-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||     

HOME   ଜିଲ୍ଲା

ଓଡିଶା ବିଧାନସଭାରେ କଳିକେଶଙ୍କ ଶାଣିତସ୍ୱର,ବିଭିନ୍ନ ସମସ୍ୟାନେଇ ସରକାରଙ୍କୁ ପ୍ରଶ୍ନ

23-Jul-2024



ବଲାଙ୍ଗୀର(ପ୍ରେରଣା ଖବର): ଓଡିଶା ବିଧାନସଭାରେ ସବୁବେଳେ ବଲାଙ୍ଗୀରର ସ୍ୱର ଉଠିଛି । ଏବେ ବଲାଙ୍ଗୀର ସଦର ଆସନରେ ବିଧାୟକ ଥିବା କଳିକେଶ ନାରାୟଣ ସିଂଦେଓ ଜିଲ୍ଲାର ରାସ୍ତାଘାଟ ସମସ୍ୟାନେଇ ରାଜ୍ୟସରକାରଙ୍କୁ ଶାଣିତସ୍ୱରରେ ପ୍ରଶ୍ନ କରୁଛନ୍ତି । କଳିକେଶଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ, ଆଜି ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳ, ବଲାଙ୍ଗୀର ପୌରପାଳିକାର ରାସ୍ତାଘାଟ, ପୋଲନିର୍ମାଣ ତଥା ମରାମତି, ସରକାରୀ ଉଦ୍ୟୋଗରେ ଯୁବକଯୁବତୀଙ୍କ ନିଯୁକ୍ତି, ଜିଲ୍ଲାରେ ବନବିଭାଗ ପକ୍ଷରୁ ହୋଇଥିବା ବନୀକରଣ,ପଞ୍ଚାୟତମାନଙ୍କରେ ନିର୍ବାହୀ ଅଧିକାରୀ ନିଯୁକ୍ତି, ଶିକ୍ଷାନୁଷ୍ଠାନମାନଙ୍କୁ ବିଦ୍ୟୂତକରଣ ଇତ୍ୟାଦି ବିଷୟରେ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ କଳିକେଶଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ବିଜୁସେତୁ ଯୋଜନାରେ ମୋଟ ୯ଟି ର ନିର୍ମାଣକାର୍ଯ୍ୟ ଶେଷ ହୋଇଥିବା ବେଳେ ୪୮ଗୋଟି ସେତୁର କାମ ଚାଲିଛି । ସେହିପରି ୪ଟି ସେତୁ ନିର୍ମାଣ ପାଇଁ ଅଟକଳ ପ୍ରସ୍ତୁତ ହୋଇ ଟେଣ୍ଡର ପ୍ରକ୍ରୀୟାରେ ରହିଛି । ଟେଣ୍ଡର ପ୍ରକ୍ରୀୟାରେ ଥିବା ସେତୁ ମଧ୍ୟରେ ବଲାଙ୍ଗୀର ନିର୍ବାଚନମଣ୍ଡଳିର ଦେଓଗାଁ ବ୍ଲକର ସାଲେପାଲିଠାରୁ ସରଗାଡକୁ ସୋନଗଡ ନଦୀରେ ସେତୁ, ଟିଟିଲାଗଡ ନିର୍ବାଚନମଣ୍ଡଳିର ଲାନ୍ଥନଦୀରେ ଦୁଖଲଘାଟରୁ ଜାମିଲିସର ରୋଡରେ ସେତୁ, ଟାଙ୍ଗିଜୋର ନାଳାରେ ସିଲଣ୍ଡାରୁ ଚାଣ୍ଟିପଲାକୁ ସେତୁ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିରେ ସୁନ୍ଦରନାଳାରେ ପୁଲସଖଣ୍ଡରୁ ଶ୍ରୀରାମ ପଞ୍ଚାୟତସମିତି ରୋଡକୁ ସେତୁ ରହିଥିବା ମନ୍ତ୍ରୀ ଉତ୍ତରରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ନିର୍ବାଚନମଣ୍ଡଳିର ବଲାଙ୍ଗୀର ସଦର ବ୍ଲକରେ ୨୫ଗୋଟି ଗ୍ରାମପଞ୍ଚାୟତରେ ସମୁଦାୟ ୩୦୨.୨୫ କିମି ପଞ୍ଚାୟତ ରାସ୍ତା ରହିଛି । ସେଥିରୁ ୮୧.୭କିମି ରାସ୍ତା କଂକ୍ରୀଟ, ପେଭରବ୍ଲକ କାମ ହୋଇଛି ଓ ୨୧୮.୮କିମି ମାଟି ରାସ୍ତା ରହିଛି । ଏହି ରାସ୍ତାଗୁଡିକୁ ବିଭିନ୍ନ ପର୍ଯ୍ୟାୟରେ ଜିପିଡିପି ଓ ବିପିଡିପି ତଥା ଅନ୍ୟାନ୍ୟ ଯୋଜନାରୁ କଂକ୍ରୀଟ ଓ ପେଭର ବ୍ଲକ କାମ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ରବିନାରାୟଣ ନାଏକ ଉତ୍ତର ରଖିଛନ୍ତି । ସେହିପରି ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୫୦ଟି ଶିକ୍ଷାନୁଷ୍ଠାନରେ ଜିଇଡି ବିଭାଗ ପକ୍ଷରୁ ବିଦ୍ୟୁତକରଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ ଉତ୍ତର ରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ପୌରପାଳିକାରେ  ମୋଟ ୪୨୭.୨୭କିମି ରାସ୍ତା ରହିଥିବା ବେଳେ ସେଥିରୁ ୯୬.୧୫ କିମି ପିଚୁରାସ୍ତା,୧୨୧.୬୨ କିମି ସିମେଣ୍ଟ କଂକ୍ରେୀଟ ଓ ୨୦୯.୫୦କିମି ମେଟାଲ ଓ ଅଣମେଟାଲ ରାସ୍ତା ରହିଛି । ଏହି ମେଟାଲ ଓ ଅଣମେଟାଲ ରାସ୍ତା ମଧ୍ୟରୁ ୩୨.୪୫କିମି ରାସ୍ତାକୁ ପେଭରରାସ୍ତା କରିବାକୁ ଗତ ୨୦୨୩-୨୪ ଆର୍ôଥକବର୍ଷରେ ମଞ୍ଜୁରି ପ୍ରଦାନ କରା ଯାଇଛି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  ଡ.କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସେପଟେ ବଲାଙ୍ଗୀର ଜିଲ୍ଲାରେ ୧୪ଟି ବ୍ଲକଅଞ୍ଚଳର ଗ୍ରାମ ଗୁଡିକରେ ମୋଟ ୩୫,୦୩୫.୫୫ ହେକ୍ଟର ଗ୍ରାମ୍ୟଜଙ୍ଗଲ ରହିଛି । ସେଥିରୁ ଏପର୍ଯ୍ୟନ୍ତ ୧୩୮୧ ହେକ୍ଟରରେ ବନବିଭାଗ ବନୀକରଣ କରା ଯାଇଛି । ଆଗକୁ ଅନ୍ୟ ଜମିରେ ମଧ୍ୟ ବନୀକରଣ କରାଯିବ ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ  ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026

You Might Also Like