କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ଚଳିତ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରୋଚକ ପରିସ୍ଥିତି ସୃଷ୍ଟି ହେଉଛି l କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ନଂବର ଜିଲ୍ଲା ପରିଷଦ ଜୋନ ଘଣ୍ଟାପଡାରେ ବିଜେଡି ଦଳରେ ଅସନ୍ତୋଷ ଦେଖା ଦେଇଛି l କିଛି ବିଜେଡି କର୍ମୀ ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କୁ ସମର୍ଥନ କରୁଥିବା ବେଳେ କନ୍ଧମାଳ ସାଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତ ସାମନ୍ତଙ୍କୁ ଘୋର ବିରୋଧ କରିଛନ୍ତି l ମନୋଜ ପାଣିଗ୍ରାହୀଙ୍କ ନେତୃତ୍ୱରେ କିଛି କର୍ମୀ ଘଣ୍ଟାପଡା ଠାରେ ବୈଠକ ବସିଥିଲେ l ପାଞ୍ଚବର୍ଷ ଭିତରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ଘଣ୍ଟାପଡା ଅଞ୍ଚଳର କୌଣସି କର୍ମୀଙ୍କ ସହିତ ମିଶି ନାହାନ୍ତି କିମ୍ବା କୌଣସି ସ୍ଥାନରେ ସାଂସଦ ପାଣ୍ଠିରୁ କିଛି କରି ନାହାନ୍ତି ବରଂ ନିଜସ୍ୱ ବ୍ୟବସାୟ ବୃଦ୍ଧି ପାଇଁ ବ୍ୟକ୍ତିଗତ କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି l "/>
-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
08-May-2024