-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||     

HOME   ରାଜନୀତି

ଓଡିଶାରେ କଂଗ୍ରେସର ଅଧୋଗତି ପାଇଁ ଶରତ ଓ ନରସିଂହ ଦାୟୀ-ଆକବର ଖାନ

08-Jun-2024



ବଲାଙ୍ଗୀର(ପ୍ରେରଣା ଖବର ): ସାଧାରଣ ନିର୍ବାଚନ ସରିଯାଇ ଫଳ ମଧ୍ୟ ପ୍ରକାଶିତ ହୋଇଛି । ଏହି ନିର୍ବାଚନରେ ରାଜ୍ୟରେ କଂଗ୍ରେସ ପୁଣିଥରେ ଶୋଚନୀୟ ପରାଜୟ ବରଣ କରିଛି । ରାଜ୍ୟରେ ନବୀନ ସରକାର ବିରୁଦ୍ଧରେ ଏକ ପ୍ରବଳ ଜନମତ ରହିଥିଲା । ବିଜେପିଦଳ ଏହାର ଫାଇଦା ନେଇଥିବା ବେଳେ କଂଗ୍ରେସଦଳରେ ସ୍ୱାର୍ଥୀ ନେତାମାନଙ୍କ କାରଣରୁ କଂଗ୍ରେସର ଦୁର୍ଗତୀ ହୋଇଛି ବୋଲି ଦଳର ବରିଷ୍ଠନେତାଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି ଯୁବନେତା । ଓଡିଶାରେ କଂଗ୍ରେସର ଏହି ଦୁର୍ଗତୀ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ବିଧାୟକଦଳର ନେତା ନରସିଂହ ମିଶ୍ର ଦାୟୀ ବୋଲି କଂଗ୍ରେସର ପିସିସି ସଭ୍ୟ ଯୁବନେତା ଆକବର ଖାନ ଅଭିଯୋଗ ଉଠାଇଛନ୍ତି । ଆଜି ସଂଧ୍ୟାରେ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ବିଳନୀ କରି ଆକବର ଶରତଙ୍କୁ ଜଣେ ଲୋଭୀନେତା ଓ ନରସିଂହଙ୍କୁ ପୁତ୍ରମୋହରେ ଥିବା ଧୃତାରାଷ୍ଟ୍ର ବୋଲି କହିଛନ୍ତି ଓ ତାଙ୍କ ନିଜର ସ୍ୱାର୍ଥପାଇଁ ଆଜି କଂଗ୍ରେସର ଅଧୋଗତି ହୋଇଛି ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ।  ସେଥିପାଇଁ ରାଜ୍ୟର ନବୀନ ସରକାର ବିରୁଦ୍ଧରେ ପ୍ରବଳ ଜନମତ ଥିଲେ ହେଁ କଂଗ୍ରେସଦଳ ତାର କୌଣସି ଫାଇଦା ନେଇପାରିଲା ନାହିଁ । ଓଡିଶାର କଂଗ୍ରେସଦଳକୁ ଠିକରେ ପରିଚାଳିତ କରିଥିଲେ ରାଜ୍ୟରେ କଂଗ୍ରେସ ଅଧିକ ସାଂସଦପଦ ଓ ବିଧାୟକ ପଦ ପାଇଥାନ୍ତା । ରାଜ୍ୟରେ ଅଧିକ ସାଂସଦ ଜିଣିଥିଲେ କେନ୍ଦ୍ରର ଇଣ୍ଡିମେଣ୍ଟର ସାଂସଦ ସଂଖ୍ୟା ବଢିପାରିଥାନ୍ତା ଓ ସରକାର ଗଢିବାରେ ସହାୟକ ହୋଇଥାନ୍ତା । କିନ୍ତୁ କଂଗ୍ରେସରେ ଜାଣିଶୁଣି ଦୁର୍ବଳ ସ୍ଥିତିରେ ନିର୍ବାଚନ ପରିଚାଳନା କରାଗଲା । କେବଳ ସେତକି ନୁହେଁ ନରସିଂହ ଗତ ୨୦୧୯ ନିର୍ବାଚନରେ ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ସାଂସଦ ଟିକେଟ ଓ ଚଳିତଥର ବିଧାନସଭା ଟିକେଟ କେଉଁ ଆଧାରରେ ଦେଲେ ବୋଲି ଗଣମାଧ୍ୟମ ଜରିଆରେ ଆକବର ନରସିଂହଙ୍କୁ ପ୍ରଶ୍ନ କରିଛନ୍ତି । ସମରେନ୍ଦ୍ର ମିଶ୍ର କେବେ କଂଗ୍ରେସ ସଂଗଠନ ପାଇଁ କାମ କରିଥିଲେ ଯେ,କଂଗ୍ରେସଦଳ ତାଙ୍କୁ ଗତଥର ସାଂସଦ ଟିକେଟ  ଓ ଏଥର ବିଧାନସଭା ଟିକେଟ ଦେଲେ ବୋଲି ଦଳୀୟନେତାଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ଠିକ ସେହିପରି ନରସିଂହ ମିଶ୍ର ଓ ସମରେନ୍ଦ୍ର ମିଶ୍ର ନିର୍ବାଚନରେ ପକ୍କା ବଲାଙ୍ଗୀରିଆ ନାରା ଦେଲେ କିନ୍ତୁ ସମ୍ବଲପୁରରୁ ଜଣେ ଅନଭିଜ୍ଞ ଅଭିନେତା ମନୋଜ ମିଶ୍ରଙ୍କୁ ଡାକି ଆଣି ସାଂସଦ ଟିକେଟ ଦେଲେ । ନରସିଂହ ମିଶ୍ର ମନୋଜଙ୍କ ପାଇଁ କେଉଁକାରଣରୁ ଲବିକରି ଟିକେଟ ଆଣିଲେ ଓ ଯେଉଁ ଇତିହାସ ହେବ ବୋଲି ଗଣମାଧ୍ୟମରେ ବୟାନ ଦେଇଥିଲେ ସେହି ଇତିହାସ ଟା କେଉଁଟା ବୋଲି ଆକବର ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ ମନୋଜ ମିଶ୍ର ତାଙ୍କ ପ୍ରଚାରରେ ଉପକୂଳ ଅଞ୍ଚଳର ଯୁବକମାନେ ପଶ୍ଚିମଓଡିଶାର ଯୁବନେତାମାନଙ୍କର ହକକୁ ଛଡାଇ ନେଇଯାଉଛନ୍ତି ବୋଲି କହୁଥିଲେ । କିନ୍ତୁ ଆଜି ଆକବର ମନୋଜ ମିଶ୍ରଙ୍କୁ ସାମ୍ବାଦିକ ସମ୍ବିଳନ ଜରିଆରେ ପ୍ରଶ୍ନ କରିଛନ୍ତି ଯେ,ମନୋଜ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଯୁବନେତାମାନଙ୍କ ହକକୁ ଛଡାଇ ନେଇ ନାହାଁନ୍ତି କି ? ରାଜନୀତିରେ ତାଙ୍କର ଅଭିଜ୍ଞତା କଣ ଥିଲା ଓ କେଉଁ ଆଧାରରେ ତାଙ୍କୁ ଟିକେଟ ଦେଲେ ତାହା କଂଗ୍ରେସଦଳର ଜଣେ ଯୁବନେତା ହିସାବରେ ଉତ୍ତର ଚାହିଁଛନ୍ତି ଆକବର । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଅନେକ ଯୁବନେତା କଂଗ୍ରେସର ସଂଗଠନ ପାଇଁ ଦୀର୍ଘବର୍ଷ ହେଲା କାମ କରୁଛନ୍ତି । କିନ୍ତୁ ବରିଷ୍ଠନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଷଡଯନ୍ତ୍ର କରି ତାଙ୍କୁ ଦବାଇ ଦେଇ ସଂଗଠନକୁ ଦୁର୍ବଳ କରିଦେଉଛନ୍ତି ବୋଲି ଆକବର ଅଭିଯୋଗ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026

You Might Also Like