-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
19-Jul-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକୋଟ ପଞ୍ଚାୟତ ମୁଦିଗୁଡା ରାସ୍ତା ଖରାପ ଯୋଗୁଁ ମକାବାଡି ଦେଇ ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରୀ ଛାତ୍ରୀ। ଏଭଳି କି ପଞ୍ଚାୟତ
କାର୍ଯ୍ୟାଳୟକୁ ମଧ୍ୟ ଚାଉଳ ଆଣିବାକୁ ହେଉ କିମ୍ବା ବାର୍ଦ୍ଧକ୍ୟ ଭାତ ସବୁ କାମପାଇଁ ବହୁତ ଅସୁବିଧାର ସମ୍ମୁଖିନ ହୋଇ
ଯାତାୟାତ କରୁଛନ୍ତୁ ଗ୍ରାମବାସୀ। ଏହି ଘଟଣା ବିଷୟରେ ବାରମ୍ବାର ବ୍ଲକରେ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳୁନି । ଏହି କାଦୁଅ ରାସ୍ତା ଦେଇ ଗାଡି ଚଳାଇବା ତ ଦୂରର କଥା ଚାଲିଯିବି କଷ୍ଟ। ବାଧ୍ୟ ହୋଇ ପାଖରେ ଥିବା ମକବାଡି ଭିତରୁ ଯାତାୟାତ କରୁଛନ୍ତି ସ୍କୁଲ ଛାତ୍ର ଛାତ୍ରୀ ହୁଅନ୍ତୁକି କି ବୟୋଜ୍ୟେଷ୍ଟ ସମସ୍ତେ।ବର୍ଷା ଦିନ ହୋଇ ଥିବାରୁ ମକାବାଡି ଦେଇ ଯିବା ସମୟରେ ବିଷାକ୍ତ ସାପ କାମୁଡ଼ିବାର ଆଶଙ୍କା ମଧ୍ୟ ରହୁଛି ତେଣୁ ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦେଇ ରାସ୍ତା ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଵା ପାଇଁ ଜନସାଧାରଣ ରେ ଦାଵି ହେଉଛି।