-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
22-Jul-2024
କନ୍ଧମାଳ/ଟିକାବାଲି(ରମେଶ ପଣ୍ଡା): କଇଁଝର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଞ୍ଚ ତଥା ସେହି ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତି ଥିବା ସ୍ୱର୍ଗତ ଗଦାଧର ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ଶୁଶିଳା ସାହୁ(୮୪) ଙ୍କ ରବିବାର ସକଲେ କଇଁଝର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦେଢ଼ ମାସ ହେବ ଅସୁସ୍ଥ ଥିଲେ ସେ ନିକଟରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହୋଉଥିଲେ। ମୃତ୍ୟୁ ବେଳକୁ ତାଙ୍କର ଚାରି ପୁଅ ସୁରେନ୍ଦ୍ର ସାହୁ,ରାଜେନ୍ଦ୍ର ସାହୁ, ରବିନ୍ଦ୍ର ସାହୁ, ସାନପୁଅ ତଥା ଆମ ପ୍ରତିନିଧି ରମେଶ ସାହୁ , ଚାରି ବୋହୁ ମାଳା ସାହୁ, କବିତା ସାହୁ, ସୁଦଷ୍ଣା ସାହୁ, ସାନବହୁ ରଶ୍ମିତା ସାହୁ, ଦୁଇ ଝିଅ ରଜନୀ ପଣ୍ଡା, ସାନଝିଅ ବାସନ୍ତି ପାଢ଼ୀ,ସାନ ଜ୍ୱାଇଁ ବିଶ୍ଵମ୍ବର ପାଢ଼ୀ ନାତି ,ନାତୁଣୀ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ତାଙ୍କର ଦ୍ୱିତୀୟ ପୁତ୍ର ରାଜେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ, ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ରେ ବ୍ରାହ୍ମଣ ରୀତି ନିତି ଅନୁଯାୟୀ କରାଯାଇଥିଲା ।