-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
01-Aug-2024
ବୀରମହାରାଜପୁର (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ୱାର୍ଡ ସଭ୍ୟ ମୁରଲୀ ବଗର୍ତ୍ତୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ, ସ୍ବେଛାସେବୀ ଅକ୍ରୁର ନାଏକ, ଆଶା କର୍ମୀ ସରସ୍ବତୀ ପଲତା ଉପସ୍ଥିତ ରହି ଫାଇଲେରିଆ ରୋଗର କାରଣ ଓ ନିରାକରଣ ଉପରେ ସୂଚନା ପ୍ରଦାନ କରିବା ସହିତ ଆଗାମୀ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ ଅଭିଯାନ କୁ ସଫଳ କରିବା କୁ ସଂକଳ୍ପ କରାଯାଇଥିଲା l ଅଙ୍ଗନୱାଡ଼ି କର୍ମୀ ସବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l