-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
କଣ୍ଟାମାଳ(ଜୟ କୁମାର ମହାରଣା) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୌଦ୍ଧ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ରବିବାର ଅପରାହ୍ନରେ ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ନାରାୟଣ ସାହୁ ଯୋଗଦେଇ ପୌରାଣିକ ଯୁଗରେ ବ୍ୟାସଦେବ ଶ୍ରେଷ୍ଠ ଗୁରୁ ଭାବେ ସମଗ୍ର ଜଗତରେ ଖ୍ୟlତି ଅର୍ଜନ କରି ଗୁରୁ ଶିଷ୍ୟ ମଧ୍ୟରେ ଏକ ଭକ୍ତିର ପରମ୍ପରା ସୃଷ୍ଟି କରି ସମାଜ ପାଇଁ ଉଦାହରଣ ଛାଡି ଯାଇଛନ୍ତି l ଆଜି ଗୁରୁ ବ୍ୟାସଦେବଙ୍କ ଜନ୍ମଦିବସକୁ ଗୁରୁ ପୂଜନ ଦିବସ ପ୍ରଥା ଭାବେ ପ୍ରଚଳିତ ହୋଇ ଆସୁଛି ତେଣୁ ଆଜିର ଦିବସରେ ରାଷ୍ଟ୍ର ପାଇଁ କିଛି ଉତ୍ସର୍ଗ କରି ଏକ ଦାୟିତ୍ଵବୋଧତାର ପରିଚୟ ରଖିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସହବ୍ୟବସ୍ଥା ପ୍ରମୁଖ
ପଦ୍ମଚରଣ ମେହେର ସଂଯୋଜନା କରିଥିବା ବେଳେ ନଗର କାର୍ଯ୍ୟବlହ ଦିଲ୍ଲିପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ପ୍ରେମଭଞ୍ଜନ ମହାକୁଳ ମୁଖ୍ୟ ଶିକ୍ଷକ କାର୍ଯ୍ୟ ତୁଲାଇଥିବା ବେଳେ ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ଶିବରାମ ସାହୁ ପ୍ରାର୍ଥନା ବୋଲିଥିଲେ l ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ବ୍ୟକ୍ତିଗତ ଗୀତ ଓ ଜ଼ିଲ୍ଲା ପର୍ଯ୍ୟlବରଣ ପ୍ରମୁଖ ଲଷ୍ମୀକାନ୍ତ ଯାନୀ ସାମୁହିକ ଗୀତ ଗାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ, ଏବିଭିପି, ବିଜେପି ଦଳ କର୍ମକର୍ତ୍ତା ଓ ସ୍ୱୟଂସେବକ, ବୁଦ୍ଧିଜୀବୀ, ସଂଘର ଶୁଭେଛୁ ପ୍ରମୁଖ ଯୋଗଦେଇ ଗୁରୁ ଦକ୍ଷିଣା କରିଥିଲେ l