଏବେ କଳ୍ପନା ଛକ ସମେତ ମାଉସୀମା’ ଛକରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ଯୋଜନା କରିଛନ୍ତି ସରକାର। ତା’ସହିତ ସହରର ବିଭିନ୍ନ ପ୍ରମୁଖ ୨୦ କିମି ରାସ୍ତାର ପୁନରୁଦ୍ଧାର ହେବ। ଏଥିପାଇଁ ୨୩୬.୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ରାସ୍ତାଗୁଡ଼ିକ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ଦକ୍ଷିଣପାର୍ଶ୍ବ ରାସ୍ତା ରହିଥିବା ବେଳେ ଭୁବନେଶ୍ବର ରିଂ ରୋଡ୍‌, ପଥରଗାଡ଼ିଆରୁ ରିଂ ରୋଡ୍‌, ପଥରଗାଡ଼ିଆରୁ ରଘୁନାଥପୁର, ଗୁରୁକେଳୁଚରଣ ପାର୍କରୁ ପଟିଆ, ପଟିଆରୁ ପାହାଳ ରାସ୍ତା ସହିତ ଦୟା ୱେଷ୍ଟ କେନାଲ ରାସ୍ତା ରହିଛି। ନିକଟ ଅତୀତରେ ବିଜେଡି ସରକାର ଏହି ରାସ୍ତାର ପୁନରୁଦ୍ଧାର ଘୋଷଣା କରିବା ପରେ ସର୍ଭେ ହୋଇଥିଲା। ହେଲେ ଏଥିରେ ବହୁ ବଡ଼ବଡ଼ିଆ ଜବରଦଖଲରେ ଥିବାରୁ ହଟାଇବା କାଠିକର ପାଠ ହେବା ଆଶଙ୍କା ସୃଷ୍ଟି ହେବାରୁ ଯୋଜନା ଶୀତଳଭଣ୍ଡାରରେ ପଡ଼ିଥିଲା। 

ନୂଆ ଗାଁ ଛକରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଉଥିବାରୁ ୨୦୧୫ ମସିହାରେ ଫ୍ଲାଏ ଓଭର ତିଆରି କରିବା ଯୋଜନା ହୋଇଥିଲା। ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ। ଗତ ବର୍ଷ ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ କମାଇବା ପାଇଁ ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାକୁ ୬ଥାକିଆ କରାଯିବାକୁ ଯୋଜନା ହୋଇଥିଲା। ଡିପିଆର ପୂର୍ବରୁ ବିଡିଏ ସର୍ଭେ କରିଥିଲା। କିନ୍ତୁ ଏହା କଡ଼ରେ ବହୁ ବଡ଼ବଡ଼ିଆ ଜବରଦଖଲ କରିଥିବା ନଜରକୁ ଆସିଥିଲା। ଫଳରେ ଏହି ଯୋଜନା କେବଳ ଯୋଜନାରେ ରହିଯାଇଥିଲା। ଏବେ ଏହି ରାସ୍ତାର ପୁନରୁଦ୍ଧାର ଯୋଜନା ହୋଇଛି। କିନ୍ତୁ ପୂର୍ବରୁ ପ୍ରାୟ ୩୮ କିମି ଲମ୍ବାର ରାସ୍ତା ଉନ୍ନତୀକରଣ ଯୋଜନା ଥିବା ବେଳେ ଏଥର ସମୁଦାୟ ୨୦ କିମି ରାସ୍ତା ଉନ୍ନତୀକରଣ ଯୋଜନା ରହିଛି। ଏଣୁ ଏହି ରାସ୍ତା ୬ ଥାକିଆ ହେବ କି କମ୍‌ ହେବ ବା କେତେ ଲମ୍ବା ହେବ ସେ ନେଇ ପୂର୍ତ୍ତ ବିଭାଗ ଏ ଯାଏ ନିଷ୍ପତ୍ତି ନେଇନାହିଁ।

ସେହିଭଳି ମାଉସୀମା ଛକରେ ମଧ୍ୟ ଫ୍ଲାଏ ଓଭର ନିର୍ମାଣ ପ୍ରସ୍ତାବ ରହିଛି। ପୂର୍ବରୁ ଶିଶୁଭବନରୁ ମାଉସୀମା ଛକ ଯାଏଁ ଆରଓବି ରହିଛି। ଏବେ କଳ୍ପନା ଛକରୁ ରଥରୋଡ୍‌ ଫ୍ଲାଏ ଓଭର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଶିଶୁଭବନ ଛକରୁ ଆସୁଥିବା ଗାଡ଼ି ଏହି ଫ୍ଲାଏ ଓଭର ତଳେ ବି‌ବେକାନନ୍ଦ ମାର୍ଗ କିମ୍ବା କଳ୍ପନା ଛକ ଯିବେ। ଏହି ଫ୍ଲାଏ ଓଭର ପାଇଁ ଦୋକାନ ଘର ଓ ମନ୍ଦିର ପାଚେରି ଉଚ୍ଛେଦ ଆବଶ୍ୟକତା ରହିଛି। ତେବେ ଏଥିପାଇଁ ଫିଜିବିଲିଟି ଷ୍ଟଡି ହୋଇ ସାରିଥିବା ଜଣାପଡ଼ିଛି। ଜୟଦେବ ବିହାରରୁ ନନ୍ଦନକାନନ ଉଭୟପାର୍ଶ୍ବରେ ରାସ୍ତା ନିର୍ମାଣ ଚାଲିଛି। ସୈନିକ ସ୍କୁଲ୍‌ରୁ ଦକ୍ଷିଣପାର୍ଶ୍ବ ସମାନ୍ତରାଳ ରାସ୍ତା ୪ ଥାକିଆ ହେବ। ଏହାସହ ଭୁବନେଶ୍ୱର ବାହାର ରିଂ ରୋଡ୍ ବି ସମ୍ପୂର୍ଣ୍ଣ କରାଯିବ। ପଟିଆରୁ ପାହାଳ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ କରାଯିବ। ପଟିଆରୁ ଜରିପାଟଣା ଦେଇ ଏହି ରାସ୍ତାରେ କୁଆଖାଇ ଉପରେ ଆଉଏକ ବ୍ରିଜ୍‌ ଆବଶ୍ୟକ ଅଛି। ‌ତେବେ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି, ମାତ୍ର ୨୦ କିମି ରାସ୍ତା ପୁନରୁଦ୍ଧାର ଯୋଜନା ଥିବାରୁ ଡିପିଆର ପ୍ରସ୍ତୁତି ପରେ ହିଁ ବାସ୍ତବ ଚିତ୍ର ସ୍ପଷ୍ଟ ହେବ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like