-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
19-Jul-2024
ଲୋଇସିଂହା, (ବିନୋଦ ଦୀପ) ଆଦିବାସୀ କଲ୍ୟାଣ ସଂଘ ଲୋଇସିଂହା, ଅସୀମା ମହାନନ୍ଦ ଚେରିଟେବଲ ଟ୍ରଷ୍ଟ, କୋଶଲ ପରିବାର ଲୋଇସିଂହା ଏବଂ ତ୍ରିଲୋଚନ ନେତ୍ରାଳୟ ବଲାଙ୍ଗୀର ଙ୍କ ମିଳିତ ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର ଲୋଇସିଂହା ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଚକ୍ଷୁ ପରୀକ୍ଷା ଶିବିର ର କାର୍ଯ୍ୟକ୍ରମ ଟି ଲାଲମନ ନାଗ ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଶିବିର ରେ ୨ ଶହ ଜଣ ଙ୍କ ପଞ୍ଜିକୃତ ହୋଇଥିଲା l ମୁଖ୍ୟଅତିଥି ଭାବେ ଜିଲ୍ଲା ଆଦିବାସୀ ସଭାପତି ଶ୍ୟାମସୁନ୍ଦର ଭୋଇ ଯୋଗ ଦେଇଥିଲେ l ଏହାସହ ଦଶରଥ ଛତ୍ରିଆ, ଗୋପାଳ ପଧାନ, ଗୋବର୍ଦ୍ଧନ ଧରୁଆ, ଲଳିତ ପୁଟ୍ଟl ରୁକ୍ମଣ ଧରୁଆ, ବଂଶୀଧର କାଳସାଏ ପ୍ରମୁଖ ଉକ୍ତ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l